ହେଲ୍ଦି ଫେଷ୍ଟିଭ୍ ଡାଏଟ୍
ନୂଆ ବର୍ଷରେ ସମସ୍ତେ ଚାହାନ୍ତି କିଭଳି ସୁସ୍ଥ ରହିବେ । ହେଲେ ଏହି ସମୟରେ ସେଲିବ୍ରେସନ ମୁଡ ଥିବାରୁ ବାହାରର ଖାଦ୍ୟ ଅଧିକ ସମୟ ଖାଇବାକୁ ପଡିଥାଏ, ଯେଉଁ କାରଣରୁ ଓଜନ ହ୍ରାସ, ଏସିଡିଟି, ବଦହଜମି ଆଦି ଦେଖିବାକୁ ମିଳିଥାଏ । ହେଲେ ଏହି ସମୟରେ କିଛି ଟ୍ରିକ୍ ଆପଣାଇଲେ ଆମେ ଆମର ଡାଏଟ୍କୁ ହେଲ˜ି ରଖିପାରିବା । – ଗ୍ଲାଇକାମିକ୍ ଇଣ୍ଡେକ୍ସକୁ ଧ୍ୟାନରେ ରଖି ନିଜର ଫେଷ୍ଟିଭ ମେନୁ ପ୍ରସ୍ତୁତ କରନ୍ତୁ । ଗ୍ଲାଇକାମିକ୍ ଇଣ୍ଡେକ୍ସର […]
ନୂଆ ବର୍ଷରେ ସମସ୍ତେ ଚାହାନ୍ତି କିଭଳି ସୁସ୍ଥ ରହିବେ । ହେଲେ ଏହି ସମୟରେ ସେଲିବ୍ରେସନ ମୁଡ ଥିବାରୁ ବାହାରର ଖାଦ୍ୟ ଅଧିକ ସମୟ ଖାଇବାକୁ ପଡିଥାଏ, ଯେଉଁ କାରଣରୁ ଓଜନ ହ୍ରାସ, ଏସିଡିଟି, ବଦହଜମି ଆଦି ଦେଖିବାକୁ ମିଳିଥାଏ । ହେଲେ ଏହି ସମୟରେ କିଛି ଟ୍ରିକ୍ ଆପଣାଇଲେ ଆମେ ଆମର ଡାଏଟ୍କୁ ହେଲ˜ି ରଖିପାରିବା ।
– ଗ୍ଲାଇକାମିକ୍ ଇଣ୍ଡେକ୍ସକୁ ଧ୍ୟାନରେ ରଖି ନିଜର ଫେଷ୍ଟିଭ ମେନୁ ପ୍ରସ୍ତୁତ କରନ୍ତୁ । ଗ୍ଲାଇକାମିକ୍ ଇଣ୍ଡେକ୍ସର ଅର୍ଥ ଆମ ଖାଦ୍ୟରେ କେତେ ପରିମାଣର ଶେ୍ୱତସାର ରହୁଛି ତାହାର ତାଲିକା । ତେଣୁ ସବୁବେଳେ ଏହି ଇଣ୍ଡେକ୍ସକୁ ଫଲୋ କରି ନିଜର ମେନୁ ତିଆରି କରନ୍ତୁ । ନିଜର ସୁଗାର ଲେବଲକୁ ଆଖିରେ ରଖି ଏସବୁ କାର୍ଯ୍ୟ କରନ୍ତୁ ।
-ସବୁବେଳେ ମେନୁ ପ୍ରସ୍ତୁତ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ । ଏହା ଓଜନ ନିୟନ୍ତ୍ରଣ କରିବାର ସିକ୍ରେଟ ମନ୍ତ୍ର । ତେଣୁ ଫେଷ୍ଟିଭ୍ ଭାଇବ୍କୁ ଏଞ୍ଜୟ କରିବା ସହିତ ଯଦି ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ତେବେ ମେନୁ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।
– ମେନୁ ପ୍ରସ୍ତୁତ ସମୟରେ କ୍ରିଏଟିଭ ହୁଅନ୍ତୁ । ବଜାରରେ ମିଳୁଥିବା କିମ୍ବା ଘରେ ଥିବା ସୁପରଫୁଡ ଯେପରି ରାଗି, ମିଲେଟ୍ ଆଦିକୁ ମେନୁରେ ଆଡ କରନ୍ତୁ । ଏହାଦ୍ୱାରା ଆପଣ ହେଲଦି ଫେଷ୍ଟିଭ୍ ମେନୁ ପ୍ରସ୍ତୁତ କରିପାରିବେ । ମିଠା ବଦଳରେ ଅଧିକ ପନିପରିବାର ବିଭିନ୍ନ ଡିସ୍କୁ ମେନୁରେ ଆଡ କରିପାରିବେ ।
-ଆଗରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ପାରମ୍ପରିକ ଖାଦ୍ୟକୁ ନୂଆ ଅନ୍ଦାଜରେ ତିଆରି କରିପାରିବେ, ଯାହାଦ୍ୱାରା ଟେଷ୍ଟି ରହିବା ସହିତ ହେଲଦି ମଧ୍ୟ ରହିବ । ସେହିଭଳି ଫେଷ୍ଟିଭ୍ରେ ଖାଦ୍ୟ ସବୁବେଳେ ଅଳ୍ପ ପରିମାଣରେ ଖାଆନ୍ତୁ । ବେଶି ଖାଇଲେ ବିଭିନ୍ନ ପେଟ ସମସ୍ୟା ଉପୁଜିବାର ଡର ରହିଛି ।




