ଯୋଗ ଜରୁରୀ

ଆମ ଦୈନନ୍ଦିନ ଜୀବନରେ ଏଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ରହିଛି, ଯାହାକୁ ଯୋଗ କିମ୍ବା ବ୍ୟାୟାମ ଦ୍ୱାରା ଭଲ କରି ହେବ । ପ୍ରତିଦିନ କିଛି ସମୟ ଯୋଗ କରିବା ଦ୍ୱାରା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ଉପଶମ ମିଳିଥାଏ । ଯୋଗ ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ପ୍ରାୟ ୬୦୦୦ ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଭାରତରେ ହୋଇଥିବାର ଅନୁମାନ କରାଯାଏ । ତେବେ ମୁନୀଋଷିମାନେ ଜୀବନରେ ଯୋଗକୁ ଯେଉଁ ପ୍ରାଧାନ୍ୟ […]

ଯୋଗ ଜରୁରୀ
Samaya Live Picture
Published On

ଆମ ଦୈନନ୍ଦିନ ଜୀବନରେ ଏଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ରହିଛି, ଯାହାକୁ ଯୋଗ କିମ୍ବା ବ୍ୟାୟାମ ଦ୍ୱାରା ଭଲ କରି ହେବ । ପ୍ରତିଦିନ କିଛି ସମୟ ଯୋଗ କରିବା ଦ୍ୱାରା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ଉପଶମ ମିଳିଥାଏ ।

ଯୋଗ ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ପ୍ରାୟ ୬୦୦୦ ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଭାରତରେ ହୋଇଥିବାର ଅନୁମାନ କରାଯାଏ । ତେବେ ମୁନୀଋଷିମାନେ ଜୀବନରେ ଯୋଗକୁ ଯେଉଁ ପ୍ରାଧାନ୍ୟ ଦେଇଆସିଥିଲେ ଆଧୁନିକ ମଣିଷ ଏହାର ମୂଲ୍ୟକୁ ଗୌଣ କରିଦେଇଥିଲା । ହେଲେ ଏବର ବ୍ୟସ୍ତବହୁଳ ଜୀବନଶୈଳୀରେ ଦେହକୁ ସୁସ୍ଥ ରଖିବାର ସହଜ ଓ ସରଳ ଉପାୟ ଭାବେ ଯୋଗ ପୁଣି ଉଭା ହୋଇଛି । ଯେଉଁମାନଙ୍କ ପାଖରେ ମର୍ଣ୍ଣିଂଓ୍ୱାକ୍‌ ଓ ବ୍ୟାୟାମ କରିବାକୁ ସମୟ ନାହିଁ ସେମାନଙ୍କ ପାଇଁ ଯୋଗ ଉପଯୋଗୀ ସାବ୍ୟସ୍ତ ହେଉଛି । ତେଣୁ ଆଜିର ଦିନରେ ସମସ୍ତଙ୍କର ଏକ ସ୍ଲୋଗାନ ହେବା ଦରକାର “ଯୋଗ ଜରୁରୀ’ । ଯୋଗର ମହତ୍ତ୍ୱକୁ ଉପଲବ୍ଧି କରି ଭାରତରେ ପ୍ରଥମେ ୨୦୧୫ରେ ଯୋଗ ଦିବସ ପାଳିତ ହୋଇଥିଲା । ଏହା ପରଠାରୁ ପ୍ରତିବର୍ଷ ବିଶ୍ୱର କୋଣ ଅନୁକୋଣରେ ଯୋଗ ଦିବସ ପାଳିତ ହୋଇଆସୁଛି ।
ଲାଭ ହିଁ ଲାଭ
– ଯୋଗ ଆମ ଶରୀରର ଶକ୍ତି ସହିତ ସନ୍ତୁଳନ ବଢାଇଥାଏ । ଯାହାଫଳରେ ବିଭିନ୍ନ କାର୍ଯ୍ୟ କରିବାରେ ଅଧିକ ସାମର୍ଥ୍ୟ ମିଳିଥାଏ ।
– ପିଠି ଯନ୍ତ୍ରଣା ପାଇଁ ଯୋଗ ଖୁବ ଉପକାରୀ ସାବସ୍ତ୍ୟ ହୋଇଥାଏ । ଏହା କେତେକାଂଶରେ ପିଠି ଯନ୍ତ୍ରଣାକୁ କମ୍‌ କରିଥାଏ ।
– ଆର୍ଥରିଟିସ୍‌ ରୋଗ ପାଇଁ ଏହା ଖୁବ ଉପକାରୀ ହୋଇଥାଏ । ଡାକ୍ତରଙ୍କ ପରାମର୍ଶ କ୍ରମେ କିଛି ଏଭଳି ଯୋଗ ରହିଛି ଯାହାକୁ କରିବା ଦ୍ୱାରା ଆର୍ଥରିଟିସ୍‌ରୁ ରକ୍ଷା ମିଳିଥାଏ ।
– ଏହା ଆମର ହାର୍ଟ ହେଲ୍‌ଥ ପାଇଁ ମଧ୍ୟ ଖୁବ ଉପକାରୀ । ଯୋଗ ଆମର ଷ୍ଟ୍ରେସ ଲେବଲ କମ କରିବା ସହିତ ହାର୍ଟକୁ ସୁସ୍ଥ ରଖିଥାଏ ।
– ଯୋଗ କରିବା ଦ୍ୱାରା ଆମର ମନ ଶାନ୍ତ ରହିଥାଏ, ଯାହାର ସକରାତ୍ମକ ପ୍ରଭାବ ଆମର ନିଦ ଉପରେ ଦେଖିବାକୁ ମିଳିଥାଏ । ରାତିରେ ଭଲ ନିଦ ହୋଇଥାଏ ।

Tags: