ଡିପ୍ରେସନରେ ଆକ୍ରାନ୍ତ ହେଉଛନ୍ତି ଯୁବପିଢ଼ି

ପରିଚିତ ସାଇନ୍ସ ଜର୍ନାଲ ‘ଦି ଲେସେଣ୍ଟ୍‌ ସାଇକିଏଟ୍ରି’ରେ ପ୍ରକାଶିତ ତଥ୍ୟ ଅନୁସାରେ ଅଷ୍ଟ୍ରେଲିଆରେ ପାଖାପାଖି ୭୫ ପ୍ରତିଶତ ଯୁବପିଢି ଆଙ୍ଗଜାଇଟ୍‌ ଓ ଡିପ୍ରେସନ ରୋଗରେ ପୀଡିତ । ୧୦ ବର୍ଷରୁ ୧୮ ବର୍ଷ ଭିତରେ ଜଣେ ପିଲାକୁ ପାଖାପାଖି ତିନିଥର ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ସେହିଭଳି ଏଭଳି ସମସ୍ୟାକୁ ହ୍ୟାଣ୍ଡେଲ କରିବା ପାଇଁ କିଛି ଟ୍ରିକ୍‌ର ଆବଶ୍ୟକତା ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ […]

Samaya Live Picture
Published On

ପରିଚିତ ସାଇନ୍ସ ଜର୍ନାଲ ‘ଦି ଲେସେଣ୍ଟ୍‌ ସାଇକିଏଟ୍ରି’ରେ ପ୍ରକାଶିତ ତଥ୍ୟ ଅନୁସାରେ ଅଷ୍ଟ୍ରେଲିଆରେ ପାଖାପାଖି ୭୫ ପ୍ରତିଶତ ଯୁବପିଢି ଆଙ୍ଗଜାଇଟ୍‌ ଓ ଡିପ୍ରେସନ ରୋଗରେ ପୀଡିତ । ୧୦ ବର୍ଷରୁ ୧୮ ବର୍ଷ ଭିତରେ ଜଣେ ପିଲାକୁ ପାଖାପାଖି ତିନିଥର ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ସେହିଭଳି ଏଭଳି ସମସ୍ୟାକୁ ହ୍ୟାଣ୍ଡେଲ କରିବା ପାଇଁ କିଛି ଟ୍ରିକ୍‌ର ଆବଶ୍ୟକତା ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ପୁରା ଦୁନିଆରେ ପାଖାପାଖି ୩୦ କୋଟିରୁ ଅଧିକ ଲୋକ ଆଙ୍ଗଜାଇଟି ସମସ୍ୟାରେ ପୀଡିତ ଅଛନ୍ତି । ୨୮ କୋଟି ଲୋକ ଡିପ୍ରେସନ୍‌ର ସାମନା କରୁଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି, ଯେଉଁଥିରେ ଯୁବପୀଢିର ସଂଖ୍ୟା ଅଧିକ ରହିଛି । ତେବେ ଏହାର ଲକ୍ଷଣ ଚିହ୍ନି ଏହାର ଚିକିତ୍ସା କରିବାର ଆବଶ୍ୟକତା ରହିଛି ନଚେତ୍‌ ଏହା ଏକ ଖୁବ ବଡ ସମସ୍ୟାରେ ପରିଣତ ହୋଇପାରେ । ତେଣୁ ଯଦି ଏଭଳି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଲକ୍ଷଣ
– କୌଣସି କାରଣ ନଥାଇ ଦୁଃଖୀ ରହିବା ।
– ଛୋଟଛୋଟ କଥାରେ କାରଣ ନଥାଇ ରାଗିବା ବା ଚିଡିବା ।
– ସବୁବେଳେ ନିରାଶା ଭାବ ବା ଖାଲିପଣ ଅନୁଭବ କରିବା ।
– ଛୋଟ ଛୋଟ ଖୁସି ଜୀବନରୁ ସରିଯିବା ।
– ପରିବାର କିମ୍ବା ସାଙ୍ଗସାଥୀଙ୍କ ସହିତ ବାରମ୍ବାର ଝଗଡା ହେବା ।
– ନିଜ ବିଫଳତାକୁ ବେଶି ଧ୍ୟାନ ଦେବା ।
– ରିଜେକସନ୍‌କୁ ନେଇ ଅଧିକ ସମ୍ବେଦନଶୀଳ ହେବା ।
– କୌଣସି ନିଷ୍ପତ୍ତି ନେଇ ନପାରିବା ।
– ବାରମ୍ବାର ଆତ୍ମହତ୍ୟାର ଚିନ୍ତା ମନକୁ ଆସିବା (କିଛି କ୍ଷେତ୍ରରେ ଏହି ଲକ୍ଷଣ ଦେଖିବାକୁ ମିଳେ)
– ଦୁର୍ବଳ ଲାଗିବା
– ନିଦ ନହେବା ବା କିଛି କ୍ଷେତ୍ରରେ ଅଧିକ ଶୋଇବା ।
– ଖାଇବାକୁ ଇଚ୍ଛା ନହେବା, ଓଜନ କମିବା ।
– କିଛି ଲୋକଙ୍କ କ୍ଷେତ୍ରରେ ଅଧିକ ଖାଇବା ଓ ଓଜନ ବଢିବା ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ ।
– ନିଜକୁ କ୍ଷତି ପହଞ୍ଚାଇବା ।
– କୌଣସି କାର୍ଯ୍ୟ ଏପରି ଦୈନନ୍ଦନ କାର୍ଯ୍ୟରେ ମଧ୍ୟ ମନ ନ ଲାଗିବା ।

Tags: