ଖଳ ମାସରେ ହୋଇ ପାରିବନି ବିବାହ, ଜାଣନ୍ତୁ ୨୦୨୨ରେ ରହିଛି କେଉଁ ଶୁଭ ଦିନ!

୧୬ ଡିସେମ୍ବରରୁ ଆରମ୍ଭ ହୋଇଛି ଖରମାସ ବା ମଳମାସ। ଏହା ଫଳରେ ବର୍ତ୍ତମାନ ଆଗାମୀ ଏକ ମାସ ପର୍ଯ୍ୟନ୍ତ କୌଣସି ଶୁଭ କାମ କରାଯିବ ନାହିଁ। ଏହି ଦିନ ମାନଙ୍କରେ ହିନ୍ଦୁ ଧର୍ମର କୌଣସି ବିବାହ ଓ ବ୍ରତଘର ଆଦି ଶୁଭ କାମ କରାଯିବ ନାହିଁ। ତେବେ ଏବେ ଏକ ମାସ ପର୍ଯ୍ୟନ୍ତ କେଣସି ଶୁଭ ମୁହୂର୍ତ ନଥିଲେ ମଧ୍ୟ ଆଗାମୀ ୨୦୨୨ ବର୍ଷଟି ଶୁଭ ଦିନ ମାନଙ୍କରେ ଭରପୁର ହୋଇ ରହିଛି। ଏହି ମଳ ମାସ […]

Samaya Live Picture
Published On

୧୬ ଡିସେମ୍ବରରୁ ଆରମ୍ଭ ହୋଇଛି ଖରମାସ ବା ମଳମାସ। ଏହା ଫଳରେ ବର୍ତ୍ତମାନ ଆଗାମୀ ଏକ ମାସ ପର୍ଯ୍ୟନ୍ତ କୌଣସି ଶୁଭ କାମ କରାଯିବ ନାହିଁ। ଏହି ଦିନ ମାନଙ୍କରେ ହିନ୍ଦୁ ଧର୍ମର କୌଣସି ବିବାହ ଓ ବ୍ରତଘର ଆଦି ଶୁଭ କାମ କରାଯିବ ନାହିଁ। ତେବେ ଏବେ ଏକ ମାସ ପର୍ଯ୍ୟନ୍ତ କେଣସି ଶୁଭ ମୁହୂର୍ତ ନଥିଲେ ମଧ୍ୟ ଆଗାମୀ ୨୦୨୨ ବର୍ଷଟି ଶୁଭ ଦିନ ମାନଙ୍କରେ ଭରପୁର ହୋଇ ରହିଛି। ଏହି ମଳ ମାସ ଡିସେମ୍ବର ୧୬ରୁ ଆରମ୍ଭ ହୋଇ ଜାନୁଆରୀ ୧୪ ପର୍ଯ୍ୟନ୍ତ ଚାଲିବ। ହିନ୍ଦୁର ପୌରାଣିକ ମତ ଅନୁଯାଇ ଏହି ମାସରେ କୌଣସି ଶୁଭ କାମ କରାଯାଏ ନାହିଁ। କାରଣ ଏହି ସମୟରେ ସୂର୍ଯ୍ୟଙ୍କ ଗତି ଧିମା ହୋଇଥାଏ ଏବଂ ଏହି ସମୟରେ କୌଣସି ଶୂଭ କାମର ଫଳ ମଧ୍ୟ ଶୁଭ ଫଳ ଦେଇନଥାଏ। ତେବେ ଏପରି ସ୍ତିତିରେ ଯେଉଁ ମାନେ ବିବାହ ପାଇଁ ଏହି ବର୍ଷକୁ ବାଛିଛନ୍ତି, ସେମାନେ ଆସନ୍ତା ବର୍ଷରେ ବିବାହ ବନ୍ଧନରେ ବାନ୍ଧି ହୋଇ ପାରିବେ। ଜ୍ୟୋତିର୍ବିଦ ମାନଙ୍କ କହିବା ଅନୁସାରେ ଆଗାମୀ ବର୍ଷ ବିଭିନ୍ନ ଶୁଭ କାର୍ଯ୍ୟ ପାଇଁ ଅନୁକୂଳ ହେବ।

ଖଳ ମାସରେ ହୋଇ ପାରିବନି ବିବାହ, ଜାଣନ୍ତୁ ୨୦୨୨ରେ ରହିଛି କେଉଁ ଶୁଭ ଦିନ!

ଜ୍ୟୋତିଷ ଆଚାର୍ଯ୍ୟଙ୍କ ଅନୁଯାଇ ନୂଆ ବର୍ଷରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ମାତ୍ରେ ଲଗ୍ନ ଆରମ୍ଭ ହୋଇଯିବ। ଜାନୁଆରୀ ୨୨,୨୩,୨୪,୨୫ ବିବାହର ଭଲ ମୁହୂର୍ତ୍ତ ଏଟେ। ଏହି ଦିନ ବିବାହ ପାଇଁ ଅତ୍ୟନ୍ତ ଶୁଭ ଦାୟକ ରହିବ। ସେହିପରି ଫେବୃଆରୀ ୫,୬,୭,୯,୧୦,୧୧,୧୨,୧୮,୧୯,୨୦ ଓ ୨୨ରେ ଶୁଭ ଦିନ ରହିଛି। ମାର୍ଚ୍ଚ ମାସରେ କେବଳ ଦୁଇଟି ମୁହୂର୍ତ୍ତ ରହିଛି। ମାର୍ଚ୍ଚ ମାସରେ ୪ ଓ ୯ରେ ବିବାହ କରିବା ଶୁଭ ଅଟେ।

ଖଳ ମାସରେ ହୋଇ ପାରିବନି ବିବାହ, ଜାଣନ୍ତୁ ୨୦୨୨ରେ ରହିଛି କେଉଁ ଶୁଭ ଦିନ!

ମାର୍ଚ୍ଚ ପରେ ପୁଣି ଆରମ୍ଭ ହେବ ଖର ମାସ:
୨୦୨୨ର ମାର୍ଚ୍ଚ ମାସ ମଧ୍ୟ ଭାଗରେ ପୁଣି ମଳ ମାସ ଆରମ୍ଭ ହେବ। କାରଣ ମାର୍ଚ୍ଚ ୧୫ରୁ ସୂର୍ଯ୍ୟ ମୀନ ରାଶୀରେ ପ୍ରବେଶ କରିବେ। ଯାହା ଆସନ୍ତା ୧୩ ଅପ୍ରେଲ ପର୍ଯ୍ୟନ୍ତ ଲାଗି ରହିବ। ଏହା ପରେ ମେ, ଜୁନ ମାସ ବିବାହ ଆଦି ଶୁଭ କାର୍ଯ୍ୟ ପାଇଁ ଶୁଭ ଫଳ ପ୍ରଦାୟୀ ରହିବ।

ଖଳ ମାସରେ ହୋଇ ପାରିବନି ବିବାହ, ଜାଣନ୍ତୁ ୨୦୨୨ରେ ରହିଛି କେଉଁ ଶୁଭ ଦିନ!

ଅପ୍ରେଲରେ ପୁଣି ବିବାହ ଯୋଗ:
ଅପ୍ରେଲ ୧୪,୧୫,୧୬,୧୭,୧୯,୨୦,୨୧,୨୨,୨୩,୨୪,୨୭ ତାରିଖ। ମେ ମାସରେ ୨,୩,୯,୧୦,୧୧,୧୨,୧୫,୧୭,୧୮,୧୯,୨୦,୨୧,୨୬,୨୭,୩୧। ଜୁନରେ ୧,୫,୬,୭,୮,୯,୧୦,୧୧,୧୩,୧୭,୨୩,୨୪ ତାରିଖ ପରେ ଜୁଲାଇ ରେ କେବଳ ୬,୭,୮,୯ରେ ହିଁ ବିବାହ ଲଗ୍ନ ରହିଛି। ଏହା ପରେ ମାନ୍ୟତା ରହିଛି ଯେ ଭଗବାନ ବିଷ୍ଣୁ ଶୟନ ପାଇଁ ଚାଲିଯିବେ ତେଣୁ ୧୦ ଜୁଲାଇ ଠାରୁ ୧୬ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଶୁଭ କାର୍ଯ୍ୟ ବନ୍ଦ ରହିବ।

ଖଳ ମାସରେ ହୋଇ ପାରିବନି ବିବାହ, ଜାଣନ୍ତୁ ୨୦୨୨ରେ ରହିଛି କେଉଁ ଶୁଭ ଦିନ!

୧୧ ସେପେଫମ୍ବର ଠାରୁ ୨୫ ସେପେଫମ୍ବର ପିତୃପକ୍ଷ:
୧୧ ସେପେଫମ୍ବର ଠାରୁ ୨୫ ସେପେଫମ୍ବର ପାଇଁ ପିତୃପକ୍ଷ ଲାଗୁ ରହିବ। ୨୪ ନଭେମ୍ବର ପର୍ଯ୍ୟନ୍ତ ଶୁକ୍ର ଗ୍ରହ ଅସ୍ତ ରହିବ। ଏଥିପାଇଁ କେବଳ ୪ଟି ଲଗ୍ନ ମିଳୁଛି ଯାହା ୨୫,୨୬,୨୮,୨୯ ଅଟେ। ସେହିପରି ଡିସେମ୍ବର ୧,୨,୪,୭,୮,୯,୧୪ରେ ଭଲ ଦିନ ରହିଛି । ଏହାପରେ ୧୬ ଡିସେମ୍ବରରେ ସୂର୍ଯ୍ୟ ମୀନ ରାଶିରେ ପ୍ରବେଶ କରିବେ ଏବଂ ୧୪ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଏହା ଲାଗୁ ରହିବ ଫଳରେ ବିବାହ ଆଦି ଶୁଭ କାର୍ଯ୍ୟ ପାଇଁ ଡିସେମ୍ବର ୧୪ ହିଁ ୨୦୨୨ ବର୍ଷ ପାଇଁ ଶେଷ ଲଗ୍ନ ହେବ। ଏହା ପରେ କୌଣସି ଶୂଭ କାର୍ଯ୍ୟ କରାଯିବ ନାହିଁ।