ମେନୋପୋଜ୍: କ’ଣ କରିବେ, କ’ଣ ମନା
ନାରୀ ଜୀବନକାଳ ମଧ୍ୟରେ ଋତୁବିରତି ଏକ ସାଧାରଣ ଘଟଣା । ମହିଳାମାନେ ତାଙ୍କ ମୋଟ ଜୀବନକାଳର ଏକ ତୃତୀୟାଂଶ ଋତୁବିରତି ପରେ ବିତାଇଥାନ୍ତି । ଅଧିକାଂଶ ମହିଳାଙ୍କର ୪୫-୫୩ ବର୍ଷ ବୟସରେ ଶେଷ ଋତୁ ବିରତି ବା ମେନୋପୋଜ୍ ହୋଇଥାଏ । ଅନେକ ମହିଳାଙ୍କର ଏହି ସମୟରେ ମାନସିକ ଅସ୍ଥିରତା ଦେଖାଯାଇଥାଏ । ଏହା କୌଣସି ରୋଗ ନୁହେଁ । ଯେଭଳି ବୟସ ବଢିଲେ କେଶ ଧଳା ହୋଇଥାଏ, ଦାଢ଼ି ଝଡିଥାଏ, ଚର୍ମ ଧୁଡୁଧୁଡୁ ହୋଇଥାଏ, ଠିକ୍ […]
ନାରୀ ଜୀବନକାଳ ମଧ୍ୟରେ ଋତୁବିରତି ଏକ ସାଧାରଣ ଘଟଣା । ମହିଳାମାନେ ତାଙ୍କ ମୋଟ ଜୀବନକାଳର ଏକ ତୃତୀୟାଂଶ ଋତୁବିରତି ପରେ ବିତାଇଥାନ୍ତି । ଅଧିକାଂଶ ମହିଳାଙ୍କର ୪୫-୫୩ ବର୍ଷ ବୟସରେ ଶେଷ ଋତୁ ବିରତି ବା ମେନୋପୋଜ୍ ହୋଇଥାଏ । ଅନେକ ମହିଳାଙ୍କର ଏହି ସମୟରେ ମାନସିକ ଅସ୍ଥିରତା ଦେଖାଯାଇଥାଏ । ଏହା କୌଣସି ରୋଗ ନୁହେଁ । ଯେଭଳି ବୟସ ବଢିଲେ କେଶ ଧଳା ହୋଇଥାଏ, ଦାଢ଼ି ଝଡିଥାଏ, ଚର୍ମ ଧୁଡୁଧୁଡୁ ହୋଇଥାଏ, ଠିକ୍ ସେହିପରି ଏହା ମଧ୍ୟ ଏକ ସାଧାରଣ ଘଟଣା । ଏହି ସମୟରେ ମହିଳାଙ୍କଠାରେ ଦେଖାଯାଉଥିବା ଶାରୀରିକ ତଥା ମାନସିକ ପରିବର୍ତ୍ତନ ବିଷୟରେ ଜାଣିନେବା ଅତ୍ୟନ୍ତ ଜରୁରୀ ।

ଶେଷ ଋତୁଦର୍ଶନ ବା ମେନୋପୋଜ୍

ନାରୀ ଶରୀରରେ ଜରାୟୁର ଦୁଇ ପଟେ ଥିବା ଦୁଇଟି ଡ଼ିମ୍ବାଶୟରୁ ଶେଷ ଋତୁସ୍ରାବ ବା ମେନୋପୋଜ୍ ପର୍ଯ୍ୟନ୍ତ ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟେରନ୍ ହରମୋନ୍ ନିର୍ଗତ ହୋଇଥାଏ । ଏହା ପ୍ରତ୍ୟେକ ମାସରେ ଗର୍ଭଧାରଣ ନିମନ୍ତେ ଜରାୟକୁ ପ୍ରସ୍ତୁତ କରିଥାଏ । ମେନୋପୋଜ୍ ନିକଟ ହେଲେ ଇଷ୍ଟ୍ରୋଜେନ୍୍୍ ଓ ପ୍ରୋଜେଷ୍ଟ୍ରୋରନ୍ କ୍ଷରଣ କ୍ରମେ ହ ୍ରାସ ପାଏ । ଏଣୁ ମାସିକ ଋତୁଚକ୍ରରେ ପରିବର୍ତ୍ତନ ଦେଖାଦିଏ । ମଝିରେ ମଝିରେ ମାସେ ଦୁଇ ମାସ ମାସିକ ଋତୁସ୍ରାବ ବନ୍ଦ ହେବା, ଋତୁସ୍ରାବ ଅଧିକ କିମ୍ବା କମ ହେବା ଏବଂ ଅଳ୍ପ କିମ୍ବା ଅଧିକ ଦିନ ପର୍ଯ୍ୟନ୍ତ ଋତୁସ୍ରାବ ଲାଗି ରହିବା ଭଳି ସମସ୍ୟା କିଛି ଦିନ ହେବା ପରେ ମାସିକ ଋତୁସ୍ରାବ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଏ ।
ସମସ୍ୟା ଓ ଲକ୍ଷଣ

ମେନୋପୋଜ୍ ସମୟରେ ଇଷ୍ଟ୍ରୋଜେନ୍ ହରମୋନ୍ ପରିମାଣ ହ ୍ରାସ ପାଇଥାଏ ଫଳରେ ଏହି ସମୟରେ ବିଭିନ୍ନ ପ୍ରକାରର ଲକ୍ଷଣ ଦେଖାଯାଏ ।
ହଠାତ୍ ଗରମ ଲାଗିବା: ଅଧିକାଂଶ ମହିଳାଙ୍କଠାରେ ଏହି ସମୟରେ ଶରୀରର ଉପରି ଭାଗ ଓ ମୁଖମଣ୍ଡଳରେ କିଛି ସମୟ ପାଇଁ ଅତ୍ୟଧିକ ଗରମ ଅନୁଭବ କରନ୍ତି, ଫଳରେ ମୁହଁ କାନ ଲାଲ ପଡିଯାଏ ଓ ଶରୀରରୁ ହଠାତ୍ ଝାଳ ବାହାରେ ।
ନିଦ ହୁଏ ନାହିଁ: ରାତିରେ ଭଲ ଭାବରେ ନିଦ ନହେବା, ହଠାତ୍ ନିଦ ଭାଙ୍ଗିଯିବା, ଥରେ ନିଦ ଭାଙ୍ଗି ଗଲେ ନିଦ ନହେବା ଭଳି ସମସ୍ୟା ମଧ୍ୟ ଏହି ସମୟରେ ଦେଖାଯାଏ ।
ପ୍ରସବ ଦ୍ୱାର ଓ ମୂତ୍ରନଳୀରେ ପରିବର୍ତ୍ତନ: ଇଷ୍ଟ୍ରୋଜେନ୍ ପରିମାଣରେ ହ ୍ରାସ ଘଟୁଥିବାରୁ ପ୍ରସବ ଦ୍ୱାର ଶୁଷ୍କ ହୋଇଯାଏ । ଫଳରେ ଯୌନ ସମ୍ପର୍କ ବାଧାପ୍ରାପ୍ତ ହୁଏ । ପ୍ରସବ ଦ୍ୱାର ବିଭିନ୍ନ ଜୀବାଣୁ ଦ୍ୱାର ସଂକ୍ରମିତ ହୋଇ ଜ୍ୱଳାପୋଡା ଓ କୁଣ୍ଡେଇ ହୁଏ । ପରିସ୍ରା ଦ୍ୱାରା ଶୁଷ୍କ ହୋଇ ଜୀବାଣୁ ସଂକ୍ରମିତ ହୁଏ ।
ହାଡ଼ ଦୁର୍ବଳ ହୋଇଥାଏ: ବୟସ ବୃଦ୍ଧି ସାଙ୍ଗକୁ ମେନୋପୋଜ୍ ପରେ ହାଡ଼ ଗୁଡିକ ଅଧିକ ର୍ଦୁବଳ ହୋଇଯାଏ । ଏହି ସମୟରେ ହାଡ଼ ଭାଙ୍ଗିବାର ସମ୍ଭାବନା ଅଧିକ ଥାଏ ।
ହୃଦରୋଗର ସମ୍ଭାବନା ବଢିଥାଏ: ଇଷ୍ଟ୍ରୋଜେନ୍ ହରମୋନ୍ ମହିଳାଙ୍କୁ ହୃଦରୋଗ ଓ ଷ୍ଟ୍ରୋକରୁ ରକ୍ଷା କରେ । ମେନୋପୋଜ୍ ପରେ ଏହା ହ ୍ରାସ ପାଇଥିବାରୁ ହୃଦଘାତ ଓ ଷ୍ଟ୍ରୋକ୍ ହେବାର ସମ୍ଭାବନା ଅଧିକ ଥାଏ ।
ମାନସିକ ପରିବର୍ତ୍ତନ ହୋଇଥାଏ : ମେନୋପୋଜ୍ ପରେ ଶରୀରରେ ହରମୋନ୍ ପରିମାଣ ହ ୍ରାସ ଘଟୁଥିବାରୁ ମାନସିକ ଭାରସାମ୍ୟରେ ପରିବର୍ତ୍ତନ, ଡିପ୍ରେସନ୍, ଭୟ ଲାଗିବା, ସବୁବେଳେ ଚିଡ଼ିଚିଡ଼ି ହେବା ଏବଂ ଅତ୍ୟଧିକ କ୍ଲାନ୍ତି ଲାଗିବା ଭଳି ସମସ୍ୟା ଦେଖାଦେଇଥାଏ ।
ଯୌନ ସଂପର୍କ: ମେନୋପୋଜ୍୍ ପରେ ଗର୍ଭଧାରଣ କ୍ଷମତା ନଥିଲେ ମଧ୍ୟ ଯୌନ ସଂପର୍କ ଶକ୍ତି ଅବ୍ୟହାତ ଥାଏ । ମାତ୍ର ହରମୋନ ପରିମାଣ ହ ୍ରାସ ପାଉଥିବାରୁ ପ୍ରସବ ଦ୍ୱାର ଶୁଷ୍କ ହୋଇ ଯୌନ ସଂପର୍କ ଆଗ୍ରହ କମିଯାଏ । ଯୌନ ସଂପର୍କ ରହିବା ବେଳେ ଅଧିକ ଯନ୍ତ୍ରଣା ହେବା ଏବଂ ସଂକ୍ରମିିତ ଜନିତ ରୋଗ ହେବାର ସମ୍ଭାବନ ଥାଏ ।
ସ୍ୱାସ୍ଥ୍ୟ ପରୀକ୍ଷା

କୌଣସି ଲକ୍ଷଣ ନ ଦେଖାଦେଲେ ମଧ୍ୟ ମହିଳାମାନେ ବର୍ଷକୁ ଥରେ ନିଜର ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ପରୀକ୍ଷା କରାଇ ନେବା ଉଚିତ୍ । ଆମ ଦେଶରେ ମହିଳାଙ୍କଠାରେ ଜରାୟୁ ମୁଖ କର୍କଟ ହେବାର ସମ୍ଭାବନା ଅଧିକ ଥିବାରୁ ଏହି ସମୟରେ ପାପ୍ ପରୀକ୍ଷା ନିଶ୍ଚିତ ଭାବେ କରିବା ଉଚିତ୍ । ଏହା ସହିତ ସ୍ତନ କର୍କଟ ପାଇଁ ମାମୋଗ୍ରାମ୍ ପରୀକ୍ଷା ମଧ୍ୟ କରାଇ ନେବା ଉଚିତ୍ ।
ସୁସ୍ଥ ରହିବାର ସରଳ ସୁତ୍ର

ମେନୋପୋଜ୍ ପରେ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ । ଖାଇବାରେ କମ ପରିମାଣର ତେଲ, ଘିଅ ଓ କୋଲେଷ୍ଟେରଲ୍୍ ଯୁକ୍ତ ଖାଦ୍ୟ ଖାଇବା ସହିତ ଅଧିକ ପରିମାଣର କ୍ୟାଲ୍୍ସିୟମ୍ ପନିପରିବା ଓ ତନ୍ତୁଯୁକ୍ତ ଖାଦ୍ୟ ଖାଇବା ଉଚିତ । ଏହା ସହିତ ଓଜନ କମ କରିବା ସହିତ ନିୟମିତ ବ୍ୟାୟମ କରିବା, ଯୋଗାଭ୍ୟାସ, ଚାଲିବା ଏବଂ ହସଖୁସିରେ ଜୀବନ ଅତିବାହିତ କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ ।




