କୋଲେଷ୍ଟ୍ରଲ ବଢିବାର ଲକ୍ଷଣ

କୋଲେଷ୍ଟ୍ରଲ ବଢିବାର ଲକ୍ଷଣ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ୨୮ ରେ ଜରାୟୁ କର୍କଟ ଟୀକା

ଉଚ୍ଚ କୋଲେଷ୍ଟ୍ରଲ  ଆଜିକାଲି ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି । ଯେ କୌଣସି ବୟସରେ ବି ଏହି ସମସ୍ୟା ଦେଖିବାକୁ ମିଳୁଛି । ତେବେ ଏହା ବଢିବା ସମୟରେ ଆମ ଶରୀରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ, ଯାହା କୋଲେଷ୍ଟ୍ରଲ ବଢିବାର ଲକ୍ଷଣ ହୋଇପାରେ । ତେବେ ଏହି ସବୁ ଲକ୍ଷଣ କେବଳ କୋଲେଷ୍ଟ୍ରଲ ବଢିବାର ହୋଇନଥାଏ । ତେଣୁ ଲକ୍ଷଣ ଦେଖିଲେ ତୁରନ୍ତ ପରୀକ୍ଷା କରିବାସହିତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।  

ସମ୍ବନ୍ଧିତ ଖବର ଖୁବ ଉପକାରୀ ଘିକୁଆଁରୀ

ଓଜନ ବୃଦ୍ଧି

ସମ୍ବନ୍ଧିତ ଖବର କିଶୋରୀ ଓ ମହିଳାଙ୍କୁ ମାଗଣା HPV ଟୀକା ଦେବେ କେନ୍ଦ୍ର ସରକାର

ଓଜନ ବୃଦ୍ଧି, ବିଶେଷ କରି ପେଟ ପାଖରେ ଚର୍ବି ଜମା ହେବା, ଉଚ୍ଚ କୋଲେଷ୍ଟ୍ରଲର ଏକ ପ୍ରମୁଖ କାରଣ ଏବଂ ସଙ୍କେତ ହୋଇପାରେ । ଯେତେବେଳେ ଆପଣଙ୍କ ଓଜନ ବଢ଼େ, ଶରୀରରେ 'ଖରାପ କୋଲେଷ୍ଟ୍ରଲ'ର ମାତ୍ରା ବଢ଼ିଯାଏ ଏବଂ 'ଭଲ କୋଲେଷ୍ଟ୍ରଲ' କମିଯାଏ । ଓଜନ ବଢ଼ିଲେ ଶରୀର ଚର୍ବିକୁ ସଠିକ୍ ଭାବେ ବ୍ୟବହାର କରିପାରେ ନାହିଁ, ଯାହା ଫଳରେ ରକ୍ତନଳୀରେ କୋଲେଷ୍ଟ୍ରଲ ଜମା ହେବା ସହଜ ହୋଇଥାଏ ।

ରକ୍ତଚାପ

ଉଚ୍ଚ କୋଲେଷ୍ଟ୍ରଲ ଏବଂ ଉଚ୍ଚ ରକ୍ତଚାପ ପରସ୍ପର ସହ ଜଡ଼ିତ। କୋଲେଷ୍ଟ୍ରଲ ରକ୍ତନଳୀ କାନ୍ଥରେ ଜମା ହୋଇ ଏହାକୁ ଶକ୍ତ ଓ ସଂକୀର୍ଣ୍ଣ କରିଦିଏ । ଏହି କାରଣରୁ ହୃଦୟକୁ ରକ୍ତ ପମ୍ପ୍ କରିବା ପାଇଁ ଅଧିକ ବଳ ପ୍ରୟୋଗ କରିବାକୁ ପଡ଼େ, ଯାହା ରକ୍ତଚାପ ବଢ଼ାଇଥାଏ । ଯଦି କାହାର କୋଲେଷ୍ଟ୍ରଲ ଏବଂ ବିପି ଉଭୟ ଅଧିକ ରହେ, ତେବେ ହୃଦଘାତ ବା ଷ୍ଟ୍ରୋକ୍ ହେବାର ସମ୍ଭାବନା ବହୁତ ବଢ଼ିଯାଏ ।

ଆଖିରେ ହଳଦିଆ ଦାଗ

ଆଖିର ପତା କିମ୍ବା କୋଣରେ ଛୋଟ ଛୋଟ ହଳଦିଆ ରଙ୍ଗର ଦାଗ ଦେଖାଯିବା । ଏହା ସିଧାସଳଖ ଚର୍ମ ତଳେ ଚର୍ବି ଜମା ହେବାର ସଙ୍କେତ ହୋଇଥାଏ ।

ପାଦ ଏବଂ ହାତରେ ଯନ୍ତ୍ରଣା

ରକ୍ତନଳୀରେ କୋଲେଷ୍ଟ୍ରଲ ଜମିବା ଯୋଗୁଁ ହାତ-ପାଦକୁ ରକ୍ତ ସଞ୍ଚାଳନ କମିଯାଏ । ଏହା ଫଳରେ ଚାଲିବା ସମୟରେ ଗୋଡ଼ରେ ଯନ୍ତ୍ରଣା ହେବା କିମ୍ବା ହାତ-ପାଦ ଝିମ୍ଝିମ୍ ହେବା ଭଳି ସମସ୍ୟା ଦେଖାଦିଏ ।

ଛାତିରେ ଯନ୍ତ୍ରଣା ଓ ଶ୍ୱାସକ୍ରିୟାରେ କଷ୍ଟ

ହୃଦୟକୁ ରକ୍ତ ଯୋଗାଉଥିବା ଧମନୀରେ କୋଲେଷ୍ଟ୍ରଲ ଜମିଲେ ଛାତିରେ ଚାପ ଅନୁଭବ ହୁଏ । ସାମାନ୍ୟ କାମ କଲେ ମଧ୍ୟ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇପାରେ ।

ବାରମ୍ବାର ଥକ୍କା ଲାଗିବା

ଶରୀରର ପ୍ରତ୍ୟେକ ଅଙ୍ଗକୁ ପର୍ଯ୍ୟାପ୍ତ ରକ୍ତ ଓ ଅମ୍ଳଜାନ ନ ପହଞ୍ଚିବା କାରଣରୁ ବ୍ୟକ୍ତି ସବୁବେଳେ ଥକ୍କା ଓ ଦୁର୍ବଳ ଅନୁଭବ କରେ ।

Tags: