ଭିଟାମନ୍‌ ଡି ଟକ୍ସିସିଟି

ଶରୀର ପାଇଁ ଭିଟାମିନ ଡି’ ନିହାତି ଜରୁରୀ ହୋଇଥାଏ I ଏହା ହାଡ଼କୁ ମଜବୁତ କରିଥାଏ I ତେବେ ଅତ୍ୟଧିକ ଭିଟାମିିନ୍‌ ଡି’ ଶରୀର ପକ୍ଷେ କ୍ଷତିକାରକ । ଏହାର ପରିମାଣ ଅଧିକ ହେଲେ ଆମ ଶରୀରରେ ବିଭିନ୍ନ ରୋଗ ଦେଖାଯାଏ । ତେବେ ଆସନ୍ତୁ ଜାଣିବା ଶରୀରରେ ଭିଟାମିନ୍‌ ଡି’ଅଧିକ ହେଲେ କଣ ସବୁ ରୋଗମାନ ହୋଇଥାଏ । – ହାଇପରକୋଲ୍ସେମିଆ : ଶରୀରରେ ଭିଟାମିନ୍‌ ଡି ଅଧିକ ହେବାକୁ ହାଇପରଭିଟାମନୋସିସ୍‌ ଡି’ ମଧ୍ୟ କୁହାଯାଏ […]

Samaya Live Picture
Published On

ଶରୀର ପାଇଁ ଭିଟାମିନ ଡି’ ନିହାତି ଜରୁରୀ ହୋଇଥାଏ I ଏହା ହାଡ଼କୁ ମଜବୁତ କରିଥାଏ I ତେବେ ଅତ୍ୟଧିକ ଭିଟାମିିନ୍‌ ଡି’ ଶରୀର ପକ୍ଷେ କ୍ଷତିକାରକ । ଏହାର ପରିମାଣ ଅଧିକ ହେଲେ ଆମ ଶରୀରରେ ବିଭିନ୍ନ ରୋଗ ଦେଖାଯାଏ । ତେବେ ଆସନ୍ତୁ ଜାଣିବା ଶରୀରରେ ଭିଟାମିନ୍‌ ଡି’ଅଧିକ ହେଲେ କଣ ସବୁ ରୋଗମାନ ହୋଇଥାଏ ।

– ହାଇପରକୋଲ୍ସେମିଆ : ଶରୀରରେ ଭିଟାମିନ୍‌ ଡି ଅଧିକ ହେବାକୁ ହାଇପରଭିଟାମନୋସିସ୍‌ ଡି’ ମଧ୍ୟ କୁହାଯାଏ । ଏହା ଏକ ବିରଳ ରୋଗ । ଯଦି ଶରୀରରେ ଭିଟାମିନ୍‌ ଡି ଅଧିକ ଥାଏ ତେବେ ରକ୍ତରେ କ୍ୟାଲସିୟମ୍‌ ଜମା ହେବାକୁ ଲାଗିଥାଏ । ଯାହା ଫଳରେ ସୃଷ୍ଟି ହୋଇଥାଏ ହାଇପରକୋଲ୍ସେମିଆ
ଭଳି ରୋଗ । ଏହି ଅବସ୍ଥାରେ ହୃଦୟ ଓ ରକ୍ତ ସଂଚାଳନ ପାଇଁ କ୍ଷତିକାରକ ହୋଇଥାଏ ।

– ବାନ୍ତି ଓ ଦୁର୍ବଳତା : ଯଦି ଶରୀରରେ ଭିଟାମିନ୍‌ ଡି ଅଧିକ ଥାଏ ତେବେ ଏହା ବାନ୍ତି ଓ ଦୁର୍ବଳତାର କାରଣ ହୋଇପାରେ ।ଭିଟାମିନ୍‌ ଡି ସାଧାରଣତଃ ହଜମ ପକ୍ରିୟାକୁ ପ୍ରଭାବିତ କରିଥାଏ । ତେଣୁ ଏହାର ପରିମାଣ ଅଧିକ ହେବା ଦ୍ୱାରା ବାରମ୍ବାର ବାନ୍ତି ହୋଇଥାଏ । ଯାହା ଫଳରେ ଶରୀରରେ ଦୁର୍ବଳତା ଅନୁଭବ ହୁଏ ।

– ଅସ୍ଥି ଯନ୍ତ୍ରଣା ଓ କିଡନୀ ସମସ୍ୟା :-ଯେତେବେଳେ ରକ୍ତରେ କ୍ୟାଲ୍ସିୟମ୍‌ ଜମା ହେବାକୁ ଆରମ୍ଭ କରେ ସେତେ ବେଳେ ହାଡ ଉପରେ ଏହା ପ୍ରଭାବ ପକାଏ । ଏହା ଫଳରେ ହାଡରେ ଯନ୍ତ୍ରଣା ହୁଏ । ଏତଦ୍‌ ବ୍ୟତୀତ ରକ୍ତ ସଂଚାଳନରେ ମଧ୍ୟ ପ୍ରଭାବ ପକାଇଥାଏ । ଏହାସହ କିଡନୀ ଉପରେ ମଧ୍ୟ ପକାଇପାରେ ।

Tags: