ଶୀତରେ ରୁମ୍‍ ହିଟର ବ୍ୟବହାର କରୁଛନ୍ତି କି? ଜାଣି ରଖନ୍ତୁ ହୋଇପାରେ ଏହି ସବୁ ସମସ୍ୟା…

ସମୟ ଲାଇଭ୍‍,୧୯/୧୨: ଶୀତଦିନେ ଶୀତରୁ ରକ୍ଷା ପାଇବା ପାଇଁ ଆପଣ ରୁମ୍‍ ହିଟର ବ୍ୟବହାର କରିଥା’ନ୍ତି। କେହି କେହି ନିଆଁରେ ହାତପାଦ ସେକି ଥା’ନ୍ତି। ତେବେ ଏହାର କୁପ୍ରଭାବ ଆପଣ ଚର୍ମ ଓ ଆଖି ଉପରେ ପଡ଼ିଥାଏ। ଆପଣ ଶୀତରେ ନିୟମିତ ନିଆଁରେ ସେକି ହେଉଥିଲେ, ଆପଣଙ୍କ ତ୍ୱଚା ଶୁଷ୍କ ହେବାକୁ ଲାଗିଥାଏ। ଏହାଦ୍ୱାରା ହାତ ପାଦ ସହ ଗାଲ ଓ ଓଠ ମଧ୍ୟ ଫାଟିବା ଆରମ୍ଭ ହୋଇଥାଏ। ତେବେ କେତକ ସମୟରେ ନିଆଁ ପାଖରେ ବସିବା […]

Samaya Live Picture
Published On

ସମୟ ଲାଇଭ୍‍,୧୯/୧୨: ଶୀତଦିନେ ଶୀତରୁ ରକ୍ଷା ପାଇବା ପାଇଁ ଆପଣ ରୁମ୍‍ ହିଟର ବ୍ୟବହାର କରିଥା’ନ୍ତି। କେହି କେହି ନିଆଁରେ ହାତପାଦ ସେକି ଥା’ନ୍ତି। ତେବେ ଏହାର କୁପ୍ରଭାବ ଆପଣ ଚର୍ମ ଓ ଆଖି ଉପରେ ପଡ଼ିଥାଏ।
ଆପଣ ଶୀତରେ ନିୟମିତ ନିଆଁରେ ସେକି ହେଉଥିଲେ, ଆପଣଙ୍କ ତ୍ୱଚା ଶୁଷ୍କ ହେବାକୁ ଲାଗିଥାଏ। ଏହାଦ୍ୱାରା ହାତ ପାଦ ସହ ଗାଲ ଓ ଓଠ ମଧ୍ୟ ଫାଟିବା ଆରମ୍ଭ ହୋଇଥାଏ।
ତେବେ କେତକ ସମୟରେ ନିଆଁ ପାଖରେ ବସିବା ଦ୍ୱାରା କିମ୍ବା ରୁମ୍‍ ହିଟର ବ୍ୟବହାର କରିବାଦ୍ୱାରା ଶ୍ୱାସକ୍ରିୟାଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ।
ସେହିପରି ଏପରି ଅଭ୍ୟାସ ଆପଣଙ୍କ ଆଖି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଆଖି ପୋଡ଼ାଜଳା ହେବା ସହ ଆଖିରୁ ପାଣି ମଧ୍ୟ ବାହାରିଥାଏ।

Tags: