ଅଇଁଠା ପ୍ଲେଟ ବାଜିଯିବାରୁ ୱେଟରକୁ ପିଟି ପିଟି ମାରିଦେଲେ
ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ଗତମାସରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ଭୋଜିରେ ଅତିଥିମାନଙ୍କ ଦେହରେ ଜଣେ ୱେଟର ଅଇଁଠା ପତ୍ର ବଜାଇ ଦେବାରୁ ତାଙ୍କୁ ପିଟି ପିଟି ମାରି ଦିଆଯାଇଛି। ଅଙ୍କୁର ବିହାର ସ୍ଥିତ ସିଜିଏସ୍ ବାଟିକାରେ ଗତମାସ ୧୭ ତାରିଖରେ ପଙ୍କଜ ନାମକ ବ୍ୟକ୍ତି ୱେଟର ଭାବେ କାର୍ଯ୍ୟ କରୁଥିବା ସମୟରେ ଏଭଳି ଘଟଣା ଘଟିଛି। ଅଭିଯୁକ୍ତ ଋଷବ ଓ ତାଙ୍କ ଦୁଇ ସାଙ୍ଗଙ୍କ ଦେହରେ ପଙ୍କଜ ନେଉଥିବା ଅଇଁଠା ପ୍ଲେଟ ବାଜି ଯାଇଥିଲା। […]
ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ଗତମାସରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ଭୋଜିରେ ଅତିଥିମାନଙ୍କ ଦେହରେ ଜଣେ ୱେଟର ଅଇଁଠା ପତ୍ର ବଜାଇ ଦେବାରୁ ତାଙ୍କୁ ପିଟି ପିଟି ମାରି ଦିଆଯାଇଛି। ଅଙ୍କୁର ବିହାର ସ୍ଥିତ ସିଜିଏସ୍ ବାଟିକାରେ ଗତମାସ ୧୭ ତାରିଖରେ ପଙ୍କଜ ନାମକ ବ୍ୟକ୍ତି ୱେଟର ଭାବେ କାର୍ଯ୍ୟ କରୁଥିବା ସମୟରେ ଏଭଳି ଘଟଣା ଘଟିଛି। ଅଭିଯୁକ୍ତ ଋଷବ ଓ ତାଙ୍କ ଦୁଇ ସାଙ୍ଗଙ୍କ ଦେହରେ ପଙ୍କଜ ନେଉଥିବା ଅଇଁଠା ପ୍ଲେଟ ବାଜି ଯାଇଥିଲା। ଏହାପରେ ସେମାନେ ପାଟିତୁଣ୍ଡ ଓ ମାରପିଟ୍ ଆରମ୍ଭ କରିଦେଇଥିଲେ। ଫଳରେ ପଙ୍କଜ ତଳେ ପଡ଼ିଯିବା ସହିତ ଗୁରୁତର ଭାବେ ଆହତ ହୋଇଥିଲେ। ଧରାପଡ଼ିଯିବା ଭୟରେ ଋଷବ ଓ ତା’ର ସାଙ୍ଗମାନେ ନିକଟସ୍ଥ ଜଙ୍ଗଲରେ ପଙ୍କଜର ଶରୀରକୁ ଲୁଚାଇ ଦେଇଥିଲେ। ଏହାର ଦିନକ ପରେ ପୁଲିସ ପଙ୍କଜଙ୍କ ଶରୀରକୁ ଉଦ୍ଧାର କରିଥିଲା। ୩ ଅଭିଯୁକ୍ତଙ୍କୁ ପୁଲିସ ନିଜ ହେପାଜତକୁ ନେଇଛି।




