ଶୀତଦିନେ ସୁସ୍ଥ ରହିବାର ଉପାୟ
ଶୀତଦିନ ଆସିଲେ ସମସ୍ତଙ୍କ ଘରେ ଥଣ୍ଡା ଜ୍ୱର ବଢିବାରେ ଲାଗିଥାଏ । କାରଣ ଏହି ଦିନେ ଭାଇରସ ଥଣ୍ଡା ଓ ଶୁଷ୍କ ବାୟୁରେ ଅଧିକ ସମୟ ପର୍ଯ୍ୟନ୍ତ ଜୀବନ୍ତ ରହିଥାଏ । ଏହିଦିନେ ପିଲାମାନେ ଅଧିକ ସମୟ ପର୍ଯ୍ୟନ୍ତ ଘରେ ରହିଥାନ୍ତି, ଯେଉଁ କାରଣରୁ ଅଧିକ ବେଗରେ ସଂକ୍ରମଣ ବ୍ୟାପିବାର ଡର ରହିଥାଏ । ତେବେ କିଛି ଟ୍ରିକ ରହିଛି ଯାହାକୁ ଅନୁକରଣ କରି ପିଲାଙ୍କୁ ଏହି ସଂକ୍ରମଣରୁ ରକ୍ଷା କରିହେବ ।
ସଫାସୁତରା ଉପରେ ଧ୍ୟାନ
ସବୁବେଳେ ସ୍କୁଲପରେ, ଶୌଚାଳୟ ବ୍ୟବହାର ପରେ, ଖାଇବା ଆଗରୁ ସ୍ୱଚ୍ଛତା ଉପରେ ଧ୍ୟାନ ଦିଅନ୍ତୁ । ପ୍ରତିସମୟରେ ସେମାନଙ୍କର ସାବୁନରେ ହାତ ଧୋଇବା ସହିତ ସାନିଟାଇଜର ବ୍ୟବହାର ଶିଖାନ୍ତୁ ।
ନାକର ଧ୍ୟାନ ରଖନ୍ତୁ
ଏହି ଦିନେ ବିଶେଷଭାବେ ନାକର ଧ୍ୟାନ ରଖିବାକୁ ହୋଇଥାଏ, କାରଣ ବେଶି ସଂକ୍ରମଣ ନାକ ସାହାଯ୍ୟରେ ହୋଇଥାଏ । ତେବେ ନାକ ପାଇଁ ବିଭିନ୍ନ ପ୍ରକାର ସ୍ପ୍ରେ ରହିଛି ଯାହାକୁ ଡାକ୍ତରଙ୍କ ପରାମର୍ଶରେ ଆପଣ ବ୍ୟବହାର କରିପାରିବେ । ଏହା ବିଭିନ୍ନ ବର୍ଗ ଅନୁସାରେ ମିଳିଥାଏ, ଯାହାକୁ କେବଳ ଡାକ୍ତରଙ୍କ ପରାମର୍ଶରେ ବ୍ୟବହାର କରିପାରିବେ ।
ଖାଦ୍ୟର ସୁରକ୍ଷା କରନ୍ତୁ
ପ୍ରତି ସମୟରେ ପିଲାମାନଙ୍କୁ ଦେଉଥିବା ଖାଦ୍ୟରେ ଯେପରି ପ୍ରୋଟିନ, ଭିଟାମିନ, ମିନେରାଲ୍ସ ଭଳି ସମସ୍ତ ପୋଷକ ତତ୍ୱ ଭରପୂର ହୋଇ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଖାଇବାରେ ପନିପରିବା, ଅଣ୍ଡା, ମାଛ, ଦହି, ଖୀର, ଫଳମୂଳ ଆଦି ସାମିଲ କରନ୍ତୁ । ଏଥିରୁ ବିଭିନ୍ନ ପ୍ରକାର ପୋଷଣ ମିଳିବ, ଯାହାଫଳରେ ରୋଗପ୍ରତିରୋଧକ ଶକ୍ତି ବଢିବ ଏବଂ ଆପଣ ରୋଗରୁ ମୁକ୍ତ ରହିବେ ।
ବ୍ୟାୟାମ କରନ୍ତୁ
ପ୍ରତିଦିନ କିଛି ସମୟ ବ୍ୟାୟାମରେ ଦିଅନ୍ତୁ । ପିଲାଙ୍କୁ ବ୍ୟାୟାମ ସହିତ କିଛି ସମୟ ଚାଲିବାକୁ ଛାଡନ୍ତୁ, ଏହା ତାଙ୍କ ପାଇଁ ଖୁବ ଭଲ ହୋଇଥାଏ । ତାଙ୍କର ଏହାକୁ ଏକ ଅଭ୍ୟାସରେ ପକାନ୍ତୁ, ଯେପରି ସବୁଦିନ ସେମାନେ ବ୍ୟାୟାମ କରିବେ ।


