ୱମେନ୍‌ ଡାଏଟ୍‌

ଗୋଟିଏ ଘରର କେନ୍ଦ୍ର କହିଲେ ମହିଳାଙ୍କୁ ବୁଝାଇଥାଏ । ସେମାନଙ୍କ ଉପରେ ପୂରା ଘରର ଦାୟିତ୍ୱ ରହିଥାଏ, ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ହେଲେ ଅଧିକାଂଶ ସମୟରେ ଏମାନେ ନିଜର ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେଇନଥାନ୍ତି । ଆସନ୍ତୁ ଜାଣିବା ମହିଳାମାନଙ୍କର ପ୍ରତିଦିନର ଖାଦ୍ୟରେ କଣ ରହିବା ଉଚିତ୍‌ । କ୍ୟାଲସିୟମ୍‌ ୧୯ରୁ୫୦ ବୟସ ଭିତରେ ଥିବା ମହିଳାଙ୍କ ପାଇଁ କ୍ୟାଲସିୟମର ଆବଶ୍ୟକତା ଅଧିକ ରହିଥାଏ । ଦୁU ଜାତୀୟ ଖାଦ୍ୟରେ ଅଧିକ ପରିମାଣର କ୍ୟାଲସିୟମ ରହିଥାଏ […]

Samaya Live Picture
Published On

ଗୋଟିଏ ଘରର କେନ୍ଦ୍ର କହିଲେ ମହିଳାଙ୍କୁ ବୁଝାଇଥାଏ । ସେମାନଙ୍କ ଉପରେ ପୂରା ଘରର ଦାୟିତ୍ୱ ରହିଥାଏ, ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ହେଲେ ଅଧିକାଂଶ ସମୟରେ ଏମାନେ ନିଜର ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେଇନଥାନ୍ତି । ଆସନ୍ତୁ ଜାଣିବା ମହିଳାମାନଙ୍କର ପ୍ରତିଦିନର ଖାଦ୍ୟରେ କଣ ରହିବା ଉଚିତ୍‌ ।
କ୍ୟାଲସିୟମ୍‌
୧୯ରୁ୫୦ ବୟସ ଭିତରେ ଥିବା ମହିଳାଙ୍କ ପାଇଁ କ୍ୟାଲସିୟମର ଆବଶ୍ୟକତା ଅଧିକ ରହିଥାଏ । ଦୁU ଜାତୀୟ ଖାଦ୍ୟରେ ଅଧିକ ପରିମାଣର କ୍ୟାଲସିୟମ ରହିଥାଏ । ତେଣୁ ସବୁଦିନର ମିଲରେ ଦୁUଜାତ ଖାଦ୍ୟସହ, ମାଛ,ଶାଗ, ପନିପରିବା ଆଦି ସାମିଲ କରନ୍ତୁ ।
ମ୍ୟାଗ୍ନେସିୟମ୍‌
ଆମ ଶରୀରରେ କ୍ୟାଲସିୟମକୁ ବ୍ୟବହାର କରିବାପାଇଁ ମ୍ୟାଗ୍ନେସିୟମର ଆବଶ୍ୟକତା ରହିଥାଏ । ତେଣୁ ମହିଳାଙ୍କୁ ପ୍ରତି ମିଲରେ ମ୍ୟାଗ୍ନେସିୟମକୁ ସାମିଲ କରିବା ଜରୁରୀ ଅଟେ । ପନିପରିବା ଯେପରି ବ୍ରୋକଲି, କାକୁଡି, ବିନ୍‌, ସେଲେରୀ ଆଦିରେ ମ୍ୟାଗ୍ନେସିୟମ୍‌ର ପରିମାଣ ଅଧିକ ରହିଥାଏ ।
ଭିଟାମିନ୍‌ ଡି
କ୍ୟାଲସିୟମ୍‌କୁ ସଠିକ ଭାବେ ହଜମ କରି ଶରୀରକୁ ପୋଷଣ ଯୋଗାଇବା ପାଇଁ ଭିଟାମିନ ଡିର ଆବଶ୍ୟକତା ରହିଥାଏ । ତେବେ ଏହି ଭିଟାମିନ ଡିର ଅଧା ପରିମାଣ ଆମେ ସୂର୍ଯ୍ୟ କିରଣରୁ ପାଇଥାଉ । ସେହିଭଳି ଭିଟାମିନ ଡି ଖାଦ୍ୟରୁ ମଧ୍ୟ ମିଳିଥାଏ । ଭିଟାମିନ୍‌ ଡି ସାଲମୋନ୍‌, ସ୍ରିମ୍ପ, ଅଣ୍ଡା, କ୍ଷୀର ଓ ଦହିରୁ ମିଳିଥାଏ ।

Tags: