ସାଇନସ୍‌ ଇନ୍‌ଫେକସନ୍‌

ସାଇନୁସାଇଟିସ୍ ହେଉଛି ସାଇନସ୍ ରେ ଥିବା ଟିସୁର ପ୍ରଦାହ ( କପାଳ, ଗାଲ ଏବଂ ନାକ ବାୟୁରେ ପରିପୂର୍ଣ୍ଣ ହେବା ) ଏହା ମୁହଁର ଯନ୍ତ୍ରଣା, ଷ୍ଟଫ୍ କିମ୍ବା ନାକ, ଏବଂ ବେଳେବେଳେ ଜ୍ୱର ଏବଂ ଅନ୍ୟାନ୍ୟ ଲକ୍ଷଣ ସୃଷ୍ଟି କରେ |ଏହା ସାଧାରଣତଃ ଥଣ୍ଡାକୁ ବଢ଼ାଇଥାଏ I ଋତୁ ପରିବର୍ତ୍ତନ କାରଣରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଏହି ତାଲିକାରେ ଥଣ୍ଡା, ଜ୍ୱର ଭଳି ଅନେକ ରୋଗ ସାମିଲ ଅଛି । ସେଥିମଧ୍ୟରୁ […]

Samaya Live Picture
Published On

ସାଇନୁସାଇଟିସ୍ ହେଉଛି ସାଇନସ୍ ରେ ଥିବା ଟିସୁର ପ୍ରଦାହ ( କପାଳ, ଗାଲ ଏବଂ ନାକ ବାୟୁରେ ପରିପୂର୍ଣ୍ଣ ହେବା ) ଏହା ମୁହଁର ଯନ୍ତ୍ରଣା, ଷ୍ଟଫ୍ କିମ୍ବା ନାକ, ଏବଂ ବେଳେବେଳେ ଜ୍ୱର ଏବଂ ଅନ୍ୟାନ୍ୟ ଲକ୍ଷଣ ସୃଷ୍ଟି କରେ |ଏହା ସାଧାରଣତଃ ଥଣ୍ଡାକୁ ବଢ଼ାଇଥାଏ I ଋତୁ ପରିବର୍ତ୍ତନ କାରଣରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଏହି ତାଲିକାରେ ଥଣ୍ଡା, ଜ୍ୱର ଭଳି ଅନେକ ରୋଗ ସାମିଲ ଅଛି । ସେଥିମଧ୍ୟରୁ ଗୋଟିଏ ହେଲା ସାଇନସ୍‌ ଇନ୍‌ଫେକସନ୍‌ । ଏହି ସମସ୍ୟା ପାଣିପାଗରେ ଘଟୁଥିବା ପରିବର୍ତ୍ତନ କାରଣରୁ ହୋଇଥାଏ । ଯେତେବେଳେ ଶିଶୁଟିର ବୟସ ବୃଦ୍ଧି ପାଏ, ସେତେବେଳେ ତାହାର ଶରୀରରେ ଅନେକ ପରିବର୍ତ୍ତନ ଆସେ । ଯେପରି ନାକର ହାଡ ବଢିବାକୁ ଆରମ୍ଭ କରିଥାଏ । ଏହା ଦ୍ୱାରା ବେଳେବେଳେ ନାକର ଉପରି ଭାଗରେ ଯନ୍ତ୍ରଣା ହୁଏ । ଏହାର ପ୍ରଭାବରେ ଥଣ୍ଡା ହେବା ଓ ମୁଣ୍ଡବିନ୍ଧା ଭଳି ସମସ୍ୟା ହୋଇଥାଏ । ଏହାକୁ ଡାକ୍ତରୀଭାଷାରେ ସାଇନସ୍‌ ଇନ୍‌ଫେସନ୍‌ ବା ସାଇନୋସାଇଟିସ୍‌ କୁହାଯାଏ । ତେବେ ଯଦି ଆପଣ ଏଭଳି ଲକ୍ଷଣ ନିଜ ପାଖରେ ଦେଖୁଛନ୍ତି ତେବେ ଯଥା ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହା କମରୁ ଆରମ୍ଭ ହୋଇ ଗୁରୁତର ହେବାର ସମ୍ଭାବନା ରହିଛି । ତେବେ ଏହାର କେତୋଟି ଘରୋଇ ଉପଚାର ମଧ୍ୟ ରହିଛ, ଯାହା ଦ୍ୱାରା କିଛି ଉପଶମ ମିଳିଥାଏ । ତେବେ ଏହି ଘରୋଇ ଉପଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

– ରସୁଣର ବ୍ୟବହାର : ରସୁଣରେ ଥିବା ଏଲିସିନ୍‌ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରି ଓ ଆଣ୍ଟିବ୍ୟାକେଫରିଆଲ୍‌ ଗୁଣ ଏହି ସମସ୍ୟା ପାଇଁ ଉପକାରୀ ହୋଇଥାଏ । ତେଣୁ ସବୁଦିନ ଖାଇବା ସମୟରେ ରସୁଣ ଖାଆନ୍ତୁ ଏହା ଲାଭଦାୟକ ହୋଇଥାଏ । ସେହିପରି ରସୁଣ ଓ ସୋରିଷତେଲ ମିଶ୍ରଣକୁ ନଖ ଉଷୁମକରି ମାଲିସ କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ । ରସୁଣ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ତେଣୁ ସାଇନସ୍‌ ପାଇଁ ରସୁଣ ହିତକର ।

– ଅଦା ଏବଂ ମହୁର ବ୍ୟବହାର : ସାଧାରଣତଃ ଥଣ୍ଡା ହେଲେ ଅଦା ମହୁ ଖିଆଯାଇଥାଏ । ଅଦା ଓ ମହୁ ଏକ ପ୍ରକାର ପ୍ରାକୃତିକ ଆଣ୍ଟିବାୟୋଟିକ୍‌ । ଏହା ବିଭିନ୍ନ ରୋଗ ସହ ଲଢିବାରେ ସାହାଯ୍ୟ କରେ । ସାଧାରଣତଃ ସାଇନସ୍‌ ଇନ୍‌ଫେକ୍ସସନ୍‌ ରୋଗୀଙ୍କ କ୍ଷେତ୍ରରେ ଶ୍ୱାସନଳୀ ଫୁଲି ଯିବାର ଭୟ ରହିଥାଏ । ଯାହାଦ୍ୱାରା ଶ୍ୱାସକ୍ରିୟାରେ ରୋଗୀକୁ ଅସୁବିଧା ହୋଇଥାଏ । ଏହି କ୍ଷେତ୍ରରେ ଅଦା ଓ ମହୁ ଖାଇବା ଶରୀର ପାଇ ଲାଭଦାୟକ ହୋଇଥାଏ । ଏହା ଆମର ଥଣ୍ଡାକୁ କମାଇବାରେ ସାହାଯ୍ୟ କରିଥାଏ, ଯାହା ଫଳରେ ଆମକୁ ଆରାମ ମିଳିଥାଏ ।

Tags: