ସ୍ଲିପ୍ ସିଣ୍ଡ୍ରୋମ
ନିଦ ପୂରା ନହେଲେ ସାରା ଦିନଟି ଯେପରି ନଷ୍ଟ ହୋଇଯାଏ । ନିଦର ଆବଶ୍ୟକତା ମଣିଷ ଜୀବନରେ ଖୁବ ଅଧିକ । ଗୋଟିଏ ସୁସ୍ଥ ଜୀବନ ପାଇଁ ନିଦର ଗୁରୁତ୍ୱତା ସବୁଠାରୁ ଆଗରେ ରହିଥାଏ । ଆସନ୍ତୁ ଜାଣିବା ନିଦ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।ଏକ ସୁସ୍ଥ ଜୀବନ ପାଇଁ ନିଦ ବେଶି ଦରକାରୀ ହୋଇଥାଏ । ଏପରିକି ଜଣେ ମଣିଷକୁ ବଞ୍ଚିବାକୁ ହେଲେ ତାକୁ ନିହାତି ଶୋଇବା ଦରକାର । ଆମର ଯେପରି ଖାଦ୍ୟ […]
ନିଦ ପୂରା ନହେଲେ ସାରା ଦିନଟି ଯେପରି ନଷ୍ଟ ହୋଇଯାଏ । ନିଦର ଆବଶ୍ୟକତା ମଣିଷ ଜୀବନରେ ଖୁବ ଅଧିକ । ଗୋଟିଏ ସୁସ୍ଥ ଜୀବନ ପାଇଁ ନିଦର ଗୁରୁତ୍ୱତା ସବୁଠାରୁ ଆଗରେ ରହିଥାଏ । ଆସନ୍ତୁ ଜାଣିବା ନିଦ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।ଏକ ସୁସ୍ଥ ଜୀବନ ପାଇଁ ନିଦ ବେଶି ଦରକାରୀ ହୋଇଥାଏ । ଏପରିକି ଜଣେ ମଣିଷକୁ ବଞ୍ଚିବାକୁ ହେଲେ ତାକୁ ନିହାତି ଶୋଇବା ଦରକାର । ଆମର ଯେପରି ଖାଦ୍ୟ ଓ ପାଣି ଦରକାର ହୋଇଥାଏ, ସେହିପରି ନିଦର ଆବଶ୍ୟକତା ମଧ୍ୟ ଅଧିକ ରହିଛି । ରିପୋର୍ଟ ଅନୁସାରେ ଆମେ ଆମ ଜୀବନର ଏକତୃତୀୟାଂଶ ଶୋଇବାରେ କାଟି ଥାଉ, ଯାହା ଉପକାରୀ ମଧ୍ୟ । ତେବେ ଅଧିକ ଶୋଇବା ମଧ୍ୟ ହାନିକାରକ । ଆମେ ଶୋଉଥିବା ବେଳେ ଆମ ଶରୀରରେ ଅନେକ ପ୍ରକାରର ବାୟୋଲୋଜିକାଲ ପ୍ରକ୍ରିୟା ହୋଇଥାଏ , ଯାହା ଆମ ପାଇଁ ବିଶେଷ ଉପକାରୀ ହୋଇଥାଏ । ସେହିଭଳି କିଛି ସମସ୍ୟା ରହିଛି ଯାହା ନିଦର ସମୟକୁ ନେଇ ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ ଗୋଟିଏ ହେଲା ସଟର ସ୍ଲିପ୍ ସିଣ୍ଡ୍ରୋମ ।
ସଟର ସ୍ଲିପ୍ ସିଣ୍ଡ୍ରୋମ ବା ଏସ୍ଏସ୍ଏସ୍ ଏପରି ଏକ ସମସ୍ୟା ଯାହା ହେବା ଦ୍ୱାରା ଜଣେ ବ୍ୟକ୍ତି ୬ଘଣ୍ଟାରୁ କମ ଶୋଇଥାଏ । ଯଦିଓ ସେମାନଙ୍କ ପାଖେ ପର୍ଯ୍ୟାପ୍ତ ସମୟ ଥାଏ ଶୋଇବାକୁ ହେଲେ କୌଣସି କାରଣରୁ ସେ ଶୋଇପାରି ନଥାନ୍ତି । ଗୋଟିଏ ପ୍ରାପ୍ତ ବୟସ୍କ ପାଇଁ ୬ରୁ ସାତ ଘଣ୍ଟା ଶୋଇବା ନିତାନ୍ତ ଆବଶ୍ୟକ ହୋଇଥାଏ । ହେଲେ ଏସ୍ଏସ୍ଏସ୍ ସମସ୍ୟା ଥିବା ଲୋକଙ୍କୁ ନିଦ ହୋଇ ନଥାଏ । ଏପରିକି ସେମାନଙ୍କ ପାଖରେ ସମୟ ଥିଲେ ମଧ୍ୟ ସେମାନେ ଶୋଇ ନଥାନ୍ତି । କେତେକଙ୍କ କ୍ଷେତ୍ରରେ ଏହା ଜିନ୍ଗତ ହୋଇଥିବାବେଳେ କେତେକଙ୍କ କ୍ଷେତ୍ରରେ ଲାଇଫ୍ଷ୍ଟାଇଲ କାରଣରୁ ଡେଭଲପ୍ ହୋଇଥାଏ । ଏହା ଏକ ପ୍ରକାରର ଜିନ୍ ମୁ୍ୟଟେସନ କାରଣରୁ ହେଉଥିବା ଷ୍ଟଡି ରିପୋର୍ଟରୁ ଜଣା ପଡିଛି । ତେବେ ଏହା ଖୁବ କମ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ । ଏହି ସମସ୍ୟା ବେଶି ଦିନ ଧରି ଆମ ଶରୀରରେ ରହିବା ଫଳରେ ହୃଦଘାତ, କାର୍ଡିଓଭସ୍କୁଲାର ସମସ୍ୟା, ଟାଇପ୍ ୨ ଡାଇବେଟିସ୍ ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଯଦି କେଉଁ ବ୍ୟକ୍ତିଙ୍କ ପାଖରେ ଏଭଳି କୌଣସି ନିଦ୍ରା ଜନିତ ସମସ୍ୟା ଦେଖିବାକୁ ମିଳୁଛି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।




