ଖରାଦିନ ପାନୀୟ
ଖରାଦିନେ କେବଳ ଯେ ଖାଦ୍ୟ ଉପରେ ଧ୍ୟାନ ଦେବାକୁ ହୋଇଥାଏ ସେକଥା ନୁହେଁ । ଏହି ଦିନେ ପାନୀୟ ଉପରେ ମଧ୍ୟ ସେତିକି ଧ୍ୟାନ ଦେବାକୁ ପଡିଥାଏ । ଖରାଦିନେ ଆମକୁ ପାଣି ପିଇବା ଛଡା ଆହୁରି ଅନେକ ଏଭଳି ଆହୁରି ଅନେକ ପାନୀୟ ଯେପରି ଫଳ ରସ, ପଇଡ, ଆଖୁ ରସ, ଲେମ୍ବୁ ପାଣି, ଓଆରଏସ୍ ପାଣି ଆଦି ସାମିଲ କରିପାରିବେ । ତେବେ ଖରାଦିନେ ଏହି ପାନୀୟ ଆମକୁ ସୁସ୍ଥ ରଖିବା ସହ ଓଜନ ନିୟନ୍ତ୍ରଣରେ ମଧ୍ୟ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା ଏହି ସବୁ ପାନୀୟରେ କଣ ସ୍ୱାସ୍ଥ୍ୟକର ତତ୍ତ୍ୱ ରହିଥାଏ, ଯାହା ଆମ ପାଇଁ ବେଶ ଉପଯୋଗୀ ହୋଇଥାଏ ।
- ଯେତେବେଳେ ଆମେ ଆମର କ୍ୟାଲୋରୀ ଖାଇବା କମାଇଥାଉ ଆମେ ସୁସ୍ଥ ରହିବା ସହିତ ଆମର ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ପଇଡ ପାଣିରେ ସବୁଠାରୁ କମ କ୍ୟାଲୋରୀ ଓ ଫ୍ୟାଟ ରହିଥାଏ । ତେଣୁ ବଜାରରେ ମିଳୁଥିବା ସଫ୍ଟ ଡ୍ରିଙ୍କ୍ ବଦଳରେ ପଇଡ ପାଣି ପିଅନ୍ତୁ । ଏହା ଆପଣଙ୍କୁ ସୁସ୍ଥ ରଖିବା ସହିତ ଆପଣଙ୍କ ଓଜନ ମଧ୍ୟ ନିୟନ୍ତ୍ରଣରେ ରଖିବ ।
- ଏହି ସମସ୍ତ ଡ୍ରିଙ୍କରେ ପୋଷକ ତତ୍ତ୍ୱରେ ଭରପୂର ହୋଇଥାଏ । ଏହି ଡ୍ରିଙ୍କରେ ଥିବା ବିଭିନ୍ନ ଏଞ୍ଜାଇମ୍, ଇେଲେକଟ୍ରୋଲାଇଟିସ୍, ମିନେରାଲ୍ସ ଆଦି ଭରପୂର ମାତ୍ରାରେ ରହିଥାଏ । ଏହି ସମସ୍ତ ତତ୍ତ୍ୱ ଆମର ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ ।
- ଖରାଦିନେ ମିଳୁଥିବା ଏହି ଡ୍ରିଙ୍କ ଗୁଡିକ ଆମର ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ । ଯାହାଦ୍ୱାରା ଆମର ମେଟାବଲିଜିମ୍ ବଢିଥାଏ । ତେଣୁ ଖରାଦିନେ ଯେତେ ପାରୁଛନ୍ତି ସେତେ ପାନୀୟ ଗ୍ରହଣ କରନ୍ତୁ ।
- ସେହିଭଳି ଏହି ପାନୀୟ ଆମକୁ ଦିନ ସାରା ହାଇଡ୍ରେଟ ରଖିବା ସହିତ ଆମ ପେଟକୁ ମଧ୍ୟ ପୂର୍ଣ୍ଣ ରଖିଥାଏ । ଯାହାଫଳରେ ଆମକୁ କମ ଭୋକ ଲାଗିଥାଏ । ତେଣୁ ଆମ ଓଜନ ଅଯଥା ବଢିବାର ଭୟ ନଥାଏ ।



