ଛାତରେ ତୁଳସୀ ଗଛ ଲଗାଇବାର ସୁପରିଣାମ ଜାଣନ୍ତି କି?
ସମୟ ଲାଇଭ୍,୨୫/୪; ଆଜିକାଲି ଖୁବ୍ କମ୍ ଜାଗାରେ ଘର କରିବାକୁ ପଡ଼ୁଥିବାବେଳେ ତୁଳସୀ ଚଉଁରା କରିବା ପାଇଁ ଉପଯୁକ୍ତ ସ୍ଥାନ ଚୟନ ହୋଇପାରୁ ନାହିଁ। ତେବେ ଅନେକଙ୍କ ଘରର ବାଲକୋନୀରେ ତୁଳସୀ ଗଛ ଦେଖିବାକୁ ମିଳୁଛି। କିନ୍ତୁ ଘର କରିବା ପୁର୍ବରୁ କେଉଁ ସ୍ଥାନରେ ତୁଳସୀ ଚଉଁରା ରହିବ, ତାହା ପ୍ରଥମେ ସ୍ଥିର କରିନେବା ଉଚିତ୍। ଯଦି ଆପଣ ଘର ତିଆରି ପରେ ଘର ଅଗଣାରେ ତୁଳସୀ ଗଛ ଲଗାଇ ନାହାନ୍ତି ତେବେ ଘରର ଛାତ ଉପରେ […]
ସମୟ ଲାଇଭ୍,୨୫/୪; ଆଜିକାଲି ଖୁବ୍ କମ୍ ଜାଗାରେ ଘର କରିବାକୁ ପଡ଼ୁଥିବାବେଳେ ତୁଳସୀ ଚଉଁରା କରିବା ପାଇଁ ଉପଯୁକ୍ତ ସ୍ଥାନ ଚୟନ ହୋଇପାରୁ ନାହିଁ। ତେବେ ଅନେକଙ୍କ ଘରର ବାଲକୋନୀରେ ତୁଳସୀ ଗଛ ଦେଖିବାକୁ ମିଳୁଛି। କିନ୍ତୁ ଘର କରିବା ପୁର୍ବରୁ କେଉଁ ସ୍ଥାନରେ ତୁଳସୀ ଚଉଁରା ରହିବ, ତାହା ପ୍ରଥମେ ସ୍ଥିର କରିନେବା ଉଚିତ୍। ଯଦି ଆପଣ ଘର ତିଆରି ପରେ ଘର ଅଗଣାରେ ତୁଳସୀ ଗଛ ଲଗାଇ ନାହାନ୍ତି ତେବେ ଘରର ଛାତ ଉପରେ ତୁଳସୀ ଗଛ ଲଗାନ୍ତୁ।
-କୌଣସି ବାସ୍ତୁଦୋଷ ଥିଲେ, ଏହାର ସବୁଠୁ ଉତ୍ତମ ପ୍ରତିକାର ହେଉଛି ଛାତ ଉପରେ ତୁଳସୀ ଗଛ କୁଣ୍ଡରେ ଲଗାଇବା।
-ଛାତ ଉପରେ ଥିବା ତୁଳସୀ ଗଛରେ ନିୟମିତ ପାଣି ପ୍ରଦାନ କରିବା ଦ୍ୱାରା ଘରର ପିଲାମାନେ ଦୀର୍ଘର୍ାୟୁ ହୋଇଥାନ୍ତି।
-ଘରେ ତୁଳସୀ ମା’ ସ୍ଥାନ ପାଇଲେ ଘରକୁ ଶାନ୍ତ ପରିବେଶ ଓ ନିର୍ମଳ ଜଳବାୟୁ ମିଳିଥାଏ। ଏହାସହ ସୂର୍ଯ୍ୟକିରଣ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ।
-ଘରର ଦକ୍ଷିଣ ପାର୍ଶ୍ବ ଝରକା ବାହାରେ ମଧ୍ୟ ତୁଳସୀ ଗଛ ଲଗାଯାଇପାରିବ।କାରଣ ଦକ୍ଷିଣା ପବନ ସହ ତୁଳସୀର ସୁଗନ୍ଧଭରା ବାସ୍ନା ସ୍ୱାସ୍ଥ୍ୟପ୍ର୍ରତି ହିତକାର ହୋଇଥାଏ।
– ତୁଳସୀ ଗଛ ଝାଉଁଳିବା ପରେ ଯଥାଶିଘ୍ର ସେ ସ୍ଥାନରେ ସତେଜ ତୁଳସୀ ଗଛ ଲଗାଇବାରେ ହେଳା କରନ୍ତୁ ନାହିଁ।
-ଯୁଗ ଯେତେ ଆଧୁନିକ ହେଉ, ନିଜ ପରମ୍ପରା ଓ ନୀତିନିୟମକୁ ଅବହେଳା କଲେ ହିଁ କୁପରିଣାମ ମିଳିଥାଏ।
Tags:




