୧୨ ଘଣ୍ଟା ପହଁରି ଗିନିଜ୍‌ ରେକର୍ଡ

ଯେପରିଭାବେ ଯୋଗ ଏବଂ ବ୍ୟାୟାମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ, ଠିକ୍‌ ସେହିପରି ସନ୍ତରଣ ମଧ୍ୟ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବେଶ୍‌ ଲାଭଦାୟକ ହୋଇଥାଏ । ଦୁନିଆରେ ଏପରି କୋଟି କୋଟି ଲୋକ ଅଛନ୍ତି, ଯେଉଁମାନଙ୍କୁ ସନ୍ତରଣ କରିବାକୁ ବହୁତ ଭଲ ଲାଗେ । ସେଥିମଧ୍ୟରୁ ଅନେକ ଲୋକ ସମୁଦ୍ରରେ ପହଁରିବାକୁ ପସନ୍ଦ କରନ୍ତି ଏବଂ ନିଜ ଭିନ୍ନ ସନ୍ତରଣ ପ୍ରଦର୍ଶନ ପାଇଁ ସମଗ୍ର ବିଶ୍ୱରେ ଗୌରବ ଅର୍ଜନ କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି […]

Samaya Live Picture
Published On

ଯେପରିଭାବେ ଯୋଗ ଏବଂ ବ୍ୟାୟାମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ, ଠିକ୍‌ ସେହିପରି ସନ୍ତରଣ ମଧ୍ୟ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବେଶ୍‌ ଲାଭଦାୟକ ହୋଇଥାଏ । ଦୁନିଆରେ ଏପରି କୋଟି କୋଟି ଲୋକ ଅଛନ୍ତି, ଯେଉଁମାନଙ୍କୁ ସନ୍ତରଣ କରିବାକୁ ବହୁତ ଭଲ ଲାଗେ । ସେଥିମଧ୍ୟରୁ ଅନେକ ଲୋକ ସମୁଦ୍ରରେ ପହଁରିବାକୁ ପସନ୍ଦ କରନ୍ତି ଏବଂ ନିଜ ଭିନ୍ନ ସନ୍ତରଣ ପ୍ରଦର୍ଶନ ପାଇଁ ସମଗ୍ର ବିଶ୍ୱରେ ଗୌରବ ଅର୍ଜନ କରିଛନ୍ତି ।

୧୨ ଘଣ୍ଟା ପହଁରି ଗିନିଜ୍‌ ରେକର୍ଡ

ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମର୍ଲେ ଲିଭାଣ୍ଡ ନାମକ ମହିଳା, ଯିଏ ପହଁରାରେ ବିଶ୍ୱ ରେକର୍ଡ କରି ଇତିହାସ ରଚିଛନ୍ତି । ପହଁରିବା କୌଣସି ସହଜ କାମ ନୁହେଁ, କାରଣ ଏଥିରେ ବହୁତ ସାରା ଶକ୍ତି ଦରକାର ପଡ଼ଥାଏ । ସାଧାରଣ ବ୍ୟକ୍ତିଟିଏ ଅଧ ଘଣ୍ଟାରୁ ଏକ ଘଣ୍ଟା ପହଁରିଲେ କ୍ଲାନ୍ତ ଅନୁଭବ କରିଥାଏ । ହେଲେ ମର୍ଲେ ଲିଭାଣ୍ଡ ସମୁଦ୍ରରେ ଲଗାତାର ୧୨ ଘଣ୍ଟା ପହଁରିଛନ୍ତି । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବେ ସତ ଘଟଣା । ଏଷ୍ଟୋନିଆରେ ରହୁଥିବା ମର୍ଲେ ମୋନୋଫିନ ପିନ୍ଧି ସମୁଦ୍ରରେ ୪୨.୨ କିଲୋମିଟର ସନ୍ତରଣ କରି ନିଜ ରେକର୍ଡକୁ ନିଜେ ହିଁ ଭାଙ୍ଗିଛନ୍ତି । ଏହାପୂର୍ବରୁ ସେ ସମୁଦ୍ରରେ ୩୦କିଲୋମିଟ ପହଁରି ନିଜ ନାମକୁ ଗିନିଜ୍‌ ୱାଲïର୍ ରେକର୍ଡରେ ସ୍ଥାନିତ କରିଥିଲେ ।

୧୨ ଘଣ୍ଟା ପହଁରି ଗିନିଜ୍‌ ରେକର୍ଡ

ଆଉ ଏବେ ନିଜ ରେକର୍ଡକୁ ପଛରେ ପକାଇ ମୋନୋଫିନ ପିନ୍ଧି ସବୁଠୁ ଅଧିକ ସମୟ ପର୍ଯ୍ୟନ୍ତ ଏବଂ ଅଧିକ ବାଟ ପହଁରି ଇତିହାସ ସୃଷ୍ଟି କରିଛନ୍ତି । ଗିନିଜ୍‌ ୱାଲïର୍ ରେକର୍ଡ ଅନୁଯାୟୀ ମର୍ଲେ ଲିଭାଣ୍ଡ ‘ଇକୋ ମରମେଡ୍‌’ ନାମରେ ଜଣାଶୁଣା । ସେ ସମୁଦ୍ର ଉପରେ ସଚେତନା ବାର୍ତ୍ତା ଦେବା ପାଇଁ ମୋନୋଫିନ ପିନ୍ଧି ସନ୍ତରଣ କରନ୍ତି ।