ଛୋଟ ବଗିଚାର ଯତ୍ନ

ବଗିଚାକୁ ସଜାଡିବା ସମସ୍ତଙ୍କର ପସନ୍ଦର କାମ ହୋଇଥାଏ । ତେବେ ବର୍ତ୍ତମାନ ସମସ୍ତଙ୍କ ପାଖରେ ବଗିଚା କରିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ, ତେଣୁ ସମସ୍ତେ ଛୋଟଛୋଟ ବଗିଚା କରୁଥିବାର ଦେଖିବାକୁ ମିଳୁଛି । ତେବେ ଏହି ଛୋଟ ବଗିଚାକୁ ସଜାଡିବାର ଟ୍ରିକ୍‌ ରହୁଛି । କିଛି ଟ୍ରିକ୍‌କୁ ଆପଣାଇଲେ ଆପଣଙ୍କର ଛୋଟ ବଗିଚା ମଧ୍ୟ ବେଶ୍‌ ସୁନ୍ଦର ଓ ବଡ ଲାଗିବ । – ସବୁବେଳେ ଚେଷ୍ଟା କରନ୍ତୁ ବଗିଚାରେ କିଭଳି ଅଧିକ ଯାଗା ଖାଲି […]

Samaya Live Picture
Published On

ବଗିଚାକୁ ସଜାଡିବା ସମସ୍ତଙ୍କର ପସନ୍ଦର କାମ ହୋଇଥାଏ । ତେବେ ବର୍ତ୍ତମାନ ସମସ୍ତଙ୍କ ପାଖରେ ବଗିଚା କରିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ, ତେଣୁ ସମସ୍ତେ ଛୋଟଛୋଟ ବଗିଚା କରୁଥିବାର ଦେଖିବାକୁ ମିଳୁଛି । ତେବେ ଏହି ଛୋଟ ବଗିଚାକୁ ସଜାଡିବାର ଟ୍ରିକ୍‌ ରହୁଛି । କିଛି ଟ୍ରିକ୍‌କୁ ଆପଣାଇଲେ ଆପଣଙ୍କର ଛୋଟ ବଗିଚା ମଧ୍ୟ ବେଶ୍‌ ସୁନ୍ଦର ଓ ବଡ ଲାଗିବ ।
– ସବୁବେଳେ ଚେଷ୍ଟା କରନ୍ତୁ ବଗିଚାରେ କିଭଳି ଅଧିକ ଯାଗା ଖାଲି ରଖିହେବ। ତେଣୁ ଗଛ ଗୁଡିକୁ ଛୋଟ ପାତ୍ରରେ ଲଗାନ୍ତୁ । ସେହିଭଳି ହ୍ୟାଙ୍ଗିଙ୍ଗ୍‌ ପଟ୍‌ର ବ୍ୟବହାର ମଧ୍ୟ କରିପାରିବେ । ଯାହା ଦ୍ୱାରା ତଳେ ଅଧିକ ସ୍ପେସ୍‌ ଖାଲି ରହିବ । କେବଳ ବଗିଚାଟି ବଡ ଦେଖାଯିବ ତାହା ନୁହେଁ ବଗିଚାରେ ସହଜରେ ଚାଲିବୁଲି ମଧ୍ୟ ପାରିବେ ।
– ଛୋଟ ବଗିଚା ହୋଇଥିଲେ ଅଧିକ ଭେରାଇଟିର ଗଛ ଲଗାନ୍ତୁ । ସବୁ ଭେରାଇଟିରୁ ଗୋଟିଏ ଗୋଟିଏ ଲଗାଇପାରିବେ । ଏପରି କରିବା ଦ୍ୱାରା ଆପଣଙ୍କ ବଗିଚାରେ ମଲଫିକଲର ଭରପୂର ହୋଇ ପାରିବ, ଯାହା ଦ୍ୱାରା ବଗିଚାଟି ବେଶ୍‌ ସୁନ୍ଦର ସହିତ ବଡ ମଧ୍ୟ ଦେଖାଯିବ ।
– ସମସ୍ତେ ଚାହାନ୍ତି ବଗିଚାରେ କିଛି ସମୟ ବସିବା ପାଇଁ । ତେବେ ଆପଣଙ୍କ ବଗିଚା ଛୋଟ ତେଣୁ ଏଭଳି ଚେୟାର ଚୁଜ୍‌ କରନ୍ତୁ, ଯେପରି ଏହାକୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ହେଉଥିବ । ଯାହାଫଳରେ ଏହି ଚେୟାରକୁ ଆପଣ ନିଜ ହିସାବରେ ବ୍ୟବହାର କରିପାରିବେ । ସେହିଭଳି ଏହି ଚେୟାରକୁ ସବୁବେଳେ ହାଲୁକା ରଖନ୍ତୁ, ଯେପରି ଏହାକୁ ନବାଆଣିବାରେ ଆପଣଙ୍କୁ କଷ୍ଟ ହେବ ନାହିଁ ।

Tags: