ଶୀତଦିନେ ଏପରି ଧୁଅନ୍ତୁ ମୁହଁ, ଖୁବ୍ ଚମକିବେ
ସମୟ ଲାଇଭ୍୨୪/୧୦: ଶୀତଦିନେ ସାଧାରଣତଃ ଶରୀର ଚର୍ମ ଶୁଷ୍କ ହୋଇଯାଇଥାଏ। ତେବେ କେତକଙ୍କ ଚର୍ମ ଶୀତଦିନେ ମଧ୍ୟ ତେଲିଆ ରହିଥାଏ। ଏଣୁ ଭିନ୍ନ ପ୍ରକାର ତ୍ୱଚା ପାଇଁ ମୁହଁ ଧୋଇବା ପ୍ରକ୍ରୟା ମଧ୍ୟ ଭିନ୍ନ ହୋଇଥାଏ। ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁ ମୁହାଁଧୁଆ ଉପାୟ ସଠିକ୍ ରହିବ। ତ୍ୱଚା ଶୁଷ୍କ କିମ୍ଭା ସାଧାରଣ ହୋଇଥିଲେ ଥଣ୍ଡା ଜଳରେ ମୁହଁ ଧୁଅନ୍ତୁ। ମୁହଁ ଦୋଇବା ପରେ ସୂତା କପଡ଼ାକୁ ଓଦା କରି ମୁହଁକୁ ହାଲୁକା ଭାବେ ପୋଛି […]
ସମୟ ଲାଇଭ୍୨୪/୧୦: ଶୀତଦିନେ ସାଧାରଣତଃ ଶରୀର ଚର୍ମ ଶୁଷ୍କ ହୋଇଯାଇଥାଏ। ତେବେ କେତକଙ୍କ ଚର୍ମ ଶୀତଦିନେ ମଧ୍ୟ ତେଲିଆ ରହିଥାଏ। ଏଣୁ ଭିନ୍ନ ପ୍ରକାର ତ୍ୱଚା ପାଇଁ ମୁହଁ ଧୋଇବା ପ୍ରକ୍ରୟା ମଧ୍ୟ ଭିନ୍ନ ହୋଇଥାଏ। ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁ ମୁହାଁଧୁଆ ଉପାୟ ସଠିକ୍ ରହିବ।
ତ୍ୱଚା ଶୁଷ୍କ କିମ୍ଭା ସାଧାରଣ ହୋଇଥିଲେ ଥଣ୍ଡା ଜଳରେ ମୁହଁ ଧୁଅନ୍ତୁ। ମୁହଁ ଦୋଇବା ପରେ ସୂତା କପଡ଼ାକୁ ଓଦା କରି ମୁହଁକୁ ହାଲୁକା ଭାବେ ପୋଛି ଆଣନ୍ତୁ।
ତ୍ୱଚା ତେଲିଆ ହୋଇଥିଲେ ଉଷୁମ ପାଣିରେ ମୁହଁ ଧୁଅନ୍ତୁ। ଏହା ଦ୍ୱାରା ମୁହଁରେ ଲାଗିଥିବା ଧୂଳିମଳି ସହଜରେ ଛାଡ଼ି ଯାଇଥାଏ।
ଏହି ଋତୁରେ ମୁହଁ ଧୋଇବା ପାଇଁ ପାରାବେନ୍ୟୁକ୍ତ ଫେସ୍ୱାସ୍ ବ୍ୟବହାର କରନ୍ତୁ। ଏହା ଆପଣଙ୍କ ତ୍ୱଚା ପାଇଁ ଉପକାରୀ ହୋଇଥାଏ।
ଶୁ୍ଖିଲା କପଡ଼ାରେ ମୁହଁକୁ ଘଷନ୍ତୁ ନାହିଁ। ଏହାଦ୍ୱାରା ତ୍ୱଚାକୁ କ୍ଷତି ପହଞ୍ଚିଥାଏ।
କଞ୍ଚା ହଳଦୀ ବାଟି ମୁହଁରେ ଲଗାନ୍ତୁ ଏବଂ ଗ୍ଲିସେରିନ୍, ଘିକୁଆଁରୀ ଲଗାଇ କିମ୍ବା ଏହି ଉପାଦାନଯୁକ୍ତ ସାବୁନରେ ମୁହଁ ଧୁଅନ୍ତୁ।
ମହୁ, ଚିନି ଓ କ୍ଷୀରରେ ପ୍ରସ୍ତୁତ ମିଶ୍ରଣ ଲଗାଇ ୧୦ରୁ ୧୫ ମିନିଟ୍ ପରେ ମୁହଁ ଧୋଇଦିଅନ୍ତୁ ଏହାଦ୍ୱାରା ମୁହଁରେ ବ୍ରଣ ସମସ୍ୟା ଦୂର ହୁଏ। ଏବଂ ମୁହଁର ଉଜ୍ଜ୍ୱଳତା ବଢ଼ିଥାଏ।
Tags:




