ବିଶ୍ୱ ଯକ୍ଷ୍ମା ଦିବସ
ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖରେ ପାଳିତ ହେଉଥିବା ‘ବିଶ୍ୱ ଯକ୍ଷ୍ମା ଦିବସ’ । ଏହି ଦିବସ ଏକ ସୁସ୍ଥ ସମାଜ ଗଠନ ପାଇଁ ସଚେତନତାର ବାର୍ତ୍ତା ବହନ କରେ । ଏହି ଦିବସର ଇତିହାସ ୧୮୮୨ ମସିହାର,ଏହି ସମୟରେ ଡାକ୍ତର ରବର୍ଟ କୋଚ୍ ଯକ୍ଷ୍ମା ପାଇଁ ଦାୟୀ 'ମାଇକୋବ୍ୟାକ୍ଟେରିୟମ୍ ଟ୍ୟୁବରକୁଲୋସିସ୍' ବ୍ୟାକ୍ଟେରିଆ ଆବିଷ୍କାର କରି ଚିକିତ୍ସା ବିଜ୍ଞାନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ । ଏହି ଦିନଟିର ପ୍ରାସଙ୍ଗିକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଯକ୍ଷ୍ମା ଏବେ ମଧ୍ୟ ବିଶ୍ୱର ସବୁଠାରୁ ମାରାତ୍ମକ ସଂକ୍ରାମକ ରୋଗ ମଧ୍ୟରୁ ଅନ୍ୟତମ । ଏହା ମୁଖ୍ୟତଃ ଶରୀରର ଫୁସଫୁସକୁ ପ୍ରଭାବିତ କରିଥାଏ । ଦୀର୍ଘ ସମୟ କାଶ, ଜ୍ୱର ଓ ଓଜନ ହ୍ରାସ ପାଇବା ଭଳି ଲକ୍ଷଣକୁ ଚିହ୍ନଟ କରି ସଠିକ୍ ସମୟରେ ଚିକିତ୍ସା କଲେ ଏହି ରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିପାରିବ । 'ଟିବି ମୁକ୍ତ ଭାରତ' ଅଭିଯାନ ମାଧ୍ୟମରେ ରୋଗୀଙ୍କୁ ମାଗଣା ଔଷଧ ଓ ପୋଷଣ ସହାୟତା ଯୋଗାଇ ଦିଆଯାଉଛି, ଯାହା ଏହି ଲଢ଼େଇକୁ ଅଧିକ ଶକ୍ତିଶାଳୀ କରୁଛି । ସାମୂହିକ ସଚେତନତା ଓ ମିଳିତ ପ୍ରୟାସ ଦ୍ୱାରା ହିଁ ଆମେ ଆଗାମୀ ଦିନରେ ଏକ ଯକ୍ଷ୍ମା ମୁକ୍ତ ପୃଥିବୀର ସ୍ୱପ୍ନକୁ ସାକାର କରିପାରିବା ।




