ଚର୍ମ ସଂକ୍ରମଣ
ଆଜିକାଲି ନିଜର ସ୍କିନ୍କୁ ନେଇ ସମସ୍ତେ ବିଶେଷ ଯନିବାନ ହେଉଛନ୍ତି । ତେବେ ଆମର ଲାଇଫ୍ ଷ୍ଟାଇଲ୍, ଖାଦ୍ୟପେୟ କାରଣରୁ ବିଭିନ୍ନ ଚର୍ମ ରୋଗ ଦେଖିବାକୁ ମିଳୁଛି । ଯାହା ବିଷୟରେ ଅବଗତ ହେବାର ଆବଶ୍ୟକତା ରହିଛି । ବ୍ରଣ ବିଭିନ୍ନ ଚର୍ମ ରୋଗ ମଧ୍ୟରେ ବ୍ରଣ ବେଶ୍ ସାଧାରଣ । ଏହା ସାଧାରଣତଃ ମୁହଁ, ବେକ, କାନ୍ଧ ଆଦିରେ ଦେଖିବାକୁ ମିଳିଥାଏ । ହେଲେ ଅଧିକ ମୁହଁରେ ହୋଇଥାଏ । ଯଦି ଆମେ ବ୍ରଣକୁ ଅଧିକ […]
ଆଜିକାଲି ନିଜର ସ୍କିନ୍କୁ ନେଇ ସମସ୍ତେ ବିଶେଷ ଯନିବାନ ହେଉଛନ୍ତି । ତେବେ ଆମର ଲାଇଫ୍ ଷ୍ଟାଇଲ୍, ଖାଦ୍ୟପେୟ କାରଣରୁ ବିଭିନ୍ନ ଚର୍ମ ରୋଗ ଦେଖିବାକୁ ମିଳୁଛି । ଯାହା ବିଷୟରେ ଅବଗତ ହେବାର ଆବଶ୍ୟକତା ରହିଛି ।
ବ୍ରଣ
ବିଭିନ୍ନ ଚର୍ମ ରୋଗ ମଧ୍ୟରେ ବ୍ରଣ ବେଶ୍ ସାଧାରଣ । ଏହା ସାଧାରଣତଃ ମୁହଁ, ବେକ, କାନ୍ଧ ଆଦିରେ ଦେଖିବାକୁ ମିଳିଥାଏ । ହେଲେ ଅଧିକ ମୁହଁରେ ହୋଇଥାଏ । ଯଦି ଆମେ ବ୍ରଣକୁ ଅଧିକ ଦିନ କୌଣସି ଚିକିତ୍ସା ନ କରି ରଖିବା ତେବେ ଏହା ସ୍କିନ୍କୁ କଳା ପକାଇବାର ସମ୍ଭାବନା ରହିଛି । ତେଣୁ ଯଦି କୌଣସି କାରଣରୁ ଆପଣଙ୍କର ମୁହଁରେ ଅତ୍ୟଧୀକ ବ୍ରଣ ହେଉଛି ତାହେଲେ ତୁରନ୍ତ ଚର୍ମ ବିଶେଷଜ୍ଞଙ୍କର ପରାମର୍ଶ ନିଅନ୍ତୁ ।
କୋଲଡ ସୋର
ଏହି ସମସ୍ୟାରେ ଆମର ପାଟି ପାଖରେ ଛୋଟଛୋଟ ଫୋଟକା ହୋଇଥାଏ । ଏହି ଫୋଟକା ଗୁଡିକ ଲାଲ ଦେଖାଯାଉଥିବାବେଳେ ଏହା ଭିତରେ ପାଣି ଭଳି ତରଳ ଭରି ରହିଥାଏ । ଏହା ହୋଇଥିବା ସ୍ଥାନରେ ପୋଡାଜଳା ଅନୁଭବ ହୋଇଥାଏ । ସେହିଭଳି ଏହା ହେବା ଦ୍ୱାରା ଜ୍ୱର ହେବାର ସମ୍ଭାବନା ରହିଥାଏ । ଏହାର ପ୍ରଭାବ ସ୍କିନ୍ର କଲର ଉପରେ ମଧ୍ୟ ନିର୍ଭର କରିଥାଏ ।
ବ୍ଲିଷ୍ଟର
ବ୍ଲିଷ୍ଟର ମଧ୍ୟ ବ୍ରଣ ଭଳି ହୋଇଥାଏ, ହେଲେ ଏହି ଫୋଟକା ଗୁଡିକରେ ପାଣି ଭଳି ତରଳ ଭରି ରହିଥାଏ । ଏହାର ସାଇଜ୍ ଏକ ସେଣ୍ଟିମିଟରରୁ ଅଧିକ ହୋଇଥାଏ । କେତେକଙ୍କ କ୍ଷେତ୍ରରେ ଏହାର ସଂଖ୍ୟା ଗୋଟିଏ ରହିଥିବାବେଳେ କେତେକଙ୍କ ଚର୍ମରେ ଏହାର ସଂଖ୍ୟା ଖୁବ ଅଧିକ ଥାଏ । ସେହିଭଳି ବ୍ଲିଷ୍ଟର ଶରୀରର କେଉଁ ସ୍ଥାନରେ ବି ହୋଇପାରିବ । ଯଦି ସ୍କିନ୍ରେ ଅଧିକ ସଂଖ୍ୟାରେ ବ୍ଲିଷ୍ଟର ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ହାଇଭ୍ସ
ବେଳେବେଳେ ସ୍କିନ୍ରେ ଲାଲ ଲାଲ ହୋଇ ପ୍ୟାଚ୍ ସୃଷ୍ଟି ହୋଇଥାଏ । ଏହା କୁଣ୍ଡେଇ ହେବାସହିତ ଛୁଇଁଲେ କଷ୍ଟ ହୋଇଥାଏ । ସେହିଭଳି ଏହାର ଆକାର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । କେତେବେଳେ ରାଉଣ୍ଡ, ରିଙ୍ଗ୍ କିମ୍ବା ର୍ୟାଣ୍ଡମ୍ ହୋଇଥାଏ ।
ରୋସାସିଆ
ଏହା ଏକ ପ୍ରକାର କ୍ରୋନିକ୍ ସ୍କିନ୍ ଡିଜିଜ୍ ଯାହା ଏକ ପ୍ରକାର ସାଇକେଲକୁ ଫଲୋ କରିଥାଏ । ଯେଉଁ ସାଇକେଲରେ ଏହା ଥରେ ହୋଇ ଭଲ ହୋଇ ପୁଣି ପୁନର୍ବାର ହୋଇଥାଏ । ତେବେ ଏହାର ପ୍ରାଥମିକ କାରଣ ଭାବେ ସ୍ପାଇସ୍ ଫୁଡ, ଷ୍ଟ୍ରେସ, ଅତ୍ୟଧୀକ ଖରାକୁ ଧରାଯାଇଥାଏ । ଏହା ହେବା ଫଳରେ ସ୍କିନ୍ ଡ୍ରାଏନେସ୍, ସ୍କିନ୍ ସେନ୍ସଟିଭିଟି ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ ।




