ସୁପର ଫୁଡ ମାଣ୍ଡିଆ

ସୁପର ଫୁଡ ମାଣ୍ଡିଆ
Ipsita Picture
By: Ipsita
Published On

 

ମାଣ୍ଡିଆ ଏକ ଅତି ପୁଷ୍ଟିକର ଶସ୍ୟ, ଯାହାକୁ ଆଜିକାଲି "ସୁପରଫୁଡ୍" ଭାବରେ ଗଣନା କରାଯାଉଛି । ଓଡ଼ିଶାରେ ଏହା ପାରମ୍ପରିକ ଭାବେ ବହୁ ପୂର୍ବରୁ ବ୍ୟବହୃତ ହୋଇଆସୁଛି। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ମାଣ୍ଡିଆର ଅନେକ କିଛି ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆସନ୍ତୁ ଜାଣିବା ମାଣ୍ଡିଆରେ କଣ ରହିଛି ପୋଷଣ ।

କ୍ୟାଲସିୟମରେ ଭରପୂର:

 ଅନ୍ୟ ସମସ୍ତ ଶସ୍ୟ ତୁଳନାରେ ମାଣ୍ଡିଆରେ କ୍ୟାଲସିୟମର ମାତ୍ରା ସବୁଠାରୁ ଅଧିକ ଥାଏ। ଏହା ହାଡ ଏବଂ ଦାନ୍ତକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ବଢୁଥିବା ପିଲା, ଗର୍ଭବତୀ ମହିଳା ଏବଂ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ, କାରଣ ଏହା 'ଅଷ୍ଟିଓପୋରୋସିସ୍'  ଭଳି ସମସ୍ୟାରୁ ରକ୍ଷା କରେ।

ମଧୁମେହ ନିୟନ୍ତ୍ରଣ:

ମାଣ୍ଡିଆର ଗ୍ଲାଇସେମିକ୍ ଇଣ୍ଡେକ୍ସ  କମ୍ ଥାଏ ଏବଂ ଏଥିରେ ପ୍ରଚୁର ପରିମାଣର ପଲିଫେନୋଲ୍ ଏବଂ ଡାଏଟାରୀ ଫାଇବର ଥାଏ। ଏହା ରକ୍ତରେ ଶର୍କରା ବା ସୁଗାରର ମାତ୍ରାକୁ ହଠାତ୍ ବଢିବାକୁ ଦିଏ ନାହିଁ। ତେଣୁ ମଧୁମେହ ରୋଗୀଙ୍କ ପାଇଁ ଚାଉଳ କିମ୍ବା ଗହମ ଅପେକ୍ଷା ମାଣ୍ଡିଆ ଖାଇବା ଅଧିକ ଲାଭଦାୟକ। ତେବେ ଏହାକୁ ଖାଦ୍ୟଭାବେ ଗ୍ରହଣ କରିବା ଆଗରୁ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ।

ଓଜନ ହ୍ରାସରେ ସହାୟକ :

ଏଥିରେ ଥିବା ଫାଇବର ଅଧିକ ସମୟ ପର୍ଯ୍ୟନ୍ତ ପେଟ ପୁରା ରଖିବାରେ ସାହାଯ୍ୟ କରେ, ଯାହାଦ୍ୱାରା ବାରମ୍ବାର ଭୋକ ଲାଗେ ନାହିଁ। ଏଥିରେ ଥିବା 'ଟ୍ରିପ୍ଟୋଫାନ୍' ନାମକ ଆମିନୋ ଏସିଡ୍ ଭୋକକୁ ନିୟନ୍ତ୍ରଣ କରେ ଏବଂ ଶରୀରର ଚର୍ବି କମାଇବାରେ ସାହାଯ୍ୟ କରେ।

ରକ୍ତହୀନତା ଦୂର କରେ:

ମାଣ୍ଡିଆ ପ୍ରାକୃତିକ ଲୌହସାରର ଏକ ଉତ୍ତମ ଉତ୍ସ । ଯେଉଁମାନଙ୍କ ଶରୀରରେ ରକ୍ତର ଅଭାବ ଥାଏ, ସେମାନେ ନିୟମିତ ମାଣ୍ଡିଆ ଖାଇଲେ ରକ୍ତରେ ହେମୋଗ୍ଲୋବିନ୍ ମାତ୍ରା ବଢିଥାଏ। ଏହା ଶରୀରରେ ଶକ୍ତି ସଞ୍ଚାର କରିବା ସହ ଦୁର୍ବଳତା ଦୂର କରେ।

ହଜମ ପ୍ରକ୍ରିୟାରେ ଉନ୍ନତି:

ମାଣ୍ଡିଆରେ ଥିବା ଉଚ୍ଚ ପରିମାଣର ଫାଇବର କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବାରେ ଏବଂ ହଜମ ପ୍ରକ୍ରିୟାକୁ ସୁସ୍ଥ କରିବାରେ ବହୁତ ସାହାଯ୍ୟ କରେ। ଏହା ପେଟକୁ ଥଣ୍ଡା ରଖେ ଏବଂ ଅନ୍ତନଳୀର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର।

Tags: