ପାଆନ୍ତୁ ଲକ୍ଷ୍ମୀଙ୍କ କୃପା
ଯଦି ଘରେ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହୁଛି, ତେବେ ବାସ୍ତୁ ଶାସ୍ତ୍ରରେ ଏହାର ସମାଧାନ ପାଇଁ କିଛିଟା ଉପାୟ ରହିଛି । ଯାହାକୁ ଅନୁକରଣ କରିବା ଫଳରେ ଏହି ସମସ୍ୟାର ସମାଧାନ କରିହେବ । ଏଭଳି ଅନେକ ଉପାୟ ରହିଛି ଯାହାଦ୍ୱାରା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତିସହ ଘରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ । – ଯଦି ଘରେ ଯେତେ ଚେଷ୍ଟା କଲେ ମଧ୍ୟ ଅର୍ଥ ସଞ୍ଚୟ ହୋଇପାରୁନାହିଁ । ତେବେ ପୂଜା ଘରେ […]
ଯଦି ଘରେ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହୁଛି, ତେବେ ବାସ୍ତୁ ଶାସ୍ତ୍ରରେ ଏହାର ସମାଧାନ ପାଇଁ କିଛିଟା ଉପାୟ ରହିଛି । ଯାହାକୁ ଅନୁକରଣ କରିବା ଫଳରେ ଏହି ସମସ୍ୟାର ସମାଧାନ କରିହେବ । ଏଭଳି ଅନେକ ଉପାୟ ରହିଛି ଯାହାଦ୍ୱାରା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତିସହ ଘରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ।
– ଯଦି ଘରେ ଯେତେ ଚେଷ୍ଟା କଲେ ମଧ୍ୟ ଅର୍ଥ ସଞ୍ଚୟ ହୋଇପାରୁନାହିଁ । ତେବେ ପୂଜା ଘରେ ଲକ୍ଷ୍ମୀ ଏବଂ କୁବେରଙ୍କର ମୂର୍ତ୍ତି ସ୍ଥାପନା କରି ସେମାନଙ୍କର ନିୟମିତ ପୂଜା କରନ୍ତୁ । ଘରେ ସେମାନଙ୍କର ପୂଜା କରିବା ଫଳରେ ଧନ ପ୍ରାପ୍ତି ହେବା ସହିତ ସଞ୍ଚୟ ମଧ୍ୟ ହୋଇଥାଏ ।

– ସେହିଭଳି ଯଦି ଶିକ୍ଷା ଓ ଚାକିରି କ୍ଷେତ୍ରେରେ କୌଣସି ସମସ୍ୟା ଲାଗି ରହୁଛି, ତେବେ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ବଇଁଶି ରଖନ୍ତୁ । ଶାସ୍ତ୍ର ଅନୁସାରେ ଘରେ ବଇଁଶି ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ ।

– ସେହିଭଳି ଯଦି ଆପଣଙ୍କର ଆୟ ସ୍ରୋତ କମୁଛି ତେବେ ପୂଜାଘରେ ଦକ୍ଷୀଣବର୍ତ୍ତୀ ଶଙ୍ଖ ରଖନ୍ତୁ । ଶଙ୍ଖର ପୂଜାରେ ଘରେ ସକରାତ୍ମକତା ଭରିଥାଏ । ଘରେ ଶଙ୍ଖ ପୂଜା କଲେ ଲକ୍ଷ୍ମୀ ଆସିଥାଆନ୍ତି । ସେହିଭଳି ପୂଜା ସମୟରେ ନିୟମିତ ଶଙ୍ଖ ବଜାନ୍ତୁ, ଏପରି କଲେ ଲକ୍ଷ୍ମୀଙ୍କର ଆର୍ଶୀବାଦ ପ୍ରାପ୍ତ ହୋଇଥାଏ ।




