ଖରା ପ୍ରକୋପ ଓ ରୋଗ
ସାରା ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ଖରା ଓ ତାତି ଯୋଗୁ ଏବେ ସୂର୍ଯ୍ୟ କିରଣରେ ଅତି ବାଇଗଣି ରଶ୍ମୀର ମାତ୍ରା ୧୨ ରହୁଛି। ୟୁଭି ସ୍ତର ୧୧ରୁ ଅଧିକ ଥିବା ଖରା ସଂସ୍ପର୍ଶରେ ଲଗାତର ଆସିଲେ ଚର୍ମ କର୍କଟ ରୋଗ ହୋଇଥାଏ । ସନବର୍ଣ୍ଣ ଏବଂ ଅଧିକ ଖରାପ ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ । ଏଥିପାଇଁ ଜରୁରୀ ନଥିଲେ ଖରାକୁ ଯାଆନ୍ତୁ ନାହିଁ । ଶରୀର ସିଧାସଳଖ […]
ସାରା ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ଖରା ଓ ତାତି ଯୋଗୁ ଏବେ ସୂର୍ଯ୍ୟ କିରଣରେ ଅତି ବାଇଗଣି ରଶ୍ମୀର ମାତ୍ରା ୧୨ ରହୁଛି। ୟୁଭି ସ୍ତର ୧୧ରୁ ଅଧିକ ଥିବା ଖରା ସଂସ୍ପର୍ଶରେ ଲଗାତର ଆସିଲେ ଚର୍ମ କର୍କଟ ରୋଗ ହୋଇଥାଏ । ସନବର୍ଣ୍ଣ ଏବଂ ଅଧିକ ଖରାପ ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ । ଏଥିପାଇଁ ଜରୁରୀ ନଥିଲେ ଖରାକୁ ଯାଆନ୍ତୁ ନାହିଁ । ଶରୀର ସିଧାସଳଖ ଖରା ସଂସ୍ପର୍ଶରେ ନ ଆସିବାକୁ ଛତା ବ୍ୟବହାର କରିବା, ଦେହ ଓ ହାତକୁ ଗୋଡ଼ାଇବା ସହ ସନଗ୍ଲାସ ପିନ୍ଧନ୍ତୁ ।
ପ୍ରଥମତଃ ୟୁଭି ଏକ୍ସପୋଜର ଯେତେ ଅଧିକ ହେବ ଆମ ଶରୀରରେ ଥିବା ଉପର ଚମଡ଼ା ନଷ୍ଟ ହେବା ସହିତ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ବିଶେଷକରି ଚର୍ମ କର୍କଟ ହେବାର ଅଧିକ ସମ୍ଭାବନା ରହିଥାଏ । କଳା ଲୋକଙ୍କ ଅପେକ୍ଷା ସଫା ରଙ୍ଗର ଲୋକଙ୍କୁ ଚର୍ମ କର୍କଟ ହେବାର ଆଶଙ୍କା ଅଧିକ ଥାଏ । ସେହିଭଳି ଯେଉଁମାନେ ଶରୀରରେ କଳାଜାଇ ବଢ଼ୁଥିବ, ସେମାନ ଅଧିକ ଯନି ନେବା ଦରକାର । କାରଣ ସେହି କଳାକାର ପାଇଁ କର୍କଟ ରୋଗ ହୋଇଥାଏ । ଏହି କର୍କଟ ରୋଗ ବହୁତ କମ ଦେଖାଯାଏ କିନ୍ତୁ ଏହାର ମୃତୁ୍ୟ ସମ୍ଭାବନା ମଧ୍ୟ ଅଧିକ ଥାଏ । ସାଧାରଣତଃ ତିନି ପ୍ରକାର ଚର୍ମ କର୍କଟ ରୋଗ ହୋଇଥାଏ । ସଫା ଲୋକ ଏବଂ ପରିବାରରେ କାହାର ଏହି ରୋଗ ଥିଲେ ସେମାନଙ୍କ ଚର୍ମ କର୍କଟ ରୋଗ ହେବାର ସମ୍ଭାବନା ବେଶି । ତେବେ ରୋଗ ଚିହ୍ନଟ କରି ଆଗୁଆ ଚିକିତ୍ସା କଲେ ତାହା ଭଲ ହୋଇପାରେ ।
ୟୁଭି ରଶ୍ମୀ ସଂସ୍ପର୍ଶରେ ଅଧିକ ଆସିଲେ ଶରୀରରେ ହୋଇଥିବା ଖଣ୍ଡିଆ ମଧ୍ୟ ଶୀଘ୍ର ଭଲ ହୁଏ ନାହିଁ । ସେହିଭଳି ସ୍କିନରେ ଏକ ଟ୍ୟାଗ ପରି ଆସେ, ଯାହାକୁ ଆକଫିନିକ କେରାଟୋସିସ ବୋଲି କୁହାଯାଏ । ଏହା କ୍ୟାନସରର ପୂର୍ବାବସ୍ଥା। ଚମନା ଉପରେ ନାଲି ନାଲି ଉଠିକି ଥାଏ ଏବଂ ହାତକୁ ରଫ ଲାଗେ । ଖରା ସଂସ୍ପର୍ଶରେ ଆସୁଥିବା କପାଳ, ବେକ ଭଳି ଜାଗାରେ ଏହା ହୋଇଥାଏ । ଏହାକୁ ଧ୍ୟାନ ନ ଦେଲେ ତାହା କର୍କଟ ରୋଗରେ ପରିଣତ ହୋଇପାରେ । ସେହିଭଳି ଆଖି ମଧ୍ୟ ଖରାପ ହୋଇଥାଏ । ଆଖି ରୋଗ କାଟରାକଫର ୧୦ ପ୍ରତିଶତ କାରଣ ହେଉଛି ଖରା ।
ସକାଳ ୧୦ ଟାରୁ ଅପରାହ୍ନ ୪ଟା ଭିତରେ ୟୁଭି ରଶ୍ମୀର ପ୍ରଭାବ ପଡ଼ିଥାଏ । ଏଥିରୁ ସୁରକ୍ଷିତ ରହିବା ପାଇଁ ଖରାକୁ ବାହାରିବାବେଳେ ପ୍ରାକ୍ ସାବଧାନତା ନେବାର ଅଛି । ଧଳା ରଙ୍ଗର କପଡ଼ା ପିନ୍ଧିବା ସହିତ ସନଗ୍ଲାସ ପିନ୍ଧିବା ଏବଂ ସନ ସ୍କ୍ରିନ ଲଗାଇ ବାହାରିବା ଉଚିତ । ଅଧିକ ସମୟ ଖରାରେ ବୁଲିଲେ ପ୍ରତି ତିନିଘଣ୍ଟାରେ ସନସ୍କ୍ରିନ ଲଗାଇବା ଭଲ । ଅତ୍ୟଧିକ ତାପମାତ୍ର ବୃଦ୍ଧି କାରଣରୁ ଲୋକଙ୍କ ଉପରେ ଏହାର ଯଥେଷ୍ଟ କୁପ୍ରଭାବ ପଡ଼ିଥାଏ । ଏହି ସମୟରେ କିଛି ସାଧାରଣ ରୋଗର ପ୍ରାଦୁର୍ଭାବ ବଢ଼ିଯାଇଥାଏ । ଡିହାଇଡ୍ରେସନ, ଅଂଶୁଘାତ, ହାଡ଼ଫୁଟି, ମିଳିମିଳା, ଟାଇଫଏଡ଼ ଇତ୍ୟାଦି ରୋଗ ସହିତ ସନବର୍ଣ୍ଣ ଭଳି କିଛି ଚର୍ମରୋଗ ମଧ୍ୟ ଦେଖାଯାଏ । ଏହି ସମୟରେ ଫୁଡ଼ପଏଜନିଂ ଅନ୍ୟ ଏକ ସାଧାରଣ ସମସ୍ୟା ଦେଖାଯାଇଥାଏ । ତେଣୁ ଯେତେ ସମ୍ଭବ ଖରାଠୁ ଦୂରେଇ ରହିବାକୁ ଚେଷ୍ଟା କରିବା ସହିତ ଅଧିକ ପାଣି ପିଇବା ଏବଂ ବାହାର ଖାଦ୍ୟ ନଖାଇବା ଉଚିତ ।
ସାଧାରଣତଃ ଖରାଦିନେ ଶରୀରରେ ଶୁଷ୍କତା ବଢ଼ିବା ସହ ଜଳୀୟ ଅଂଶ କମି ଯାଉଥିବାରୁ ଏହା ଘାତକ ସାବ୍ୟସ୍ତ ହୋଇଥାଏ । ଯାହାଫଳରେ ଏହା ଡିହାଇଡ୍ରେସନର କାରଣ ହୋଇ ଏହାସହ ଅତ୍ୟଧିକ ଖରା ମିଶିଗଲେ ଅଂଶୁଘାତ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଖରାଦିନେ ବିଶେଷକରି ବାହାର ଖାଦ୍ୟ ଓ ପାନୀୟ ଠାରୁ ଦୂରେଇ ରହିବା ଖୁବ ଭଲ । ଏହି ଦିନରେ ତୀବ୍ର ଖରା ହେତୁ ଲୋକମାନେ ଥଣ୍ଡା ପାଣି, ଥଣ୍ଡା ଖାଦ୍ୟ ଓ ବାହାର କୋଲଡ୍ରିଙ୍କସକୁ ଗୁରୁତ୍ୱ ଦେଇଥାନ୍ତି । ପ୍ରଚୁର ପରିମାଣରେ ବିଶୋଧିତ ପାଣି ପିଅନ୍ତୁ, ଆଖୁରସ, ପଇଡ଼ ପାଣି, ଶରୀର ପାଇଁ ଖୁବ ଭଲ । ଆପଣଙ୍କ ଖାଦ୍ୟ ତାଲିକାରେ ସବୁଜ ପନିପରିବା, ଶାଗ ଓ ସୁଷମ ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତୁ ।
ଖରାଦିନେ ଖାଦ୍ୟ ହଜମର ସମସ୍ୟା ରହୁଥିବାରୁ ଫାଷ୍ଟଫୁଡ ଖାଦ୍ୟ ଓ ଆମିଷ ଖାଦ୍ୟ ନଖାଇବା ଭଲ । କୌଣସି ପରିସ୍ଥିତିରେ କୌଣସି ପ୍ରକାରର ବି ନିଶାଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ । ଘରର ପରିବେଶକୁ ସ୍ୱାଭାବିକ ଥଣ୍ଡା ରଖିବା ପାଇଁ ପ୍ରାକୃତିକ ଶୀତଳ ପରିବେଶ ଖୁବ ଭଲ । ବେଣାଚେରର ବେଷ୍ଟନୀ ଭିତରେ ଘରର ଶୀତଳ ପରିବେଶ ସ୍ୱାସ୍ଥ୍ୟପଯୋଗୀ । ଖରାଦିନେ ଖୋଲା ପରିବେଶରେ ବିଶେଷକରି ନଦୀ ନାଳରେ ସ୍ନାନ କରିବା ପାଇଁ ଅନେକ ଆଗ୍ରହ ରଖିଥାନ୍ତି କିନ୍ତୁ ଏହି ସମୟରେ ଜଳସ୍ରୋତ ଓ ଆପଣଙ୍କ ସ୍ନାନ କରୁଥିବା ସ୍ଥାନର ଗଭୀରତାକୁ ଦେଖିବା କଥା କାରଣ ଅନେକ ସମୟରେ ପାଣିରେ ବୁଡ଼ି ଯିବାପରି ସମସ୍ୟା ଦେଖାଦେଇଥାଏ । ଏବେ ଖରାର ମାତ୍ରା ଯେଉଁପରି ଭାବେ ବଢ଼ୁଛି, ଟାଣ ଖରା ସମୟରେ ନିତ୍ୟାନ୍ତ କାମ ନଥିଲେ ବାହାରକୁ ବାହାରନ୍ତୁ ନାହିଁ । କୌଣସି ପରିସ୍ଥିତିରେ ଗୁଣିଗାରେଡ଼ି ବା ତୁଟୁକା ତୁଟୁକି ଚିକିତ୍ସ ଗ୍ରହଣ ନକରି ନିକଟସ୍ଥ ସରକାରୀ ଡାକ୍ତରଖାନାର ସୁଯୋଗ ନିଅନ୍ତୁ ।




