ବୟସ ପୂର୍ବରୁ ବୟସ୍କ କରାଏ ଏହି କୁଅଭ୍ୟାସ

ବୟସ ବଢ଼ିବା ଏକ ସାଧାରଣ କ୍ରିୟା । ହେଲେ ବୟସ ବଢ଼ିବା ପୂର୍ବରୁ ହିଁ ଆଜିକାଲିର ଯୁବପିଢ଼ି ବୟସ୍କ ଦେଖାଯାଉଛନ୍ତି । ଯାହା ଏକ ଚିନ୍ତାର ବିଷୟ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲì୍ୟଏଚ୍‌ଓ) ରିପୋର୍ଟ ଅନୁସାରେ, ୨୦୫୦ ବେଳକୁ ଦୁଇ ଅରବ ଯୁବପିଢ଼ି ପରିଣତ ବୟସରେ ୬୦ ବର୍ଷର ବୟସ୍କଙ୍କ ଭଳି ଦେଖାଯିବେ । ସେହିପରି ‘ନେଚର୍‌ ବିହେବ’ ରିପୋର୍ଟ ଅନୁସାରେ, କମ୍‌ ବୟସରେ ଆଜିର ପିଢ଼ି ବୟସ୍କ ଦେଖାଯିବା ସହିତ ମାନସିକ କ୍ଷମତାରେ ପରିବର୍ତ୍ତନ ଆସିଛି […]

Samaya Live Picture
Published On

ବୟସ ବଢ଼ିବା ଏକ ସାଧାରଣ କ୍ରିୟା । ହେଲେ ବୟସ ବଢ଼ିବା ପୂର୍ବରୁ ହିଁ ଆଜିକାଲିର ଯୁବପିଢ଼ି ବୟସ୍କ ଦେଖାଯାଉଛନ୍ତି । ଯାହା ଏକ ଚିନ୍ତାର ବିଷୟ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲì୍ୟଏଚ୍‌ଓ) ରିପୋର୍ଟ ଅନୁସାରେ, ୨୦୫୦ ବେଳକୁ ଦୁଇ ଅରବ ଯୁବପିଢ଼ି ପରିଣତ ବୟସରେ ୬୦ ବର୍ଷର ବୟସ୍କଙ୍କ ଭଳି ଦେଖାଯିବେ । ସେହିପରି ‘ନେଚର୍‌ ବିହେବ’ ରିପୋର୍ଟ ଅନୁସାରେ, କମ୍‌ ବୟସରେ ଆଜିର ପିଢ଼ି ବୟସ୍କ ଦେଖାଯିବା ସହିତ ମାନସିକ କ୍ଷମତାରେ ପରିବର୍ତ୍ତନ ଆସିଛି । କେତେକ କୁଅଭ୍ୟାସରେ କବଳିତ ହୋଇ ଯୁବପିଢ଼ିଙ୍କର ବ୍ୟବହାର ଓ ମାନସିକ କ୍ଷେତ୍ର ହ୍ରାସ ହେଉଛି । ଏହିପରି କୁଭ୍ୟାସକୁ ପରିବର୍ତ୍ତନ କରାନଗଲେ ଏହା ଆଗକୁ ବିଶ୍ୱ ସମସ୍ୟା ରୂପେ ଉଭା ହୋଇପାରେ ।

ବହୁତ ଟିଭି ଦେଖିବା-
ବୟସ ପୂର୍ବରୁ ବୟସ୍କ କରାଏ ଏହି କୁଅଭ୍ୟାସ

ବହୁତ ସମୟ ଧରି ଟିଭି ଦେଖିବ ଏକ ଖରାପ ଅଭ୍ୟାସ ନୁହେଁ । ହେଲେ ଏହାକୁ ଅଭ୍ୟାସରେ ପରିଣତ କରାଇବା କୁଭ୍ୟାସ ଅଟେ । ଆମେରିକା ‘ହାର୍ଟ ଆସୋସିଏସନ୍‌’ ଅନୁସାରେ, ମଧ୍ୟମ ଆୟୁର ପିଢ଼ିଙ୍କ ମଧ୍ୟରେ ଚ୍ୟାନେଲ ବଦଳାଇ ଟିଭି ଦେଖିବାର ଏକ କୁଅଭ୍ୟାସ ରହିଛି । ଏଥିରେ ମାନସିକ ଶକ୍ତି ହ୍ରାସ ପାଏ । ବହୁ ସମୟ ଧରି ଟିିଭି ଦେଖିଲେ, ମାନସିକରେ ଥିବା ‘ଗ୍ରୋ ମିଟର’ ହ୍ରାସ ପାଏ । ଭାବଶକ୍ତି ଏବଂ ବ୍ୟବହାରକୁ ଆଧାର କରି ଗ୍ରୋ ମିଟର ଆକଳନ କରାଯାଏ ।

ଆଳସ୍ୟରେ ରହିବା-
ବୟସ ପୂର୍ବରୁ ବୟସ୍କ କରାଏ ଏହି କୁଅଭ୍ୟାସ

କୌଣସି କାର୍ଯ୍ୟ ନକରି ଗୋଟିଏ ସ୍ଥାନରେ ବସି ରହିଲେ ଆଳସ୍ୟ ବଢ଼ିଥାଏ । ବୟସ ଥାଉ ଥାଉ ପିଲାମାନେ ବୃଦ୍ଧ କରି ଦେଖାଯାଇଥାନ୍ତି । ଆଳସ୍ୟ କେବଳ ଶରୀର ଉପରେ ନୁହେଁ ବରଂ ମାନସିକ ଉପରେ କୁପ୍ରଭାବ ପକାଏ । ଆଳସ୍ୟକୁ ହ୍ରାସ କରିବା ପାଇଁ ବ୍ୟାୟାମ ଏକ ମାତ୍ର ଉପାୟ । ବ୍ୟାୟାମ କଲେ ଶରୀର ସହିତ ମାନସିକ ସୁସ୍ଥ ରହେ । ଏହାସହିତ ମୁଖରେ ଉଜ୍ୱଳ ଆସେ ।

ଅସମୟରେ ଶୋଇବାର ଅଭ୍ୟାସ-
ବୟସ ପୂର୍ବରୁ ବୟସ୍କ କରାଏ ଏହି କୁଅଭ୍ୟାସ

ବହୁ ଲୋକ ରାତ୍ରି ସମୟରେ ନଶୋଇ ଅସମୟରେ ଶୋଇବାକୁ ପସନ୍ଦ କରିଥାନ୍ତି । ଯାହା ଏକ ଖରାପ ଅଭ୍ୟାସ । ‘ସାଇଣ୍ଟିଫିକ୍‌ ଜର୍ଣ୍ଣାଲ’ର ଏକ ରିପୋର୍ଟ ଅନୁସାରେ, ଯେଉଁ ଲୋକ ଅସମୟରେ ଶୋଇଥାନ୍ତି ବା ୭ରୁ ୮ ଘଣ୍ଟା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମାତ୍ରାରେ ନିଜ ନିଦ ପୂରଣ କରିନଥାନ୍ତି, ସେମାନଙ୍କର ଭାବଶକ୍ତି ଖୁବ୍‌ ଶୀଘ୍ର ହ୍ରାସ ପାଏ । ମୁଖ ଏବଂ ଚର୍ମ ଢ଼ିଲା ଓ କୁଞ୍ଚନ ଦେଖାଯାଏ । ମହିଳାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଏ ।

ଅଧିକ ସମୟ ଧରି ଅନ୍‌ଲାଇନ୍‌ରେ ଦିନ କାଟିବା-
ବୟସ ପୂର୍ବରୁ ବୟସ୍କ କରାଏ ଏହି କୁଅଭ୍ୟାସ

କରୋନା କାଳରେ ବହୁ ଲୋକଙ୍କର ଇଣ୍ଟରନେଟ୍‌ ବ୍ୟବହାରର ଅଭ୍ୟାସ ବଢ଼ିଯାଇଛି । ଯୁବପିଢ଼ି ଅନ୍‌ଲାଇନ୍‌ରେ ଦିନ କାଟିବାକୁ ଭଲ ପାଉଛନ୍ତି । ‘ଏଜିଙ୍ଗ ଆଣ୍ଡ ମ୍ୟାଗାଜିନ୍‌ ଅଫ୍‌ ଡିଜିଜ୍‌’ ରିପୋର୍ଟ ଅନୁସାରେ, କମ୍ପୁ୍ୟଟର ଏବଂ ସ୍ମାର୍ଟ ଫୋନ୍‌ରୁ ନିର୍ଗତ ନୀଳ ବର୍ଣ୍ଣର ଆଲୋକ ଚକ୍ଷୁ, ଚର୍ମ ଏବଂ ମାନସିକ ଉପରେ ଖରାପ ପ୍ରଭାବ ପକାଏ । ଏହି କାରଣରୁ ଏଜିଙ୍ଗ ପ୍ରୋସେସ୍‌ ବଢ଼ିଥାଏ । ଏଥିରୁ ମୁକୁଳିବାକୁ ଖେଳକୁଦ, ବ୍ୟାୟାମ ଏବଂ ପାଠ ପଢ଼ାରେ ସମୟ ଅତିବାହିତ କରୁନ୍ତୁ । ଏଥିରୁ ମାନସିକ ଏବଂ ଶାରୀରିକ ଚଳପ୍ରଚଳ ହୋଇଥାଏ । ମାନସିକ ଶକ୍ତି ବୃଦ୍ଧି ପାଏ ।

ଚିନ୍ତାରେ ରହିବା-
ବୟସ ପୂର୍ବରୁ ବୟସ୍କ କରାଏ ଏହି କୁଅଭ୍ୟାସ

ସବୁ ସମୟରେ ଚିନ୍ତାରେ ରହିଲେ, ମୁଖ ଚର୍ମରେ କୁଞ୍ଚନ ପଡ଼ିଥାଏ । ଏହାସହିତ ବିଭିନ୍ନ ରୋଗ ବୃଦ୍ଧି ପାଏ । ଏଣୁ ନିଜର ସମସ୍ୟାକୁ ସମାଧାନ କରିବାର ବାଟ କାଢ଼ନ୍ତୁ । ସବୁ ସମୟରେ ନିଜ ସମସ୍ୟାକୁ ନେଇ ଚିନ୍ତା କଲେ ବୟସ ପୂର୍ବରୁ ଆପଣମାନଙ୍କୁ ବୟସ୍କ କରାଇଥାଏ । ନିଜ ଦୈନିକ କାର୍ଯ୍ୟରେ ପରିବର୍ତ୍ତନ ଆଣନ୍ତୁ ଏବଂ ସମସ୍ୟାକୁ ଦୃଢ଼ ମନରେ ସାମ୍ନା କରନ୍ତୁ ।