କଳା ଓଠ ପାଇଁ ଟିପ୍ସ

ଋତୁ ପରିବର୍ତ୍ତନ ସହିତ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଥିବାବେଳେ ଆମ ଲାଇଫ୍‌ଷ୍ଟାଇଲ୍‌ରେ ମଧ୍ୟ ପରିବର୍ତ୍ତନ ହେଉଛି । ଯାହାର ପ୍ରଭାବ ସିଧାସଳଖ ଆମ ସ୍କିନ୍‌ ଉପରେ ପଡ଼ୁଛି । ଏହାଦ୍ୱାରା ଅନେକ କ୍ଷେତ୍ରରେ ଆମ ସ୍କିନ୍‌ ରୁକ୍ଷ ହେବା ସହିତ ଓଠ ଶୁଷ୍କ ହେଉଛି ଏବଂ ଏହାର ରଙ୍ଗ ମଧ୍ୟ ବଦଳୁଛି । ଯାହାଫଳରେ ମୁହଁର ସୁନ୍ଦରତା ନଷ୍ଟ ହେଉଛି । ତେବେ ଏଭଳି ଅନେକ ଘରୋଇ ଉପଚାର ରହିଛି, ଯାହା ଓଠର ସୁନ୍ଦରତାକୁ ପୂର୍ବପରି […]

Samaya Live Picture
Published On

ଋତୁ ପରିବର୍ତ୍ତନ ସହିତ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଥିବାବେଳେ ଆମ ଲାଇଫ୍‌ଷ୍ଟାଇଲ୍‌ରେ ମଧ୍ୟ ପରିବର୍ତ୍ତନ ହେଉଛି । ଯାହାର ପ୍ରଭାବ ସିଧାସଳଖ ଆମ ସ୍କିନ୍‌ ଉପରେ ପଡ଼ୁଛି । ଏହାଦ୍ୱାରା ଅନେକ କ୍ଷେତ୍ରରେ ଆମ ସ୍କିନ୍‌ ରୁକ୍ଷ ହେବା ସହିତ ଓଠ ଶୁଷ୍କ ହେଉଛି ଏବଂ ଏହାର ରଙ୍ଗ ମଧ୍ୟ ବଦଳୁଛି । ଯାହାଫଳରେ ମୁହଁର ସୁନ୍ଦରତା ନଷ୍ଟ ହେଉଛି । ତେବେ ଏଭଳି ଅନେକ ଘରୋଇ ଉପଚାର ରହିଛି, ଯାହା ଓଠର ସୁନ୍ଦରତାକୁ ପୂର୍ବପରି ଫେରାଇବାରେ ସହାୟକ ହେବ ।
– କଳା ଓଠ ପାଇଁ ମହୁ ଓ ଲେମ୍ବୁ ବେଶ୍‌ ଫଳପ୍ରଦ ସାବ୍ୟସ୍ତ ହେବ । ସର୍ବପ୍ରଥମେ କିଛି ବୁନ୍ଦା ଲେମ୍ବୁରେ ମହୁକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ।ଏହି ମିଶ୍ରଣକୁ ପ୍ରତ୍ୟହ ଓଠରେ ଲଗାଇ ଅଳ୍ପ ସମୟ ପାଇଁ ମସାଜ୍‌ କରନ୍ତୁ । ଅଳ୍ପ ଦିନ ମଧ୍ୟରେ ଫରକ୍‌ ଜାଣିପାରିବେ ।
– ଅନ୍ୟତମ ଘରୋଇ ଉପଚାର ରୂପେ ବିଟ୍‌ ଅଧିକ ଲାଭଦାୟକ ସାବ୍ୟସ୍ତ ହେବ । ବିଟ୍‌ ରସ ଓଠର କଳା ରଙ୍ଗକୁ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରିବ । ଏହାକୁ ଆପଣ କିଛି ବ୍ୟବଧାନରେ ଲଗାନ୍ତୁ ଉପକୃତ ହେବେ ।
– ଏ କ୍ଷେତ୍ରରେ ଆଲ୍‌ମଣ୍ଡ ଅଏଲ୍‌ ବା ବାଦାମ ତେଲ ସର୍ବୋତ୍ତମ ବିକଳ୍ପ ହେବ । ଶୋଇବା ପୂର୍ବରୁ ଓଠରେ ବାଦାମ ତେଲ ଲଗାନ୍ତୁ ଏବଂ ସାରା ରାତି ଏହାକୁ ଲଗାଇ ରଖନ୍ତୁ । କିଛି ଦିନ ମଧ୍ୟରେ ବ୍ୟବଧାନ ଜାଣିପାରିବେ ।
– ମହୁରେ ଚିନି ମିଶାଇ ଓଠରେ ଲଗାଇବା ଦ୍ୱାରା ଓଠର କଳା ରଙ୍ଗରୁ ମୁକ୍ତି ମିଳିବ । ଏହି ମିଶ୍ରଣକୁ ଓଠରେ ସ୍କ୍ରବ୍‌ କରନ୍ତୁ, ଫରକ୍‌ ଜାଣିପାରିବେ ।
– ଆଲୋବେରାରେ ଅକ୍ସିନ୍‌ ସହିତ ଇମ୍ଫ୍ଲେମେଟ୍ରୀ ଗୁଣ ରହିଛି, ଯାହା ଓଠର କଳାରଙ୍ଗକୁ ଦୂର କରିବାରେ ସାହାଯ୍ୟ କରିବ ।

Tags: