ମାଇଣ୍ଡ୍ ଡାଏଟ୍
ଏହାର ନାଁ ଭଳି ଏହା ମଧ୍ୟ ଖୁବ ନିଆରା । ମାଇଣ୍ଡ୍ ଡାଏଟ୍ ସବୁବେଳେ ଆମ ମସ୍ତିଷ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ । ଏହା ସ୍କୁଲ ଗୋଇଂ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ପାଇଁ ବେଶ ଉପକାରୀ ହୋଇଥାଏ । ଏହା ଡାଏଟ ଓଭରାଲ ହେଲଥ ପାଇଁ ବେଶ ଲାଭ ଦାୟକ ହୋଇଥାଏ । ‘ଏମ୍ଆଇଏନ୍ଡି’ର ଫୁଲଫର୍ମ ମେଡିଟେରେଆନ୍ ଡାସ୍ ଇଣ୍ଟରଭେନସନ୍ ଫର ନୁ୍ୟରୋଡେଗେନେରେଟିଭ୍ ଡିଲେ । ଏହି ଡାଏଟ୍ ବିଶେଷ ଭାବେ […]
ଏହାର ନାଁ ଭଳି ଏହା ମଧ୍ୟ ଖୁବ ନିଆରା । ମାଇଣ୍ଡ୍ ଡାଏଟ୍ ସବୁବେଳେ ଆମ ମସ୍ତିଷ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ । ଏହା ସ୍କୁଲ ଗୋଇଂ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ପାଇଁ ବେଶ ଉପକାରୀ ହୋଇଥାଏ । ଏହା ଡାଏଟ ଓଭରାଲ ହେଲଥ ପାଇଁ ବେଶ ଲାଭ ଦାୟକ ହୋଇଥାଏ । ‘ଏମ୍ଆଇଏନ୍ଡି’ର ଫୁଲଫର୍ମ ମେଡିଟେରେଆନ୍ ଡାସ୍ ଇଣ୍ଟରଭେନସନ୍ ଫର ନୁ୍ୟରୋଡେଗେନେରେଟିଭ୍ ଡିଲେ । ଏହି ଡାଏଟ୍ ବିଶେଷ ଭାବେ ବୟସ୍କଙ୍କ ପାଇଁ ଦରକାର ହୋଇଥାଏ । କାରଣ ଏହା ଡିମେନସିଆ ବା ଭୁଲିଯିବା ରୋଗ ପାଇଁ ଉପକାରୀ । ଏହି ଡାଏଟ୍ରେ ଦୁଇଦୁଇଟି ଡାଏଟ୍ର ମିଶ୍ରଣ ହୋଇଥିବାରୁ ଏହା ବେଶି ଇଫେକଫିଭ୍ ହୋଇଥାଏ । ମେଡିଟେରିଆନ ଓ ଡାସ୍ ଡାଏଟ୍ ସବୁଠାରୁ ହେଲଦି ଡାଏଟ । ଏହି ମାଇଣ୍ଡ୍ ଡାଏଟ୍ରେ ବିଶେଷ ଭାବେ ପତ୍ର ଜାତୀୟ ପରିବା, ସତେଜ ଫଳ ସାମିଲ ଥାଏ । ସେହିଭଳି ଏହି ଡାଏଟ୍ରେ ଖୁବ ପାଣି ପିଇବାକୁ ପଡିଥାଏ । ଯାହା ବଡିକୁ ହାଇଡ୍ରେଟ ରଖିଥାଏ, ଯାହା ଫଳରେ ବ୍ରେନ ଫଙ୍କସନ୍ ଭଲ ହୋଇଥାଏ । ଏହି ଡାଏଟ୍ ହିସାବରେ ବିଭିନ୍ନ ଜଙ୍କ୍ ଫୁଡ୍ ଖାଇବାକୁ ବାରଣ କରାଯାଇଥାଏ । ଏହି ଡାଏଟ୍ ଫଲୋ କରୁଥିବା ଲୋକଙ୍କୁ ବିଶେଷ ଭାବେ ପ୍ଲାଣ୍ଟ ବେସï ପ୍ରୋଟିନ୍ ଓ ଫାଇବର ଖାଇବାକୁ ଦିଆଯାଇଥାଏ, ଯାହା ତାଙ୍କ ପାଇଁ ବେଶ ଦରକାରୀ ହୋଇଥାଏ । ତେବେ ଏହି ଡାଏଟ୍ ଫଲୋ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।




