ଅକ୍ଷୟ ତୃତୀୟାରେ କଣ କଲେ ଚାଷୀ?

ସମୟ ଲାଇଭ,26/4(ଦେବ ଜ୍ୟୋତି ମହାନ୍ତି) :ବୈଶାଖ ଶୁକ୍ଳ ତୃତୀୟ ତିଥି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ ଏବଂ […]

Samaya Live Picture
Published On

ସମୟ ଲାଇଭ,26/4(ଦେବ ଜ୍ୟୋତି ମହାନ୍ତି) :ବୈଶାଖ ଶୁକ୍ଳ ତୃତୀୟ ତିଥି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ ଏବଂ ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୁର ବୋଳାଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବୈଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କୁହନ୍ତି ।ଆଜି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ମଧ୍ଯ ଏହା ପାଳନ କରାଯାଇଅଛି। ଆଜି ସାରା ଦେଶ ସାରା ରାଜ୍ଯ ମହାମାରୀ କରୋନା ଭୁତାଣୁର କବଳରେ କବଳିତ। ଏହି ଭୂତାଣୁର ସଂକ୍ରମଣ ରୋକିବା ପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ ଘୋଷଣା କରାଯାଇଅଛି ।ତଥାପି ଆମ ଓଡିଶାର ଓଡ଼ିଆ ପରମ୍ପରାକୁ କୃଷକ ଭାଇମାନେ ବଜାୟ ରଖିଛନ୍ତି । ଆଜି ପବିତ୍ର ଅକ୍ଷିତୃତୀୟା ଦିବସରେ ରୀତି ନୀତି ଅନୁଯାୟୀ ପୂଜାର୍ଚନା କରାଯାଇ ଅକ୍ଷିମୁଠି ଅନୁକୂଳ କରାଯାଇଅଛି ।।

Tags: