ବର୍ଷାରେ ରୁହନ୍ତୁ ସୁସ୍ଥ

ବର୍ତ୍ତମାନ ବର୍ଷାଦିନ ଚାଲିଥିବାରୁ ବିଭିନ୍ନ ଜଳବାହିତ ରୋଗ ଦେଖିବାକୁ ମିଳିଥାଏ । ତେଣୁ ଏହି ଦିନେ ନିଜ ଦେହର ଯନି ଅଧିକ ନେବାକୁ ହୋଇଥାଏ । ଏହି ଦିନେ ଅନେକ ଜୀବାଣୁ ଖାଦ୍ୟ ହେଉ କିମ୍ବା ପାଣି ସାହାଯ୍ୟରେ ଆମ ଦେହକୁ ଯାଇଥାଆନ୍ତି । ଯାହାଫଳରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଯାହା ଜଳବାହିତ ହୋଇଥାଏ । ଡାଇରିଆ – ଏହା ବିଭିନ୍ନ ପ୍ରକାର […]

Samaya Live Picture
Published On

ବର୍ତ୍ତମାନ ବର୍ଷାଦିନ ଚାଲିଥିବାରୁ ବିଭିନ୍ନ ଜଳବାହିତ ରୋଗ ଦେଖିବାକୁ ମିଳିଥାଏ । ତେଣୁ ଏହି ଦିନେ ନିଜ ଦେହର ଯନି ଅଧିକ ନେବାକୁ ହୋଇଥାଏ । ଏହି ଦିନେ ଅନେକ ଜୀବାଣୁ ଖାଦ୍ୟ ହେଉ କିମ୍ବା ପାଣି ସାହାଯ୍ୟରେ ଆମ ଦେହକୁ ଯାଇଥାଆନ୍ତି । ଯାହାଫଳରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଯାହା ଜଳବାହିତ ହୋଇଥାଏ ।
ଡାଇରିଆ – ଏହା ବିଭିନ୍ନ ପ୍ରକାର ପାଥୋଜେନ୍‌ ଯେପରି ଇ କୋଲି, ଶିରେଲା ଓ ସାଲମୋନେଲା ଆଦି ଜରିଆରେ ବ୍ୟାପିଥାଏ । ଏହା ହେବା ଦ୍ୱାରା ରୋଗୀର ଡିହାଇଡ୍ରେସନ ସମସ୍ୟା ଦେଖିବାକୁ ମିଳିଥାଏ । ଏହା ସବୁବେଳେ ଦୂଷିତ ଜଳ ପିଇବା ଦ୍ୱାରା ବ୍ୟାପିଥାଏ ।
ଗିଆରଡିଆସିସ୍‌ – ଏହି ସଂକ୍ରମଣ ଗିଆରଡିଆ ଲାମ୍ବାଲିଆ ନାମକ ଏକ ପାରାସାଇଟ୍‌ କାରଣରୁ ବ୍ୟାପିଥାଏ । ଏହି ପାରାସାଇଟ୍‌ ଆମ ଶରୀରକୁ ଯିବା ଫଳରେ ଡାଇରିଆ, ତଳପେଟରେ ଯନ୍ତ୍ରଣା, ବାନ୍ତି ଆଦି ସମସ୍ୟା ଦେଖିବାକୁ ମିଳିଥାଏ ।
ହେପାଟାଇଟିସ୍‌ – ଏହା ଏକ ପ୍ରକାର ଭାଇରାଲ ସଂକ୍ରମଣ ଯାହା ଆମର ଲିଭରକୁ ପ୍ରଭାବିତ କରିଥାଏ । ଏହା ବିଶେଷଭାବେ ଦୂଷିତ ଖାଦ୍ୟ ଓ ଜଳ ସାହାଯ୍ୟରେ ବ୍ୟାପିଥାଏ ।
ଟାଇଫଏଡ୍‌ – ବର୍ଷାଦିନେ ସାଧାରଣତଃ ଟାଇଫଏଡ୍‌ ହେବାର ସମ୍ଭାବନା ବେଶି ରହିଥାଏ । ଏହା ସାଲମୋନେଲା ଟାଇଫି ବ୍ୟାକେଫରିଆ କାରଣରୁ ହୋଇଥାଏ । ଏହି ସଂକ୍ରମଣ କାରଣରୁ ଅଧିକ ଜ୍ୱର, ଦୁର୍ବଳତା ଓ ତଳପେଟରେ ଯନ୍ତ୍ରଣା ଦେଖିବାକୁ ମିଳିଥାଏ ।
କଲେରା – ଏହା ଏକ ପ୍ରକାର ବ୍ୟାକେଫରିଆଲ ସଂକ୍ରମଣ । ଏହା ଭିବ୍ରିଓ କୋଲେରା ବ୍ୟାକେଫରିଆ କାରଣରୁ ଆମକୁ ହୋଇଥାଏ । କଲେରା ସମସ୍ୟା ହେଲେ ଡାଇରିଆ, ଡିହାଇଡ୍ରେସନ ଆଦି ଦେଖିବାକୁ ମିଲିଥାଏ । ଏହା ବେଳେବେଳେ ଘାତକ ମଧ୍ୟ ସାଜିଥାଏ ।

Tags: