ମୌସୁମୀରେ ରୁହନ୍ତୁ ସୁସ୍ଥ

ସାରା ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଗରମରୁ ରକ୍ଷା ମିଳୁଥିବାରୁ ଏହା ସମସ୍ତଙ୍କୁ ଖୁସି ମଧ୍ୟ ଦେଇଥାଏ । ହେଲେ ମୌସୁମୀ ସହିତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସାଙ୍ଗରେ ଆସିଥାଏ । ଏହି ଦିନେ ବଡମାନଙ୍କ ସହ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ହୋଇଥାଏ । ଏହି ସମୟରେ ବିଭିନ୍ନ ପ୍ରକାରର ରୋଗ ଯେପରି ଥଣ୍ଡା, କାଶ, ସର୍ଦ୍ଦି ଆଦି ଲାଗି ରହିଥାଏ । ତେବେ ଏଭଳି କିଛି ଟି« […]

Samaya Live Picture
Published On

ସାରା ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଗରମରୁ ରକ୍ଷା ମିଳୁଥିବାରୁ ଏହା ସମସ୍ତଙ୍କୁ ଖୁସି ମଧ୍ୟ ଦେଇଥାଏ । ହେଲେ ମୌସୁମୀ ସହିତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସାଙ୍ଗରେ ଆସିଥାଏ । ଏହି ଦିନେ ବଡମାନଙ୍କ ସହ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ହୋଇଥାଏ । ଏହି ସମୟରେ ବିଭିନ୍ନ ପ୍ରକାରର ରୋଗ ଯେପରି ଥଣ୍ଡା, କାଶ, ସର୍ଦ୍ଦି ଆଦି ଲାଗି ରହିଥାଏ । ତେବେ ଏଭଳି କିଛି ଟି« ରହିଛି ଯାହାକୁ ଅନୁକରଣ କରି ଆପଣ ନିଜ ପିଲାଙ୍କର ଠିକ ଭାବେ କେୟାର ନେଇ ପାରିବେ । ଏହି ସମୟରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଥାଏ । ତେଣୁ ଏହି ସମୟରେ ଧ୍ୟାନ ରଖନ୍ତୁ ଯେପରି ପିଲାମାନେ ଏହି ପାଣି ସଂସ୍ପର୍ଶରେ ନ ଆସନ୍ତି । ଏହି ପାଣିକାରଣରୁ ସେମାନଙ୍କୁ ବିଭିନ୍ନ ସ୍କିନ୍‌ ଇନଫେକସନ୍‌ ହେବାର ଭୟ ରହିଥାଏ। ସବୁବେଳେ ସେମାନଙ୍କ ବାହାରକୁ ଛାଡିବା ସମୟରେ ଚପଲ ପିନ୍ଧାଇ ଛାଡନ୍ତୁ । ସେଥିପାଇଁ ରେନ୍‌ ବୁଟ୍‌ ବ୍ୟବହାର କରିପାରିବେ । ବର୍ଷା କାରଣରୁ ଏହି ସମୟରେ ମଶାଙ୍କର ସଂଖ୍ୟା ବଢିଥାଏ । ତେଣୁ ଘରେ ଥିବାବେଳେ ମଶାରୀ ଟାଣିବହାର ଅଭ୍ୟାସ କରନ୍ତୁ । ସେହିଭଳି ଏହି ସମୟରେ ପିଲାଙ୍କୁ ସଫାସୁତୁରା ରଖିବାକୁ ଚେଷ୍ଟା କରନ୍ତୁ । ସେହିଭଳି ସେମାନଙ୍କୁ ସବୁବେଳେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହି ସମୟରେ ପିଲାଙ୍କର ପେଟ ଖରାପ ହେବାର ସମ୍ଭାବନା ରହିଥାଏ । ତେଣୁ ସେମାନଙ୍କୁ ବାହାର ଖାଦ୍ୟ ନଦେଇ ଘରେ ରୋଷେଇ ହୋଇଥିବା ଖାଦ୍ୟ ଖାଇବାକୁ ଦିଅନ୍ତୁ । ସବୁବେଳେ ଡାକ୍ତରଙ୍କ ପରାମର୍ଶ ଅନୁସାରେ କିଛି ଔଷଧ ନିଜ ପାଖରେ ରଖନ୍ତୁ, ଯାହା ଦରକାର ସମୟରେ କାମରେ ଆସିବ ।

Tags: