ଦେଖାଯିବନି ବୟସର ଛାପ

ଦେଖାଯିବନି ବୟସର ଛାପ
Ipsita Picture
By: Ipsita
Published On

 

ଚେହେରାରେ ବୟସର ଛାପ କେବଳ ଚର୍ମର ଉପରି ଭାଗରେ ସୀମିତ ନୁହେଁ, ବରଂ ଏହା ମାଂସପେଶୀ, ହାଡ଼ର ଗଠନ, ଚର୍ବିର ସ୍ତର ଏବଂ କୋଲାଜେନ୍ ସଂରଚନାରେ ପରିବର୍ତ୍ତନ ଯୋଗୁଁ ହୋଇଥାଏ । ବୟସ ବଢ଼ିବା ସହିତ ଆମ ମୁହଁର ହାଡ଼ର ଆକାରରେ ପରିବର୍ତ୍ତନ ଆସେ, ଯାହାଦ୍ୱାରା ଚର୍ମକୁ ଉପରକୁ ଟେକି ରଖିବା ପାଇଁ ଆବଶ୍ୟକ ସହାୟତା କମିଯାଏ । ସେହିପରି ଚେହେରାରେ ଥିବା ଚର୍ବିର ସ୍ତରଗୁଡ଼ିକ ତଳକୁ ଖସିବା କିମ୍ବା ଶୁଖିଯିବା ଫଳରେ ଆଖି ତଳ ଚର୍ମ ଓ ଗାଲ ଝୁଲିବା ଭଳି ସମସ୍ୟା ଦେଖାଦିଏ । ଏହା ବ୍ୟତୀତ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି ଏବଂ ହରମୋନ୍ର ପରିବର୍ତ୍ତନ ମଧ୍ୟ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ତେବେ କିଛି ଟ୍ରିକ ରହିଛି ଯାହାକୁ ଆପଣାଇଲେ ଚେହେରାକୁ ସତେଜ ରଖିହେବ ।

_ ଯଥେଷ୍ଟ ପରିମାଣର ପ୍ରୋଟିନ୍ ଗ୍ରହଣ କରନ୍ତୁ ।

_ ଷ୍ଟ୍ରେନ୍ଥ ଟ୍ରେନିଂ କରନ୍ତୁ ଯାହା ହାଡ଼ର ଗଠନକୁ ସୁଦୃଢ଼ ରଖିବ ।

_  ରେଟିନଏଡ୍ ବ୍ୟବହାର କରନ୍ତୁ ଯାହା କୋଲାଜେନ୍ ବୃଦ୍ଧି କରେ ।

 _ ହାଡ଼ ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଜରୁରୀ, ତେଣୁ ଖାଦ୍ୟରେ ଏହାକୁ ସାମିଲ କରନ୍ତୁ ।

_  ଶରୀରରେ ଗ୍ଲୁକୋଜ୍ ସ୍ତର ସ୍ଥିର ରଖନ୍ତୁ, ଏଥିପାଇଁ ଖାଇବା ପରେ ଚାଲିବା ଅଭ୍ୟାସ କରନ୍ତୁ ।

_  ପ୍ରତିଦିନ ସନସ୍କ୍ରିନ୍  ବ୍ୟବହାର କରନ୍ତୁ ।

_ ଶରୀରକୁ ହାଇଡ୍ରେଟେଡ୍ ବା ଜଳୀୟ ଅଂଶ ବଜାୟ ରଖନ୍ତୁ ।

_ ରେଡ୍ ଲାଇଟ୍ ଥେରାପି ଆପଣାନ୍ତୁ ଏହା କୋଲାଜେନ୍ ବଢ଼ାଇବାରେ ସାହାଯ୍ୟ କରିପାରେ ।

_ ମଧ୍ୟାହ୍ନର ଟାଣ ଖରାଠାରୁ ଦୂରେଇ ରୁହନ୍ତୁ ।

_ ଚର୍ମର ବ୍ୟାରିଅର୍ ରିପେୟାର ପ୍ରତି ଧ୍ୟାନ ଦିଅନ୍ତୁ ।

_ ମାନସିକ ଚାପ ବା ଷ୍ଟ୍ରେସ୍ କମ୍ କରନ୍ତୁ ।

_  ପ୍ରତିଦିନ ୭ ରୁ ୮ ଘଣ୍ଟା ଶୁଅନ୍ତୁ, ଯାହା ଶରୀରର ପ୍ରାକୃତିକ ଉପାୟରେ ମରାମତିରେ ସାହାଯ୍ୟ କରିବ ।

 ଏହି ସମସ୍ତ ଅଭ୍ୟାସ କେବଳ ଚର୍ମର ଉପରି ଭାଗ ନୁହେଁ, ବରଂ ଶରୀରର ଭିତର ସ୍ତରରୁ ଆପଣଙ୍କୁ ସତେଜ ଓ କମ ବୟସ ଭଳି ଦେଖାଯିବାରେ ସହାୟକ ହେବ ।

Tags: