ବୁଝନ୍ତୁ କାରଣ

ଅନେକ ସମୟରେ ଦେଖିବାକୁ ମିଳେ ପିଲାମାନଙ୍କ ଖାଦ୍ୟ ଶୈଳୀ ବିଗିଡିଯାଇଥାଏ । ସେମାନେ ସ୍ୱାସ୍ଥ୍ୟକର ଖାଦ୍ୟ ପରିବର୍ତ୍ତେ ବାହାରର ଜଙ୍କ୍‌ ଫୁଡ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି । ତେବେ ବାପା ମାଆ ଯେତେ ଚେଷ୍ଟା କରିବା ସତ୍ତେ୍ୱ ମଧ୍ୟ ଏହି ଅଭ୍ୟାସକୁ ଦୂରାଇ ପାରନ୍ତି ନାହିଁ । ଏଭଳି ପରିସ୍ଥିତିକୁ ଖୁବ ଚତୁରତା ଓ ଧୈର୍ଯ୍ୟର ସହିତ ସମାଧାନ କରିବାକୁ ହେବ । ପ୍ରଥମେ ଆଗ ଏହାର କାରଣ ବୁଝନ୍ତୁ । କେଉଁ କାରଣରୁ ପିଲାଙ୍କର […]

ବୁଝନ୍ତୁ କାରଣ
Samaya Live Picture
Published On

ଅନେକ ସମୟରେ ଦେଖିବାକୁ ମିଳେ ପିଲାମାନଙ୍କ ଖାଦ୍ୟ ଶୈଳୀ ବିଗିଡିଯାଇଥାଏ । ସେମାନେ ସ୍ୱାସ୍ଥ୍ୟକର ଖାଦ୍ୟ ପରିବର୍ତ୍ତେ ବାହାରର ଜଙ୍କ୍‌ ଫୁଡ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି । ତେବେ ବାପା ମାଆ ଯେତେ ଚେଷ୍ଟା କରିବା ସତ୍ତେ୍ୱ ମଧ୍ୟ ଏହି ଅଭ୍ୟାସକୁ ଦୂରାଇ ପାରନ୍ତି ନାହିଁ । ଏଭଳି ପରିସ୍ଥିତିକୁ ଖୁବ ଚତୁରତା ଓ ଧୈର୍ଯ୍ୟର ସହିତ ସମାଧାନ କରିବାକୁ ହେବ । ପ୍ରଥମେ ଆଗ ଏହାର କାରଣ ବୁଝନ୍ତୁ । କେଉଁ କାରଣରୁ ପିଲାଙ୍କର ଏଭଳି ଅଭ୍ୟାସ ବଢିଛି । କିଛି ପ୍ରାଥମିକ କାରଣ ରହିଛି ଯେପରି ବାପା ମାଙ୍କର ଅଧିକ ଗେଲ ବସର, ଅଭିଭାବକଙ୍କର ବ୍ୟସ୍ତ ବହୂଳ ଜୀବନ, ବାପା ମାଙ୍କର ଛୁଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନଦେବା, ସାଙ୍ଗସାଥୀଙ୍କ ସହ ମିଶି ଜଙ୍କ୍‌ ଫୁଡ ଖାଇବା, ସୋସିଆଲ ମିଡିଆରେ ଜଙ୍କଫୁଡ୍‌ର ବିଜ୍ଞାପନ ଦେଖିବା ଆଦି । ତେବେ ଏଗୁଡିକୁ ସୁଧାରିବା ଆଗରୁ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣନ୍ତୁ । ପ୍ରଥମେ ନିଜକୁ ସୁଧାରିବା ପରେ ପିଲାଙ୍କୁ ସୁଧାରିବାକୁ ଚେଷ୍ଟା କରନ୍ତୁ । ସେମାନଙ୍କ ଆଗରେ ସବୁବେଳେ ହେଲ୍‌ଦି ଖାଇବାକୁ ଚେଷ୍ଟା କରନ୍ତୁ । ବେଳେବେଳେ ସେମାନଙ୍କ ସହ ମିଶି ଜଙ୍କ୍‌ଫୁଡ ଖାଆନ୍ତୁ, ଯାହାକୁ ନିଜେ ଘରେ ପ୍ରସ୍ତୁତ କରିପାରିବେ । ଏପରି କରିବା ଦ୍ୱାରା ସେମାନଙ୍କର ଜଙ୍କ ଫୁଡ ପ୍ରତି ଥିବା କ୍ରେଭିଂ କମିବ । ସେହିଭଳି ସେମାନଙ୍କୁ ସ୍ୱାସ୍ଥ୍ୟକର ଖାଇବାର ଉପକାରୀତା ସମ୍ପର୍କରେ ବୁଝାନ୍ତୁ । ସମସ୍ତ ସ୍ୱାସ୍ଥ୍ୟକର ଖାଇବା ସ୍ୱାଦିଷ୍ଟ ମଧ୍ୟ ହୋଇପାରିବ ତେଣୁ ନିଜର ପ୍ରସ୍ତୁତି ପ୍ରଣାଳୀ ଉପରେ ଧ୍ୟାନ ଦିଅନ୍ତୁ । ସେହିଭଳି ଜଙ୍କ ଫୁଡ୍‌ ଖାଇବା ଦ୍ୱାରା ସେମାନଙ୍କର କଣ ସବୁ କ୍ଷତି ହେବ ସେନେଇ ସେମାନଙ୍କୁ ସଚେତନ କରନ୍ତୁ ।

Tags: Junk Food