ଭାଗ୍ୟକୁ ପରିବର୍ତ୍ତନ କରେ ଉଚିତ ୱାଲପେପ୍‌ର

ବ୍ୟସ୍ତବହୁଳ ଜୀବନରେ ଟିକେ ଫୁରସତ୍‌ ପାଇଲେ, ପ୍ରାୟେ ମୋବାଇଲ୍‌ ଦେଖିଥାନ୍ତି । ଏହିପରିକି ଆଜିର ପିଢ଼ିମାନଙ୍କ ମଧ୍ୟରେ ମୋବାଇଲ୍‌ ଦେଖା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । ମୋବାଇଲ୍‌ର ଦୃଶ୍ୟ କିମ୍ବା ସେମାନେ ଦେଖୁଥିବା ଦୃଶ୍ୟ ସେମାନଙ୍କ ଦୈନନ୍ଦିନ ଜୀବନ ଉପରେ ଖୁବ୍‌ ପ୍ରଭାବ ପକାଏ । ଏହି ଦୃଶ୍ୟ କେବଳ ଜୀବନରେ ନୁହେଁ ଭାଗ୍ୟ ଉପରେ ମଧ୍ୟ ବେଶ୍‌ ପ୍ରଭାବ ପକାଏ । ଆମେମାନେ ମୋବାଇଲ୍‌ ଖୋଲିବା ମାତ୍ରେ ଆମ ନଜର ପ୍ରଥମେ ୱାଲପେପର୍‌ ଉପରେ […]

Samaya Live Picture
Published On

ବ୍ୟସ୍ତବହୁଳ ଜୀବନରେ ଟିକେ ଫୁରସତ୍‌ ପାଇଲେ, ପ୍ରାୟେ ମୋବାଇଲ୍‌ ଦେଖିଥାନ୍ତି । ଏହିପରିକି ଆଜିର ପିଢ଼ିମାନଙ୍କ ମଧ୍ୟରେ ମୋବାଇଲ୍‌ ଦେଖା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । ମୋବାଇଲ୍‌ର ଦୃଶ୍ୟ କିମ୍ବା ସେମାନେ ଦେଖୁଥିବା ଦୃଶ୍ୟ ସେମାନଙ୍କ ଦୈନନ୍ଦିନ ଜୀବନ ଉପରେ ଖୁବ୍‌ ପ୍ରଭାବ ପକାଏ ।

ଭାଗ୍ୟକୁ ପରିବର୍ତ୍ତନ କରେ ଉଚିତ ୱାଲପେପ୍‌ର

ଏହି ଦୃଶ୍ୟ କେବଳ ଜୀବନରେ ନୁହେଁ ଭାଗ୍ୟ ଉପରେ ମଧ୍ୟ ବେଶ୍‌ ପ୍ରଭାବ ପକାଏ । ଆମେମାନେ ମୋବାଇଲ୍‌ ଖୋଲିବା ମାତ୍ରେ ଆମ ନଜର ପ୍ରଥମେ ୱାଲପେପର୍‌ ଉପରେ ପଡ଼େ । ୱାଲପେପର୍‌ରେ ଥିବା ଛବି ମନର ଚିନ୍ତା ସହିତ ଭାଗ୍ୟକୁ ପ୍ରଭାବିତ କରେ । ଏଣୁ ବାସ୍ତୁ ଅନୁସାରେ, ମୋବାଇଲ୍‌ର ୱାଲପେପର୍‌ ରଖିଲେ, ମନ ଶାନ୍ତ ରହିବା ସହିତ ଜୀବନରେ ଥିବା ଛୋଟ ଓ ବଡ଼ ସମସା ଦୂର ହୁଏ । ବାସ୍ତୁ ଅନୁସାରେ, ଏହିପରି କିଛି ଛବି ରହିଛି, ଯାହା ଭାଗ୍ୟକୁ ସମୂର୍ଣ୍ଣ ବଦଳାଇପାରେ ।

ଧନ ବୃଦ୍ଧି କରିବ ଏହି ୱାଲପେପର୍‌-
ଭାଗ୍ୟକୁ ପରିବର୍ତ୍ତନ କରେ ଉଚିତ ୱାଲପେପ୍‌ର

* କ୍ୟାରିଅର୍‌ ଓ ଆର୍ଥିକସ୍ଥିତିରେ ଉନ୍ନତି ଆଣିବା ପାଇଁ ‘ବ୍ଲେସିଂ ବୁଦ୍ଧ’ଙ୍କ ଛବି ୱାଲପେପର୍‌ରେ ରଖିବା ଉତ୍ତମ ବୋଲି ବାସ୍ତୁ ଦର୍ଶାଇଛି ।
* ବୃତ୍ତିରେ ଉନ୍ନତି ଆଣିବାକୁ ଚାହୁଁଥିଲେ, ମୋବାଇଲ୍‌ ୱାଲପେପର୍‌ରେ ସବୁଜ ରଙ୍ଗ ଥିବା କିଛି ବସ୍ତୁ ବା ଜିନିଷର ଛବି ରଖନ୍ତୁ । ସବୁଜ ରଙ୍ଗ ସଫଳତାର ସଙ୍କେତ । ଏଣୁ ଏହି ରଙ୍ଗର ଛବି ଥିବା ୱାଲପେପର୍‌ ରଖିଲେ, ଆପଣଙ୍କୁ ସଫଳତା ମିଳିଥାଏ ।
ଭାଗ୍ୟକୁ ପରିବର୍ତ୍ତନ କରେ ଉଚିତ ୱାଲପେପ୍‌ର

* ସେହିପରି ଧନ ଓ ସମ୍ପତ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ, ମାଆ ଲକ୍ଷ୍ମୀଙ୍କର ଛବି ୱାଲ୍‌ପେପର୍‌ରେ ରଖନ୍ତୁ । ମାଆ ଲକ୍ଷ୍ମୀଙ୍କ ଦର୍ଶନ ସବୁ ସମୟରେ କଲେ ଧନର ଦେବୀଙ୍କ କୃପା ନିଶ୍ଚୟେ ଆପଣଙ୍କ ଉପରେ ପଡ଼ିବ ।

ସଫଳତା ଦେଇଥାଏ ୱାଲପେପର୍‌-
ଭାଗ୍ୟକୁ ପରିବର୍ତ୍ତନ କରେ ଉଚିତ ୱାଲପେପ୍‌ର

* ମନରେ ସଫଳତା ପାଇବାର ଆଗ୍ରହକୁ ବୃଦ୍ଧି କରିବାକୁ ଚାହୁଁଥିଲେ କିମ୍ବା ସଫଳତାର ସ୍ୱାଦ ଚାଖିବାକୁ ଇଚ୍ଛା ଥିଲେ,ଏହିପରି ଛବି ଥିବା ୱାଲପେପର୍‌ ରଖନ୍ତୁ, ଯେପରି ଛବିରେ ଜଣେ ବ୍ୟକ୍ତି ସିଡ଼ିର ଉପରକୁ ଚଢ଼ୁଥିବ ।
* କୁହାଯାଏ ଭାଗ୍ୟର ତାଲା ଖୋଲିବାକୁ ହେଲେ ଚାବିର ଆବଶ୍ୟକତା ପଡ଼େ । ଠିକ୍‌ ସେହିପରି ଚାବିର ଛବି ଥିବା ୱାଲପେପର୍‌ ଭାଗ୍ୟ ବଦଳାଇଥାଏ ବୋଲି ବାସ୍ତୁରେ ରହିଛି ।

ଭାଗ୍ୟକୁ ପରିବର୍ତ୍ତନ କରେ ଉଚିତ ୱାଲପେପ୍‌ର

* ସାତୋଟି ଦୌଡ଼ୁଥିବା ଧଳା ଘୋଡ଼ାର ଛବିକୁ ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି । ବାସ୍ତୁରେ ସାତ ଅଙ୍କର ଅର୍ଥ ହେଉଛି ସାର୍ବଭୌମି ଓ ପ୍ରକୃତିର ଶାନ୍ତି । ଏହିପରି ଛବି ପ୍ରତ୍ୟେକ ସମୟରେ ଦେଖିଲେ, ମନର ସକରାତ୍ମକ ଭାବ ଜାଗ୍ରତ ହେବା ସହିତ ମନକୁ ସନ୍ତୁଷ୍ଟ ମିଳେ ।

ପ୍ରେମ ସମ୍ପର୍କର ଉନ୍ନତି ପାଇଁ-

ଭାଗ୍ୟକୁ ପରିବର୍ତ୍ତନ କରେ ଉଚିତ ୱାଲପେପ୍‌ର

* ନିଜ ସାଥୀଙ୍କ ସହିତ ସମ୍ପର୍କ ଘନିଷ୍ଠ କରିବାକୁ ଚାହୁଁଥିଲେ, ୱାଲପେପରରେ ରାଧାକୃଷ୍ଣଙ୍କ ଛବି ରଖନ୍ତୁ । ଏହାଛଡ଼ା ବଇଁଶି ଓ ମୟୂରପୂଚ୍ଛର ଛବିକୁ ମଧ୍ୟ ରଖିପାରିବେ ।
* ବାସ୍ତୁ ଅନୁସାରେ, ସାଥୀଙ୍କ ସହିତ ରୋମାଣ୍ଟିକ୍‌ ହେବାକୁ ଚାହୁଁଥିଲେ, ନାଲି ଗୋଲାପର ଛବି ରଖନ୍ତୁ ।

ଭାଗ୍ୟକୁ ପରିବର୍ତ୍ତନ କରେ ଉଚିତ ୱାଲପେପ୍‌ର

ନାଲି ଗୋଲାପକୁ ଦେଖିଲେ ମନରେ ପ୍ରେମ ଭାବ ବୃଦ୍ଧି ପାଏ ଓ ସାଥୀ ସହିତ ମନମାଳିନ୍ୟ ସମସ୍ୟା ଦୂର ହୁଏ ।

ମନର ଶାନ୍ତି ଚାହୁଁଥିଲେ-
* ମନର ଶାନ୍ତି ଚାହୁଁଥିଲେ, ବର୍ଷା ପାଣିର ବୁନ୍ଦା ଥିବା ଛବିକୁ ୱାଲପେପରରେ ସଜାଇ ପାରିବେ । ବାସ୍ତୁ ଅନୁସାରେ, ପାଣିର ବୁନ୍ଦା ମନରେ ପ୍ରାକୃତିକ ଶୀତଳତା ଭରିଥାଏ ଓ ମନକୁ ଶାନ୍ତି ଦେଇଥାଏ ।

ଭାଗ୍ୟକୁ ପରିବର୍ତ୍ତନ କରେ ଉଚିତ ୱାଲପେପ୍‌ର

* ପ୍ରବାହିତ ହେଉଥିବା ନଦୀ ଓ ଝରଣାର ଛବକୁ ୱାଲପେପରରେ ରଖିଲେ ମନକୁ ଶାନ୍ତି ମିଳେ ।
* ଏହାଛଡ଼ା କୌଣସି ଯୋଗ ମୁଦ୍ରା କରୁଥିବା ବ୍ୟକ୍ତିଙ୍କ ଛବି ୱାଲପେପରରେ ରଖିଲେ ମଧ୍ୟ ମନକୁ ଶାନ୍ତି ପ୍ରାପ୍ତ ହୁଏ ।

ଭାଗ୍ୟକୁ ପରିବର୍ତ୍ତନ କରେ ଉଚିତ ୱାଲପେପ୍‌ର