ଜିଙ୍କ୍ ଡେଫିସିଏନ୍ସି
ବର୍ତ୍ତମାନ ମହିଳାଙ୍କ କ୍ଷେତ୍ରରେ ଜିଙ୍କ ଡେଫିସିଏନ୍ସି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ବୟସ ବଢିଲେ ଏହି ସମସ୍ୟା ଦେଖିବାକୁ ମିଳିଥାଏ । ଆମ ଶରୀରରେ ଜିଙ୍କର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ଏହା ଆମର ରୋଗପ୍ରତିରୋଧକ ଶକ୍ତି ବଢାଇବା ସହିତ ସେଲ୍ ଗ୍ରୋଥ ଓ ହର୍ମୋନ ପ୍ରସ୍ତୁତିରେ ସହାୟକ ହୋଇଥାଏ । ତେବେ ମହିଳାଙ୍କ କ୍ଷେତ୍ରରେ ଜିଙ୍କର ଆବଶ୍ୟକତା ଖୁବ ଅଧିକ ଥାଏ । ତେଣୁ ଜିଙ୍କ ଡେଫିସିଏନ୍ସିକୁ ଜାଣିବାର ଆବଶ୍ୟକତା ରହିଛି […]
ବର୍ତ୍ତମାନ ମହିଳାଙ୍କ କ୍ଷେତ୍ରରେ ଜିଙ୍କ ଡେଫିସିଏନ୍ସି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ବୟସ ବଢିଲେ ଏହି ସମସ୍ୟା ଦେଖିବାକୁ ମିଳିଥାଏ । ଆମ ଶରୀରରେ ଜିଙ୍କର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ଏହା ଆମର ରୋଗପ୍ରତିରୋଧକ ଶକ୍ତି ବଢାଇବା ସହିତ ସେଲ୍ ଗ୍ରୋଥ ଓ ହର୍ମୋନ ପ୍ରସ୍ତୁତିରେ ସହାୟକ ହୋଇଥାଏ । ତେବେ ମହିଳାଙ୍କ କ୍ଷେତ୍ରରେ ଜିଙ୍କର ଆବଶ୍ୟକତା ଖୁବ ଅଧିକ ଥାଏ । ତେଣୁ ଜିଙ୍କ ଡେଫିସିଏନ୍ସିକୁ ଜାଣିବାର ଆବଶ୍ୟକତା ରହିଛି । ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଆସନ୍ତୁ ଜାଣିବା ଏହାର ଲକ୍ଷଣ ବିଷୟରେ ।
ଚର୍ମରେ ପରିବର୍ତ୍ତନ- ଜିଙ୍କ ଡେଫିସିଏନ୍ସିର ପ୍ରଥମ ଲକ୍ଷଣ ହେଲା ଶରୀରରେ ଏକ୍ଜିମା ଭଳି ଫଳିଯିବା, ନାକ ଓ ପାଟି ପାଖରେ ଦାଗ ହେବା, ସହଜରେ ଖଣ୍ଡିଆ ନ ଶୁଖିବା ଆଦି ହେଲା ପ୍ରାଥମିକ ଲକ୍ଷଣ ।
କେଶ ଝଡିବା- ଯଦି ଅତ୍ୟଧିକ ପରିମାଣରେ କେଶ ଝଡୁଛି, ତେବେ ଏହାର କାରଣ ଜିଙ୍କ ଡେଫିସିଏନ୍ସି ହୋଇପାରେ । କେଶ ପତଳା ହେବା,ନଖ ପତଳା ହେବା ଆଦି ଏହାର ଲକ୍ଷଣ ହୋଇଥାଏ । ଜିଙ୍କ ଆମର କେଶ ଓ ନଖ ତିଆରି ହେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ଅନିୟମିତ ଋତୁସ୍ରାବ – ମହିଳାଙ୍କର ରିପ୍ରଡକଫିଭ୍ ହେଲ୍ଥ ପାଇଁ ଜିଙ୍କ ବହୁତ ଦରକାରୀ ହୋଇଥାଏ । ତେଣୁ ଜିଙ୍କ୍ ଡେଫିସିଏନ୍ସିରେ ଋତୁସ୍ରାବରେ ଅନିୟମିତତା ହେବାର ସମ୍ଭାବନା ରହିଛି । ଏହା ମଧ୍ୟ ଏକ ଲକ୍ଷଣ ହୋଇପାରେ ।




