ରେଡ୍ ୱାଇନରେ କରୋନା ସଂକ୍ରମଣ ବିପଦ କମ୍
ଭୟଙ୍କର କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଗତ ଦୁଇ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ଖାଦ୍ୟପେୟ ସହ ଜଡ଼ିତ ଅନେକ ପରାମର୍ଶ ଦେଉଛନ୍ତି । ନିକଟରେ ଏକ ରିସର୍ଚ୍ଚରେ କୁହାଯାଇଛି ଯେ ଯେଉଁ ଲୋକ ଗୋଟିଏ ସପ୍ତାହରେ ୫ ଗ୍ଲାସ୍ କିମ୍ବା ତାଠାରୁ ଅଧିକ ରେଡ୍ ୱାଇନ୍ର ସେବନ କରନ୍ତି, ସେମାନଙ୍କଠାରେ ଭାଇରସ ଦ୍ୱାରା ସଂକ୍ରମିତ ହେବାର ବିପଦ ୧୭ ପ୍ରତିଶତ କମ୍ ହୋଇଯାଇଥାଏ । ଫ୍ରୋଣ୍ଟିୟର୍ସ ଇନ୍ ନୁ୍ୟଟ୍ରିସନ୍ ଜର୍ନଲରେ ଏହି ରିପୋର୍ଟ ପ୍ରକାଶ […]
ଭୟଙ୍କର କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଗତ ଦୁଇ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ଖାଦ୍ୟପେୟ ସହ ଜଡ଼ିତ ଅନେକ ପରାମର୍ଶ ଦେଉଛନ୍ତି । ନିକଟରେ ଏକ ରିସର୍ଚ୍ଚରେ କୁହାଯାଇଛି ଯେ ଯେଉଁ ଲୋକ ଗୋଟିଏ ସପ୍ତାହରେ ୫ ଗ୍ଲାସ୍ କିମ୍ବା ତାଠାରୁ ଅଧିକ ରେଡ୍ ୱାଇନ୍ର ସେବନ କରନ୍ତି, ସେମାନଙ୍କଠାରେ ଭାଇରସ ଦ୍ୱାରା ସଂକ୍ରମିତ ହେବାର ବିପଦ ୧୭ ପ୍ରତିଶତ କମ୍ ହୋଇଯାଇଥାଏ ।

ଫ୍ରୋଣ୍ଟିୟର୍ସ ଇନ୍ ନୁ୍ୟଟ୍ରିସନ୍ ଜର୍ନଲରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଏକ ବ୍ରିଟିଶ େୱବସାଇଟ୍ ଅନୁଯାୟୀ ଚୀନର ଶେନଝେନ୍ କାଙ୍ଗନିଙ୍ଗ ହସ୍ପିଟାଲରେ ବ୍ରିଟିଶ ନାଗରିକଙ୍କ ତଥ୍ୟକୁ ବିଶ୍ଲେଷଣ କରିବା ପରେ ଏହି ଅନୁସନ୍ଧାନ ପ୍ରସ୍ତୁତ କରାଯାଇଛି । ଏଥିରେ ବୈଜ୍ଞାନିକମାନେ ବ୍ରିଟେନବାସୀଙ୍କ ମାଦକ ଦ୍ରବ୍ୟ ସେବନ କରିବାର ଅଭ୍ୟାସ ଏବଂ କରୋନା ହିଷ୍ଟ୍ରିର ଅଧ୍ୟୟନ କରିଥିଲେ । ଅନୁସନ୍ଧାନକାରୀଙ୍କ କହିବା ଅନୁଯାୟୀ ରେଡ୍ ୱାଇନ୍ରେ ପାଲିଫେନାଲ ନାମକ ଏକ କମ୍ପାଉଡ୍ ରହିଛି, ଯାହା ଫ୍ଲì ଏବଂ ଅନ୍ୟ ଶ୍ୱାସଜନିତ ରୋଗଠୁ ଦୂରେଇ ରଖିବା ପାଇଁ ସାହାଯ୍ୟ କରିଥାଏ । ଏହି କାରଣରୁ ରେଡ୍ ୱାଇନ୍ ପିଇବା ଦ୍ୱାରା କରୋନା ସଂକ୍ରମିତ ହେବାର ଆଶଙ୍କା କମିଥାଏ ।
ବୈଜ୍ଞାନିକମାନେ ଆହୁରି ମଧ୍ୟ କହିଛନ୍ତି ଯେ ହ୍ୱାଇଟ୍ ୱାଇନ୍ ଏବଂ ସ୍ୟାମ୍ପେନ୍ ପରି ପାନୀୟ ମଧ୍ୟ ମନୁଷ୍ୟଙ୍କୁ କରୋନା ଭାଇରସରୁ ବଞ୍ଚାଇପାରିବ । ରିସର୍ଚ୍ଚ ଅନୁଯାୟୀ, ସପ୍ତାହରେ ୧ରୁ ୪ ଗ୍ଲାସ ପର୍ଯ୍ୟନ୍ତ ହ୍ୱାଇଟ୍ ୱାଇନ୍ କିମ୍ବା ସ୍ୟାମ୍ପେନ ପିଇଲେ, ସଂକ୍ରମିତ ହେବାର ଆଶଙ୍କା ୮ ପ୍ରତିଶତ କମ୍ ହୋଇଯାଏ ।

ଆହୁରି ମଧ୍ୟ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ଯେ ବିୟର୍ ଏବଂ ସାଇଡର୍ ପିଉଥିବା ବ୍ୟକ୍ତିଠାରେ କରୋନା ହେବାର ସମ୍ଭାବନା ପ୍ରାୟ ୨୮ପ୍ରତିଶତ ଅଧିକ ହୋଇଥାଏ । ଯଦି ଆପଣ ଏହି ପାନୀୟକୁ ସପ୍ତାହରେ ୫ ଗ୍ଲାସ କିମ୍ବା ତାଠାରୁ ଅଧିକ କରୁଛନ୍ତି, ତାହେଲେ ଏବେଠାରୁ ସାବଧାନ ରହିବା ଜରୁରୀ ।




