ମସ୍ତିଷ୍କାଘାତ

ମସ୍ତିଷ୍କାଘାତ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଖୁବ ଉପକାରୀ ଘିକୁଆଁରୀ

ମସ୍ତିଷ୍କାଘାତ ହେଉଛି ଏକ ପ୍ରକାରର ଷ୍ଟ୍ରୋକ୍। ଯେତେବେଳେ ମସ୍ତିଷ୍କ ଭିତରେ ଥିବା କୌଣସି ରକ୍ତ ନଳୀ ଫାଟିଯାଏ କିମ୍ବା ସେଥିରୁ ରକ୍ତ ସ୍ରାବ ହୋଇ ମସ୍ତିଷ୍କର କୋଷଗୁଡ଼ିକ ମଧ୍ୟରେ ଜମା ହୋଇଯାଏ ସେହିସମୟରେ ମସ୍ତିଷ୍କାଘାତ ହୋଇଥାଏ। ଏହା ଫଳରେ ମସ୍ତିଷ୍କର ସେହି ଅଂଶକୁ ଅମ୍ଳଜାନ ମିଳିବା ବନ୍ଦ ହୋଇଯାଏ ଏବଂ କୋଷଗୁଡ଼ିକ ନଷ୍ଟ ହେବାକୁ ଲାଗନ୍ତି।

ସମ୍ବନ୍ଧିତ ଖବର ଫ୍ଲୁ

କାରଣ

ସମ୍ବନ୍ଧିତ ଖବର ୨୮ ରେ ଜରାୟୁ କର୍କଟ ଟୀକା

ଉଚ୍ଚ ରକ୍ତଚାପ : ଏହା ମସ୍ତିଷ୍କାଘାତର ସବୁଠାରୁ ବଡ଼ କାରଣ। ଅଧିକ ରକ୍ତଚାପ ଯୋଗୁଁ ରକ୍ତ ନଳୀଗୁଡ଼ିକ ଦୁର୍ବଳ ହୋଇ ଫାଟିଯାଏ।

ମୁଣ୍ଡରେ ଆଘାତ : କୌଣସି ଦୁର୍ଘଟଣା ବା ପଡ଼ିଯିବା ଯୋଗୁଁ ମୁଣ୍ଡରେ ଶକ୍ତ ଆଘାତ ଲାଗିଲେ ରକ୍ତସ୍ରାବ ହୋଇଥାଏ। ଯାହା ମସ୍ତିଷ୍କାଘାତର କାରଣ ସାଜିଥାଏ ।

ମସ୍ତିଷ୍କ ଟ୍ୟୁମର୍ : ଟ୍ୟୁମର୍ ଯୋଗୁଁ ଆଖପାଖର ରକ୍ତ ନଳୀ ଉପରେ ଚାପ ପଡ଼ିଲେ ମଧ୍ୟ ରକ୍ତସ୍ରାବ ହୋଇପାରେଏବଂ ଏହା ମସ୍ତିଷ୍କାଘାତର କାରଣ ପାଲଟିଯାଇଥାଏ ।

ପ୍ରଭାବ

ଶରୀର ଉପରେ ଏହାର ଅତି ମାରାତ୍ମକ ପ୍ରଭାବ ପଡିଥାଏ । ଏହାର ପ୍ରଭାବରେ ଶରୀରର କୌଣସି ଏକ ପାର୍ଶ୍ୱ ଅଚଳ ହୋଇଯାଇଥାଏ । ଏହି କାରଣରୁ କଥା କହିବାରେ ଅସୁବିଧା ହେବା କିମ୍ବା ଆଖିକୁ ସଠିକ୍ ଭାବେ ଦେଖା ନଯିବା।କୌଣସି ଜିନିଷ ମନେ ରଖିବାରେ ବା ଚିହ୍ନିବାରେ କଷ୍ଟ ଅନୁଭବ ହେବା। ଅତ୍ୟଧିକ ରକ୍ତସ୍ରାବ ହେଲେ ରୋଗୀ ଅଚେତ ହୋଇ କୋମାକୁ ଯାଇପାରନ୍ତି। ଏହାର ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି ।

Tags: