ଭାରିକୋସ୍‌ ଭେନ୍‌

ଏଭଳି ଅନେକ ରୋଗ ରହିଛି, ଯାହା ବିଷୟରେ ଆମେ ଅନିଭିଜ୍ଞ । ଏଗୁଡିକର ଚିହ୍ନଟ ନ ହୋଇ ପାରିବାରୁ ଏଗୁଡିକର ଚିକିତ୍ସା ମଧ୍ୟ ହୋଇ ପାରି ନଥାଏ । ଆସନ୍ତୁ ସେହିଭଳି ଏକ ସମସ୍ୟା ବିଷୟରେ ଜାଣିବା ଯାହାର ଡାକ୍ତରୀ ଭାଷାରେ ନାମ ହେଲା ଭାରିକୋସ ଭେନ୍‌ । ଭାରିକୋସ ଭେନ ଏକ ପ୍ରକାର ଶିରା ଯାହା ଆମ ଶରୀରେ ବିକଶିତ ହୋଇଥାଏ । ଏହି ଶିରା ଗୁଡିକ ଆମ ଶରୀରର ଜଙ୍ଘ ଓ ଗୋଡରେ ଦେଖିବାକୁ […]

Samaya Live Picture
Published On

ଏଭଳି ଅନେକ ରୋଗ ରହିଛି, ଯାହା ବିଷୟରେ ଆମେ ଅନିଭିଜ୍ଞ । ଏଗୁଡିକର ଚିହ୍ନଟ ନ ହୋଇ ପାରିବାରୁ ଏଗୁଡିକର ଚିକିତ୍ସା ମଧ୍ୟ ହୋଇ ପାରି ନଥାଏ । ଆସନ୍ତୁ ସେହିଭଳି ଏକ ସମସ୍ୟା ବିଷୟରେ ଜାଣିବା ଯାହାର ଡାକ୍ତରୀ ଭାଷାରେ ନାମ ହେଲା ଭାରିକୋସ ଭେନ୍‌ ।
ଭାରିକୋସ ଭେନ ଏକ ପ୍ରକାର ଶିରା ଯାହା ଆମ ଶରୀରେ ବିକଶିତ ହୋଇଥାଏ । ଏହି ଶିରା ଗୁଡିକ ଆମ ଶରୀରର ଜଙ୍ଘ ଓ ଗୋଡରେ ଦେଖିବାକୁ ମିଳିଥାଏ । ଜଙ୍ଘ ଓ ଗୋଡର ଚର୍ମତଳେ ଏହା ବାହାରକୁ ଦେଖାଯାଇଥାଏ । ଏହି ଶିରା ଗୁଡିକ ନିଜ ଭିତରେ ଗୁଡେଇ ହୋଇ ରହିବା ଭଳି ବାହାରକୁ ଦେଖାଯାଇଥାଏ ।
ଭେନ୍‌ ବା ଶିରାର କାମ ହେଲା ଆମ ଶରୀରର ଦୂଷିତ ରକ୍ତକୁ ଏକାଠି କରି ହାର୍ଟ ଓ ଫୁସଫୁସରେ ଶୁଦ୍ଧ ହେବାପାଇଁ ପହଞ୍ଚାଇବା । ତେବେ ଶିରାର ଏହି କାମ ଗୋଡରୁ ରକ୍ତକୁ ଏକାଠି କରିବା ସମୟରେ ବେଶି କଠିନ ହୋଇଥାଏ । କାରଣ ମାଧ୍ୟାକର୍ଷଣ ଶକ୍ତିର ବିପରୀତ ଦିଗରେ ଏହି କାର୍ଯ୍ୟ କରାଯାଇଥାଏ । ତେବେ ଏହି କାର୍ଯ୍ୟରେ ଶିରାରେ ଥିବା ଏକ ଭାଲବ ଏହାକୁ ପୂର୍ଣ୍ଣ ସହଯୋଗ କରିଥାଏ । ଏହି ଭାଲବ କାରଣରୁ ଶିରା ଏହି କାର୍ଯ୍ୟ ସୂଚାରୁ ରୂପେ କରିପାରେ । ଯେତେବେଳେ ଏହି ଭାଲବ କାର୍ଯ୍ୟ କରିବା ବନ୍ଦ କରିଦେଇଥାଏ,ସେତେବେଳେ ଶିରା ପାଇଁ ଗୋଡରୁ ଦୂଷିତ ରକ୍ତ ଟାଣିବା ଅସମ୍ଭବ ହୋଇପଡେ । ଏହାସହିତ ଭାରିକୋସ ଭେନ୍‌ ରକ୍ତ ସଞ୍ଚାଳନ କରିବାରେ ଅସମର୍ଥ ହୋଇପଡେ । ଏହି ସମସ୍ୟାକୁ ଭାରିକୋସ ଭେନ୍‌ ବୋଲି ଡାକ୍ତରୀ ଭାଷାରେ କୁହାଯାଇଥାଏ । ଯଦି ଏହାର କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଲକ୍ଷଣ
– ଏହି କାରଣରୁ ପାଦ ଫୁଲିବା ଆରମ୍ଭ କରିଥାଏ ।
– ପାଦ ଫୁଲିବା ସହିତ ଓଜନିଆ ମଧ୍ୟ ହୋଇଯାଇଥାଏ ।
– ଗୋଡର ଚର୍ମରେ ବ୍ଲୁ ଓ ବ୍ଲାକ କଲରର ପ୍ୟାଚ୍‌ ଦେଖିବାକୁ ମିଳିଥାଏ ।
– ଚାଲିବା ଓ ଠିଆ ହେବା ସମୟରେ ପାଦରେ ଯନ୍ତ୍ରଣା ।

Tags: