ଆଜି ବିଶ୍ୱ ବୃକକ୍ ଦିବସ: ସୁସ୍ଥ ରହିବା ପାଇଁ ଅଭ୍ୟାସ ପରିବର୍ତ୍ତନ କରନ୍ତୁ
ସୁସ୍ଥ ଶରୀର ପାଇଁ ସୁସ୍ଥ ଓ ନିରୋଗ ବୃକକ୍ର ଗୁରୁତ୍ୱ କେତେ ତାହା ଉପରେ ସଚେତନେତା ସୃଷ୍ଟି ଲାଗି ପ୍ରତିବର୍ଷ ମାର୍ଚ୍ଚ ୧୦ ତାରିଖରେ ଏହି ଦିବସ ପାଳନ କରାଯାଉଛି । ବର୍ତ୍ତମାନ ଠିକ ସମୟରେ ରୋଗ ଚିହ୍ନଟ ହୋଇନପାରି ଅନେକ ଲୋକଙ୍କର ବୃକକ୍ ଖରାପ ହୋଇଯାଉଛି । ତେଣୁ ବୃକକ୍ ଦିବସ ଅବସରରେ ବୃଦ୍ଧି ପାଉଥିବା ଏହି ସମସ୍ୟାର ପ୍ରତିରୋଧ କରିବା, ବୃକକ୍କୁ ସୁରକ୍ଷିତ ରଖିବା ଏବଂ ସଚେତନେତା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଆରୋପ […]
ସୁସ୍ଥ ଶରୀର ପାଇଁ ସୁସ୍ଥ ଓ ନିରୋଗ ବୃକକ୍ର ଗୁରୁତ୍ୱ କେତେ ତାହା ଉପରେ ସଚେତନେତା ସୃଷ୍ଟି ଲାଗି ପ୍ରତିବର୍ଷ ମାର୍ଚ୍ଚ ୧୦ ତାରିଖରେ ଏହି ଦିବସ ପାଳନ କରାଯାଉଛି । ବର୍ତ୍ତମାନ ଠିକ ସମୟରେ ରୋଗ ଚିହ୍ନଟ ହୋଇନପାରି ଅନେକ ଲୋକଙ୍କର ବୃକକ୍ ଖରାପ ହୋଇଯାଉଛି । ତେଣୁ ବୃକକ୍ ଦିବସ ଅବସରରେ ବୃଦ୍ଧି ପାଉଥିବା ଏହି ସମସ୍ୟାର ପ୍ରତିରୋଧ କରିବା, ବୃକକ୍କୁ ସୁରକ୍ଷିତ ରଖିବା ଏବଂ ସଚେତନେତା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଆରୋପ କରାଯାଉଛି ।

ଆଜି ମଧ୍ୟ ଅନେକ ଲୋକ ନିଜର ବୃକକ୍ ସମସ୍ୟା ସମ୍ପର୍କରେ ଅଗୋଚର ଅଛନ୍ତି । ନିୟମିତ ଡାଇଲିସିସ୍ ଓ ବୃକକ୍ ପ୍ରତିରୋପଣ ସମସ୍ୟା ବର୍ତ୍ତମାନ କାଳରେ ଧୀରେ ଧୀରେ ବୃଦ୍ଧି ପାଉଛି । ତେଣୁ ଗୁରୁତର ବୃକକ୍ ରୋଗ ଓ ଚିକିତ୍ସା ସମ୍ପର୍କରେ ଆଲୋଚନା, ଲୋକଙ୍କୁ ସଚେତନ କରାଇବା ଲାଗି ବିଶ୍ୱ ବ୍ୟାପୀ ପ୍ରଚେଷ୍ଟା ଚାଲିଛି । ଏହି ଅବସରରେ ବିଶେଷଜ୍ଞମାନେ କେତେକ ଦୈନନ୍ଦିନ ଅଭ୍ୟାସକୁ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛନ୍ତି ।
ପେନ୍ କିଲର୍ ଓ ଅନ୍ୟାନ୍ୟ ଔଷଧର ଅତ୍ୟଧିକ ସେବନ-ନନ୍ ଷ୍ଟେରୋଇଡ୍ ଓ ଆଣ୍ଟି ଇମ୍ଫେମେଟାରୀ ଆଦି ଔଷଧ ସବୁ ମେଡିସିନ୍ ଷ୍ଟୋରମାନଙ୍କରେ ମିଳୁଛି । ଶରୀରରେ ଯନ୍ତ୍ରଣା ହେଲେ, ଏହିସବୁ ଔଷଧ ଆମେ ବିନା ଡାକ୍ତରଙ୍କ ପରାମର୍ଶରେ ସେବନ କରୁ । ଏହିସବୁ ଔଷଧ ବୃକକ୍ ଉପରେ ବିଶେଷ ପ୍ରଭାବ ପକାଏ । ଏଣୁ ଏହିସବୁ ଔଷଧର ସେବନ କମ୍ କଲେ ବୃକକ୍ ସୁସ୍ଥ ଓ ନିରୋଗ ରହେ ।

ଅଧିକ ଲୁଣର ସେବନ- ଲୁଣ ଅଧିକ ସେବନ କଲେ ରକ୍ତଚାପ ଭଳି ଗୁରୁତର ସମସ୍ୟା ବୃଦ୍ଧି ପାଏ । ଯାହା ବୃକକ୍ ପାଇଁ ବିପଦ । ଖାଦ୍ୟରେ ଲୁଣ କମ୍ ବ୍ୟବହାର କରିବା ସହିତ ଲୁଣ ସ୍ଥାନରେ ଆପଣ ‘ଫ୍ଲେବରାଇଡ୍ ମସଲା’ ଯେପରି- ୱାସାବି, ମଷ୍ଟାଡ ସସ୍, ସୋୟା ସସ୍, ଚିମିଚୁରି, ସାଲସା, ରଞ୍ଚ, ତେନ୍ତୁଳି ସସ୍, ହାରିସା, ହଟ୍ ସସ୍, ସ୍ୱିଟ୍ ଚିଲି ସସ୍ ଆଦିର ବ୍ୟବହାର କରିପାରିବେ ।
ପ୍ରେସେସଡ୍ ଫୁଡ ବା ପ୍ୟାକେଟ ଖାଦ୍ୟ-ଏହିପରି ଖାଦ୍ୟରେ ସୋଡିୟମ୍ ଓ ଫସଫରସ ଅତ୍ୟଧିକ ଥାଏ । ଯାହା ବୃକକ୍ ପାଇଁ ବହୁ ସମସ୍ୟା ସୃଷ୍ଟି କରେ । ଏହା ସହିତ ଏହିପରି ଖାଦ୍ୟ ଖାଇଲେ ହାଡ଼ ମଧ୍ୟ ଦୁର୍ବଳ ହୋଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।

ନିଜକୁ ହାଇଡ୍ରେଟ୍ ନରଖିବା-ନିଜକୁ ହାଇଡ୍ରେଟ୍ ନରଖିବା ଅର୍ଥାତ୍ ପାଣି କମ୍ ପିଇବା । ଡାକ୍ତରଙ୍କ ପରାମର୍ଶ ଅନୁସାରେ, ପ୍ରତ୍ୟେକ ଦିନ ଜଣେ ବ୍ୟକ୍ତି ୩ରୁ ୪ ଲିଟର ପାଣି ପିଇବା ଉଚିତ୍ । ପାଣି ପିଇବା ଦ୍ୱାରା ଶରୀର ବିଷାକ୍ତ ପଦାର୍ଥ ନିଷ୍କାସନ ହୋଇଥାଏ ଏହାସହିତ ବୃକକ୍ରେ ପଥର ସୃଷ୍ଟି ହେବା ସମସ୍ୟା କମିଥାଏ ।
ପର୍ଯ୍ୟାପ୍ତ ପରିମାଣରେ ନଶୋଇବା- ଜଣେ ବ୍ୟକ୍ତି ପର୍ଯ୍ୟାପ୍ତ ପରିମାଣରେ ନଶୋଇଲେ ତା’ର ସ୍ୱାସ୍ଥ ଉପରେ ବିଶେଷ ପ୍ରଭାବ ପଡ଼େ । ଡାକ୍ତରଙ୍କ ଅନୁସାରେ, କମ୍ ଶୋଇଲେ ବୃକକ୍ ସଂକ୍ରମଣ ସମସ୍ୟା ବୃଦ୍ଧି ପାଏ ।

ଅଧିକ ମିଠା ଖାଇବା- ଅଧିକ ମିଠା ଖାଇଲେ ମଧୁମେହ ଓ ରକ୍ତଚାପର ରୋଗ ହୋଇଥାଏ । ଏହି ଦୁଇଟି ରୋଗ ବୃକକ୍ ସମସ୍ୟାକୁ ନିମନ୍ତ୍ରଣ କରେ । ଏଣୁ ଯେତେ ସମ୍ଭବ କମ୍ ମିଠା ଖାଇବା ଉଚିତ୍ ।
ଧୁମପାନ ଓ ମଦ୍ୟପାନ କରିବା-ଏହି ସବୁ ନିଶା ସେବନ କରିବା ଦ୍ୱାରା କ୍ରୋନିକ୍ କିଡ୍ନୀ ରୋଗ ବୃଦ୍ଧି ପାଏ । ଏଣୁ ଏହିସବୁ କୁଅଭ୍ୟାସକୁ କମ୍ କରିବା ଉଚିତ୍ ।

ଅଧିକ ଆମିଷ ସେବନ କରିବା- ଅତ୍ୟଧିକ ଆମିଷ ସେବନ କଲେ ରକ୍ତରେ ଆନିମଲ୍ ପ୍ରୋଟିନ୍ ବୃଦ୍ଧି ପାଏ । ଏଥିରୁ ଗ୍ୟାସ୍ ବା ବାୟୁ ସମସ୍ୟା ବୃଦ୍ଧି ପାଏ । ଏହି କାରଣରୁ ବୃକକ୍ ଉପରେ ବିଶେଷ ପ୍ରଭାବ ପଡ଼େ ।
ଉକ୍ତ ବଦଅଭ୍ୟାସକୁ ପରିବର୍ତ୍ତନ କଲେ ଶରୀର ସହିତ ମନ ସୁସ୍ଥ ରହିଥାଏ ।




