ଅଭାବ ରହିଥାଏ କେଉଁ ପୋଷଣ
ଭାରତୀୟଙ୍କ ଶରୀରରେ ସାଧାରଣତଃ କିଛି ନିର୍ଦ୍ଧିଷ୍ଟ ପୋଷକ ତତ୍ବର ଅଭାବ ଦେଖିବାକୁ ମିଳିଥାଏ । ଯାହାର ଅଭାବ ସେମାନଙ୍କୁ ଅନେକ ସ୍ବାସ୍ଥ୍ୟ ସମସ୍ୟାରେ ପିଡିତ କରିଥାଏ । ତେବେ ଆସନ୍ତୁ ଜାଣିବା କଣେ ଏହି ପୋଷକ ତତ୍ବ ଯାହା ବିଶେଷଭାବେ ଭାରତୀୟଙ୍କ ନିକଟରେ ଅଭାବ ଦେଖିବାକୁ ମିଳିଥାଏ ।
ଭିଟାମିନି ଡି
ଭାରତରେ ସୂର୍ଯ୍ୟକିରଣର ଅଭାବ ନାହିଁ ହେଲେ ଏଠାରେ ଭିଟାମିନ ଡିର ଅଭାବ ଦେଖିବାକୁ ମିଳିଥାଏ । ଯେଉଁକାରଣରୁ ଆମ ଶରୀରରେ କ୍ୟାଲସିଅମ ଅବଶୋଷଣ ହୋଇପାରେ ନାହିଁ । ଯାହାଫଳରେ ହାଡ ଶକ୍ତ ହେବାରୁ ବଞ୍ଚିତ ହୋଇଥାଏ ।
ଭିଟାମିନ୍ ବି ୧୨
ବିଶେଷଭାବେ ଯେଉଁମାନେ ଶାକାହାରୀ ସେମାନଙ୍କ ନିକଟରେ ଭିଟାମିନ ବି ୧୨ର ଅଭାବ ଦେଖିବାକୁ ମିଳିଥାଏ । କାରଣ ଏହା ଉଦ୍ଭିଦଜାତ ଖାଦ୍ୟରେ ମିଳିନଥାଏ । ଏହା ଆମ ଶରୀରରେ ସ୍ନାୟୁର ପରିଚାଳନା, ରେଡ ବ୍ଲଡ ସେଲର ନିର୍ମାଣରେ ଏହାର ଉପଯୋଗିତା ଅଧିକ ରହିଛି । ସେହିଭଳି ଏହା ଅଭାବରେ ଆମକୁ ଥକ୍କା ଲାଗିବା ସହିତ ଆମ ସ୍ମୃତି ଶକ୍ତି ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ ।

ଭିଟାମିନ ବି୯
ଏହାର ଅଭାବ ଭାରତରେ ଖୁବ ଅଧିକ ମାତ୍ରାରେ ରହିଛି । କିଛି ସର୍ଭେ ଅନୁସାରେ ଗ୍ରାମୀଣ ଅଞ୍ଚଳର ୪୧ ପ୍ରତିଶତ ଲୋକ ଭିଟାମିନ ବି୯ ଅଭାବରେ ବଞ୍ଚୁଛନ୍ତି । ଭିଟାମିନ୍ ୯ଥିବା ଖାଦ୍ୟ ନଖାଇବା ଦ୍ବାରା ଏହାର ଅଭାବ ଦେଖିବାକୁ ମିଳିଥାଏ । ଭିଟାମିନ ବି୯ ଅଭାବରେ ଆନେମିଆ, ଏନ୍ଟିଡି, ଥକ୍କା ଲାଗିବା, ମାଉଥ ସୋର, ଦୃଷ୍ଟି ଶକ୍ତି କମିବା, ସ୍ମୃତିଶକ୍ତି କମିବା ଭଳି ସମସ୍ୟା ହୋଇଥାଏ ।

କ୍ୟାଲସିୟମ
ଆମ ଶରୀରର ହାଡକୁ ଶକ୍ତ କରିବା ପାଇଁ କ୍ୟାଲସିୟମର ଆବଶ୍ୟକ ବିଶେଷଭାବେ ହୋଇଥାଏ । ଅନେକ ଲୋକ କ୍ୟାଲସିୟମ ଥିବା ଖାଦ୍ୟ ଯେପରି ଖୀର, ଛେନା ଆଦି କମ ଖାଇଥାଆନ୍ତି, ଯାହାଫଳରେ ଶରୀରରେ କ୍ୟାଲସିୟମର ଅଭାବ ଦେଖିବାକୁ ମିଳିଥାଏ । ଏହା ବିଶେଷଭାବେ ଶରୀରର ହାଡ ଉପରେ ପଡିଥାଏ ।
ଆୟୋଡିନ
ଆୟୋଡିନର ଅଭାବରେ ଆମର ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଏହା ବିଶେଷଭାବେ ଥାଇରଏଡ ହର୍ମୋନ ସହିତ ଜଡିତ, ଯାହା ଆମର ଶାରିରୀକ ବିକାଶରେ ସାହାଯ୍ୟ କରିଥାଏ । ଏହାବ୍ୟତିତ ଆହୁରି ଅନେକ ସମସ୍ୟା ମଧ୍ୟ ଆୟୋଡିନର ଅଭାବରେ ଦେଖିବାକୁ ମିଳିଥାଏ ।
ଜିଙ୍କ
ଭାରତରେ ବିଶେଷଭାବେ ଶିଶୁଙ୍କ କ୍ଷେତ୍ରରେ ଜିଙ୍କର ଅଭାବ ଦେଖିବାକୁ ମିଳିଥାଏ । ବିଶେଷଭାବେ ୬ ମାସରୁ ୧୮ ବର୍ଷ ପିଲାଙ୍କ କ୍ଷେତ୍ରରେ ଜିଙ୍କ ଅଭାବ ଦେଖିବାକୁ ମିଳିଥାଏ । କେବଳ ପିଲା ନୁହେଁ ବଡମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ଅଭାବ ଦେଖିବାକୁ ମିଳିଥାଏ । ଏହାର ପ୍ରଭାବ ରୋଗପ୍ରତିରୋଧକ ଶକ୍ତି ଉପରେ ପଡିଥାଏ । ସେହିଭଳି କ୍ଷତ ଭଲହେବାକୁ ମଧ୍ୟ ଅଧିକ ସମୟ ଲାଗିଥାଏ ।


