ଶୀତଦିନେ ନିଅନ୍ତୁ କାନ୍ଧର ଯତ୍ନ

ଶୀତଦିନେ ନିଅନ୍ତୁ କାନ୍ଧର ଯତ୍ନ
Ipsita Picture
By: Ipsita
Published On


ଶୀତଦିନ ଆରମ୍ଭ ହେଲେ ବିଭିନ୍ନ ଲୋକଙ୍କର ଭିନ୍ନଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ହେଲେ ଏହାରି ଭିତରେ ସବୁଠାରୁ ଅଧିକ ଅଭିଯୋଗ ଆସିଥାଏ କାନ୍ଧ ବିନ୍ଧାର । ଏହାକୁ ଡାକ୍ତରୀ ଭାଷାରେ ଫ୍ରୋଜେନ୍‌ ସୋଲïରର ଆଖ୍ୟ ଦିଆଯାଇଥାଏ । ଏହି ରୋଗରେ ପିଡିତ ଲୋକମାନଙ୍କର ଶୀତଦିନ ଆସିଲାମାନେ ହିଁ ଏହି ସମସ୍ୟା ଆରମ୍ଭ ହୋଇଯାଏ । ଶୀତଦିନେ ଅଧିକ ଥଣ୍ଡା କାରଣରୁ ଗୋଡର ଆଣ୍ଠୁ ଯମାଟ ବାନ୍ଧିଯାଏ । ରକ୍ତ ସଞ୍ଚାଳନ ହୋଇନଥାଏ । ସେହିଭଳି ଏହିଦିନେ ଆମ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଥାଏ, ଯେଉଁ କାରଣରୁ ଆମର ଆଣ୍ଠୁ ଗଣ୍ଠି ଯମାଟ ବାନ୍ଧିଯାଏ । ଶୀତଦିନେ ସମସ୍ତେ ଟିକେ ଅଧିକ ସୁସ୍ଥିଆ ହୋଇଯାଆନ୍ତି ଯେଉଁକାରଣରୁ ବ୍ୟାୟାମ କିମ୍ବା ଘରର କାମ କରିବାକୁ ପଛାନ୍ତି, ଯାହାଫଳରେ ମାଂସପେଶୀରେ ସମସ୍ୟା ଆସିଥାଏ । ଯେଉଁମାନଙ୍କୁ ଫ୍ରୋଜେନ୍‌ ସୋଲïରର ସମସ୍ୟା ରହିଥାଏ ଶୀତଦିନ ଆସିଲେ ସେମାନଙ୍କ କାନ୍ଧରେ ଅତ୍ୟଧିକ ଯନ୍ତ୍ରଣା ଦେଖିବାକୁ ମିଳିଥାଏ । ଏହା ହେବାଦ୍ୱାରା ରାତିରେ ନିଦ ହୋଇନଥାଏ, ଧୀରେଧୀରେ କାନ୍ଧ ଆଉ ହଲଚଲ ହୋଇପାରିନଥାଏ । ଯନ୍ତ୍ରଣା ଏତେ ବଢିଯାଏ କି ଦୈନନ୍ଦିନ କାର୍ଯ୍ୟ କରିବାରେ ମଧ୍ୟ ସମସ୍ୟା ହୋଇଥାଏ । ହେଲେ ଏହା କିଛି ସମୟ ପରେ ଠିକ ହୋଇଯାଇଥାଏ । କିନ୍ତୁ ଏହି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ । ଯଦି ଏଭଳି କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Tags: