ଦୌଡ଼ିବା ପରର ଉପାୟ
ଆଜିର ସମୟରେ ନିଜକୁ ଫିଟ୍ ରଖିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ବ୍ୟାୟାମ, ଯୋଗ କରିବା ସହ ଦୌଡ଼ୁଛନ୍ତି । ହେଲେ କିଛି ଲୋକ ଅଭିଯୋଗ କରୁଛନ୍ତି ଯେ ନିୟମିତ ଦୌଡ଼ିବା ପରେ ବି ତାଙ୍କୁ କିଛି ଲାଭ ମିଳୁନାହିିଁ । ଏହା ପଛରେ ରହିଛି କିଛି ଅଜଣା କଥା । ବିଶେଷଜ୍ଞଙ୍କ ଅନୁଯାୟୀ ଦୌଡ଼ିବା ପରେ ସାମାନ୍ୟ ଭୁଲ ହିଁ କିଛି ଲାଭ ଦେଇନଥାଏ । ତେଣୁ ଦୌଡ଼ିବା ପରେ କ’ଣ କରିବା ଉଚିତ୍, ତାହା […]
ଆଜିର ସମୟରେ ନିଜକୁ ଫିଟ୍ ରଖିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ବ୍ୟାୟାମ, ଯୋଗ କରିବା ସହ ଦୌଡ଼ୁଛନ୍ତି । ହେଲେ କିଛି ଲୋକ ଅଭିଯୋଗ କରୁଛନ୍ତି ଯେ ନିୟମିତ ଦୌଡ଼ିବା ପରେ ବି ତାଙ୍କୁ କିଛି ଲାଭ ମିଳୁନାହିିଁ । ଏହା ପଛରେ ରହିଛି କିଛି ଅଜଣା କଥା । ବିଶେଷଜ୍ଞଙ୍କ ଅନୁଯାୟୀ ଦୌଡ଼ିବା ପରେ ସାମାନ୍ୟ ଭୁଲ ହିଁ କିଛି ଲାଭ ଦେଇନଥାଏ । ତେଣୁ ଦୌଡ଼ିବା ପରେ କ’ଣ କରିବା ଉଚିତ୍, ତାହା ପ୍ରଥମେ ଜାଣିବା ଜରୁରୀ ।

– ସବୁବେଳେ ଲୋକମାନେ ଦୌଡ଼ିବା ପୂର୍ବରୁ ନିଜକୁ ୱାର୍ମ ଅପ୍ କରିଥାନ୍ତି କିନ୍ତୁ ଦୌଡ଼ିବା ପରେ ନିଜକୁ କୁଲ୍ ଡାଉନ୍ କରିବାକୁ ଭୁଲି ଯାଆନ୍ତି । ଯେଉଁଥିପାଇଁ ସବୁ ପରିଶ୍ରମ ବରବାଦ ହୋଇଯାଏ । ତେଣୁ ସର୍ବଦା ଦୌଡ଼ିବା ଅଚାନକ ଶେଷ ନକରି ଧୀରେଧୀରେ ନିଜକୁ କୁଲ୍ ଡାଉନ୍ କରିବାକୁ ଚେଷ୍ଟା କରନ୍ତୁ ।
– ଦୌଡ଼ ଶେଷ ପରେ ତୁରନ୍ତୁ ବେଡ୍ରେ ଯାଇ ପଡ଼ିଯାଆନ୍ତୁ ନାହିଁ । କିଛି ସମୟ ପର୍ଯ୍ୟନ୍ତ ଝାଳ ଏବଂ ବିଷାକ୍ତ ପଦାର୍ଥକୁ ଶରୀରରୁ ବାହାରିବାକୁ ଦିଅନ୍ତୁ । ଏହାପରେ ବିଶ୍ରାମ ନେଇପାରିବେ ।
![]()
-ଦୌଡ଼ ପରେ ଲୋକମାନେ କେବଳ ପାଣି କିମ୍ବା ଲେମ୍ବୁ ପାଣି ପିଇ କାମ ଚଳେଇ ଦିଅନ୍ତୁ । ମନେ ରଖନ୍ତୁ ନିଜକୁ ହାଇଡ୍ରେଟ୍ ରଖିବା ସହ ଶରୀରକୁ କିଛି ପୋଷକ ତତ୍ତ୍ୱ ମିଳିବା ଆବଶ୍ୟକ । ଏପରିସ୍ଥିତିରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ ।

– ଏଥିସହ ଦୌଡ଼ିବା ପରେ ତୁରନ୍ତୁ ପାଣି ପିଅନ୍ତୁ ନାହିଁ । ଏପରି କଲେ ବ୍ୟକ୍ତିକୁ ଦୌଡ଼ିବାର କିଛି ଫାଇଦା ମିଳିପାରିବ ନାହିଁ । ଏମିତିକି ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ ।




