ଭୂତାଣୁ ଚିହ୍ନଟକାରୀ ସେନ୍ସର
କରୋନା ସଂକ୍ରମଣ ସମୟରେ ଇମୁ୍ୟନିଟି ସିଷ୍ଟମ୍ ରୋଗ ପ୍ରତିରୋଧକ ଶକ୍ତି ରୂପେ କାର୍ଯ୍ୟ କରୁଥିଲା । ମାତ୍ର ଏହା କିଭଳି କାମ କରେ, ସେ ବିଷୟରେ ହୁଏତ କେହି ଜାଣିନଥିବେ । ଏହା ପଛରେ କାର୍ଡ-୮ ନାମକ ସେନ୍ସର ରହିଛି, ଯାହା ଇମୁ୍ୟନ ସିଷ୍ଟମ୍ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଥାଏ । ଇନ୍ଫେକ୍ସନ କିମ୍ବା ଭାଇରସ୍କୁ ଚିହ୍ନଟ କରିବା ଏବଂ ଏହାର ସାମନା କରିବାରେ କାର୍ଡ-୮ ଇମୁ୍ୟନ୍ ସିଷ୍ଟମ୍ର ସାହାଯ୍ୟ କରିଥାଏ ବୋଲି କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା […]
କରୋନା ସଂକ୍ରମଣ ସମୟରେ ଇମୁ୍ୟନିଟି ସିଷ୍ଟମ୍ ରୋଗ ପ୍ରତିରୋଧକ ଶକ୍ତି ରୂପେ କାର୍ଯ୍ୟ କରୁଥିଲା । ମାତ୍ର ଏହା କିଭଳି କାମ କରେ, ସେ ବିଷୟରେ ହୁଏତ କେହି ଜାଣିନଥିବେ । ଏହା ପଛରେ କାର୍ଡ-୮ ନାମକ ସେନ୍ସର ରହିଛି, ଯାହା ଇମୁ୍ୟନ ସିଷ୍ଟମ୍ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଥାଏ । ଇନ୍ଫେକ୍ସନ କିମ୍ବା ଭାଇରସ୍କୁ ଚିହ୍ନଟ କରିବା ଏବଂ ଏହାର ସାମନା କରିବାରେ କାର୍ଡ-୮ ଇମୁ୍ୟନ୍ ସିଷ୍ଟମ୍ର ସାହାଯ୍ୟ କରିଥାଏ ବୋଲି କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି । ଇମୁ୍ୟନିଟି ସିଷ୍ଟମ୍ ହେଉଛି ଆମ ଶରୀରର ରକ୍ଷା କବଚ । ଏହା ବିଭିନ୍ନ ଭାଇରସ୍, ବ୍ୟାକେଫରିଆ ଆଦି ଭଳି ବିଭିନ୍ନ ରୋଗ ସହିତ ଲଢିବାରେ ଆମକୁ ସାହାଯ୍ୟ କରିଥାଏ । ରିସର୍ଚ୍ଚରେ କୁହାଯାଇଛି ଯେ, ଏହା ଅନ୍ତର୍ଗତ ଇମୁ୍ୟନୋଲଜିକାଲ୍ ରେସ୍ପନ୍ସ ବା ପ୍ରତିରକ୍ଷାତ୍ମକ ପ୍ରତିକ୍ରିୟାକୁ ଟ୍ରିଗର କରିବା ପାଇଁ ପ୍ରଥମେ ରୋଗ ବିସ୍ତାର କରୁଥିବା ଭାଇରସ୍ର ଚିହ୍ନଟ କରାଯାଏ । କାର୍ଡ-୮ ଭିନ୍ନ ଭିନ୍ନ ଭାଇରସ୍ ଉପରେ କିଭଳି ପ୍ରତିକ୍ରିୟା ରଖେ, ତାହା ଜାଣିବା ପାଇଁ ଗବେଷକମାନେ ମାନବ କୋଶକୁ ନେଇ ଗବେଷଣା କରିଛନ୍ତି । କରୋନା ଭାଇରସ୍ ସଂକ୍ରମଣ ବିପକ୍ଷରେ ଇମୁ୍ୟନ୍ ରେସ୍ପନ୍ସ ପାଇଁ କାର୍ଡ ୮ ଅତ୍ୟନ୍ତ ଜରୁରୀ । ଏହାଦ୍ୱାରା ଅତି କମ୍ରେ କରୋନାଭାଇରିଡ୍, ପାଇକରୋନାଭାରିଡ୍ ଏବଂ ରେଟ୍ରୋଭାଇରିଡ୍ ଆଦି ଭଳି ତିନି ପ୍ରକାରର ଭାଇରସ୍ ସମ୍ପର୍କରେ ଜଣାପଡେ ବୋଲି ଗବେଷକମାନେ କହିଛନ୍ତି ।




