କର୍ମକ୍ଷେତ୍ର ଅବସାଦ

କର୍ମକ୍ଷେତ୍ର ଅବସାଦ
Ipsita Picture
By: Ipsita
Published On

 

ଆଜିକାଲି ଅଫିସ୍‌ରେ ଅନେକଙ୍କ କ୍ଷେତ୍ରରେ ନିୟମିତ ଅବସାଦ ଦେଖାଦେଉଛି । ସେମାନେ ପ୍ରାୟ ସବୁଦିନ କାର୍ଯ୍ୟାଳୟରେ ଦୁଃଖୀ, ଚିନ୍ତାଗ୍ରସ୍ତ ରହିଥାଆନ୍ତି । ଏଭଳି ଲୋକମାନେ ଓ୍ୱାର୍କ ଡିପ୍ରେସନ୍‌ ବା କର୍ମକ୍ଷେତ୍ର ଅବସାଦ ସମସ୍ୟା ଦେଇ ଗତି କରୁଥାଆନ୍ତି । ଓ୍ୱାର୍କ ଡିପ୍ରେସନ ଏଭଳି ଏକ ରୋଗ ଯେଉଁଥିରେ ରୋଗୀ ଅଫିସ୍‌ରେ କାମ କରିବା ସମୟରେ ବିସାଦଗ୍ରସ୍ତ ହେବା ଭଳି ଅନୁଭବ କରିଥାଏ । ଅଫିସ୍‌ ସମୟରେ ଏମାନଙ୍କ ନିକଟରେ ଅନେକ ସମସ୍ୟା ଦେଖାଦେଇଥାଏ । ସେମାନେ ନିଜ କାମରେ ଏକାଗ୍ରତା ଆଣିପାରନ୍ତି ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବାର୍ତ୍ତା ଅନୁସାରେ କର୍ମକ୍ଷେତ୍ରର ନକରାତ୍ମକ ବାତାବରଣ ଲୋକଙ୍କ ମାନସିକ ଓ ଶାରିରୀକ ଉଭୟଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହା ଅଫିସ୍‌ କାମ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯାହାଫଳରେ ଅଫିସ୍‌ରେ କର୍ମଚାରୀଙ୍କ ଅନୁପସ୍ଥିତି ବଢିବା ସହିତ କର୍ମଚାରୀଙ୍କ କାର୍ଯ୍ୟକ୍ଷମତାକୁ ମଧ୍ୟ କମାଇଥାଏ । ତେବେ ଏହି ରୋଗର ଅନେକ ଲକ୍ଷଣ ରହିଥାଏ, ଯେପରି ଅଫିସ୍‌ରେ ଚିନ୍ତା ଜନକ ପରିସ୍ଥିତିରେ ଆଙ୍ଗଜାଇଟ୍‌ରେ ବୃଦ୍ଧି, କାମରେ ମନ ଲାଗିବା, ପ୍ରେରଣାହୀନ ଲାଗିବା, କାମ କରିବା ପାଇଁ ଆଗ୍ରହ ନ ରହିବା, କାମରେ ବେଶି ଭୁଲ ହେବା, ଅଫିସ୍‌ରେ ଏକା ଲାଗିବା ଆଦି । ତେବେ ଏହାର କାରଣ ଅନେକ ହୋଇପାରେ, ଅଫିସ୍‌ର ନକରାତ୍ମକ ବାତାବରଣ, ଅନିୟମିତ ଓ୍ୱାର୍କିଂ ସିଫଫ, ସିନିଅରଙ୍କର ସହଯୋଗ ନମିଳିବା, ଅଧିକ କାମ, ଚାକିରି ଚାଲିଯିବାର ଭୟ ଇତ୍ୟାଦି । ତେବେ କେତୋଟି ଦିଗ ଅଛି ସେଥିପ୍ରତି ଧ୍ୟାନ ଦେଲେ ଏହା ଭଲ ହୋଇପାରିବ । ପ୍ରତି ଅଧାଘଣ୍ଟାରେ ନିଜ ଡେସ୍କରୁ ୧୦ ମିନିଟ୍‌ ବ୍ରେକ୍‌ ନିଅନ୍ତୁ । ସେହିଭଳି ଲଞ୍ଚବ୍ରେକ୍‌ ସମୟରେ କିଛି ସମୟ ଖୋଲାରେ କାଟନ୍ତୁ । ଅଫିସ୍‌ରେ ଯଦି ସୁବିଧା ଅଛି ତେବେ କିଛି ହାଲୁକା ବ୍ୟାୟାମ କରନ୍ତୁ । ପ୍ରତିଦିନ ସକାଳୁ ମେଡିଟେସନ କରନ୍ତୁ । ଅଫିସ୍‌ରେ ଯାହା ବି ସମସ୍ୟା ରହିଛି ସେ ନେଇ ନିଜର କାହା ସହିତ ଆଲୋଚନା କରନ୍ତୁ । ଅଫିସ୍‌ ଓ ଘରେ ବ୍ରିଦିଂ ଏକ୍ସରସାଇଜ୍‌ କରନ୍ତୁ । ନିଜ ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ । ତେବେ ଯଦି ଅଧିକ ସମସ୍ୟା ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Tags: