ସ୍ଲିପ୍‌ ପାରାଲିସିସ୍‌

ବେଳେବେଳେ ରାତିରେ ଶୋଇଥିବାବେଳେ ଆମର ନିଦ ଭାଙ୍ଗିଯାଏ, କିନ୍ତୁ ଶରୀରରେ ଜୀବନ ନଥିବା ଭଳି ଲାଗେ । ଏହି ସମୟରେ ନିଦ୍ରାରେ ଥାଇ ମଧ୍ୟ ଆମେ ଚଳପ୍ରଚଳ କରିବାରେ ଅସମର୍ଥ ଅନୁଭବ କରିଥାଉ । ଚିଲାଇବାକ ଚାହିଁଥାଉ, ହେଲେ ଚିଲାଇ ପାରିନଥାଉ । ଏଭଳି ଅନେକ ଲୋକଙ୍କ ସହିତ ହୋଇଥାଏ । ମସ୍ତିଷ୍କ କାର୍ଯ୍ୟ କରିଥାଏ ହେଲେ ଶରୀରରେ କୌଣସି ପ୍ରକାରର ଗତିବିଧି ହୋଇନଥାଏ । ଏହି ଅବସ୍ଥାକୁ ସ୍ଲିପ୍‌ ପାରାଲିସିସ୍‌ କୁହାଯାଏ । ଏଭଳି ସମୟରେ […]

Samaya Live Picture
Published On

ବେଳେବେଳେ ରାତିରେ ଶୋଇଥିବାବେଳେ ଆମର ନିଦ ଭାଙ୍ଗିଯାଏ, କିନ୍ତୁ ଶରୀରରେ ଜୀବନ ନଥିବା ଭଳି ଲାଗେ । ଏହି ସମୟରେ ନିଦ୍ରାରେ ଥାଇ ମଧ୍ୟ ଆମେ ଚଳପ୍ରଚଳ କରିବାରେ ଅସମର୍ଥ ଅନୁଭବ କରିଥାଉ । ଚିଲାଇବାକ ଚାହିଁଥାଉ, ହେଲେ ଚିଲାଇ ପାରିନଥାଉ । ଏଭଳି ଅନେକ ଲୋକଙ୍କ ସହିତ ହୋଇଥାଏ । ମସ୍ତିଷ୍କ କାର୍ଯ୍ୟ କରିଥାଏ ହେଲେ ଶରୀରରେ କୌଣସି ପ୍ରକାରର ଗତିବିଧି ହୋଇନଥାଏ । ଏହି ଅବସ୍ଥାକୁ ସ୍ଲିପ୍‌ ପାରାଲିସିସ୍‌ କୁହାଯାଏ । ଏଭଳି ସମୟରେ ଆମେ କିଛି ଭୟଙ୍କର ସ୍ୱପ୍ନ ଦେଖିଥାଉ, ଯେଉଁଥିପାଇଁ ଆମ ସହିତ ଏଭଳି ହୋଇଥାଏ ବୋଲି କୁହାଯାଏ । ସାଧାରଣତଃ ଆମେ ନନ୍‌ ରାପିଡ୍‌ ଆଇ ମୁଭ୍‌ମେଣ୍ଟ ଏବଂ ରାପିଡ୍‌ ଆଇ ମୁଭ୍‌ମେଣ୍ଟ ଆଦି ଦୁଇଟି ପର୍ଯ୍ୟାୟରେ ଶୋଇଥାଉ । ରାପିଡ୍‌ ଆଇ ମୁଭ୍‌ମେଣ୍ଟରେ ଗଭୀର ନିଦରେ ରହିଥିବାବେଳେ ଆମ ଆଖି ବନ୍ଦ ଥାଇ ମଧ୍ୟ ଜୋର୍‌ ଜୋର୍‌ରେ ମୁଭ୍‌ମେଣ୍ଟ କରିଥାଏ । ଏଭଳି ସ୍ଥିତିରେ ଅନେକ ଥର କିଛି ସେକେଣ୍ଡ୍‌ ପାଇଁ ଆମ ନିଦ ଭାଙ୍ଗିଯାଏ, ହେଲେ ଶରୀର ରିଲାକ୍ସ ହୋଇଥାଏ । ଅନେକ ଥର ଲୋକେ ଏହି ସମୟରେ ମତିଭ୍ରମ କିମ୍ବା ହେଲୁସିନେସନ୍‌ର ଶିକାର ହୋଇଥାଆନ୍ତି ଏବଂ ଭୂତ ଦେଖିଛନ୍ତି ବୋଲି କୁହନ୍ତି । ସ୍ଲିପ୍‌ ପାରାଲିସିସ୍‌କୁ ନାର୍କୋଲେ«ି ବୋଲି ମଧ୍ୟ କୁହାଯାଏ । ବୈଜ୍ଞାନିକମାନେ ଏହାକୁ ବଂଶଗତ ରୋଗ ବୋଲି କୁହନ୍ତି । ତେବେ ଅନେକ ଗବେଷଣାରେ ସୋସିଆଲ୍‌ ଆଙ୍ଗ୍‌ଜାଇଟି ତଥା ପାନିକ୍‌ ଡିସ୍‌ଅର୍ଡରକୁ ସ୍ଲିପ୍‌ ପାରାଲିସିସ୍‌ ସହିତ ତୁଳନା କରାଯାଇଛି ।
କାରଣ
ନିଦର ଅଭାବ
ଶୋଇବା ସମୟରେ ପରିବର୍ତ୍ତନ
ଅବସାଦ କିମ୍ବା ବାଇପୋଲାର୍‌ ଡିସ୍‌ଅର୍ଡର ଭଳି ମାନସିକ ସ୍ଥିତି
ଚିତ୍‌ ହୋଇ ଶୋଇବା
କୌଣସି ଜିନିଷର ଅପବ୍ୟବହାର
ନିରାକରଣ
ନିଦ ପୂରା କରନ୍ତୁ ।
ଶୋଇବା ପାଇଁ ନିର୍ଦ୍ଦିଷ୍ଟ ଟାଇମ୍‌ଟେବଲ୍‌ କରନ୍ତୁ ।
ଅବସାଦ ଦୂରେଇବା ପାଇଁ ନିୟମିତ ଯୋଗ କରନ୍ତୁ ।
କୌଣସି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଶୋଇବା ପୋଜିସନ୍‌ ବଦଳାଇବା ପାଇଁ ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ ।

Tags: