ବ୍ୟୟାମ ପରର ସ୍ଥିତି

ଅନେକ ସମୟରେ ଦେଖିବାକୁ ମିଳେ ଓ୍ୱାର୍କ ଆଉଟ୍‌ ବା ବ୍ୟାୟାମ ଆରମ୍ଭ କରିବା ସମୟରେ ଆମ ମାଂସପେଶୀ ଦରଜ ହୋଇଥାଏ । ଏହି ସମୟରେ କୌଣସି କାମ କରିବା ଆମ ପକ୍ଷେ କଷ୍ଟକର ହୋଇଥାଏ । ତେବେ ଏହି ଯନ୍ତ୍ରଣାର ଅର୍ଥ ଆମ ଓ୍ୱାର୍କ ଆଉଟ ସଠିକ୍‌ ଢଙ୍ଗରେ ଜାରି ରହିଛି । ଧୀରେଧୀରେ ମାଂସପେଶୀ କଠିନ ହେବା ଲାଗିଥାଏ । ସାଧାରଣତଃ ମାଂସପେଶୀମାନଙ୍କୁ ପରିଶ୍ରମର ଅଭ୍ୟାସ ନଥାଏ, ତେଣୁ ଓ୍ୱାର୍କଆଉଟ୍‌ ପରେ ଯନ୍ତ୍ରଣା ହୋଇଥାଏ । […]

ବ୍ୟୟାମ ପରର ସ୍ଥିତି
Samaya Live Picture
Published On

ଅନେକ ସମୟରେ ଦେଖିବାକୁ ମିଳେ ଓ୍ୱାର୍କ ଆଉଟ୍‌ ବା ବ୍ୟାୟାମ ଆରମ୍ଭ କରିବା ସମୟରେ ଆମ ମାଂସପେଶୀ ଦରଜ ହୋଇଥାଏ । ଏହି ସମୟରେ କୌଣସି କାମ କରିବା ଆମ ପକ୍ଷେ କଷ୍ଟକର ହୋଇଥାଏ । ତେବେ ଏହି ଯନ୍ତ୍ରଣାର ଅର୍ଥ ଆମ ଓ୍ୱାର୍କ ଆଉଟ ସଠିକ୍‌ ଢଙ୍ଗରେ ଜାରି ରହିଛି । ଧୀରେଧୀରେ ମାଂସପେଶୀ କଠିନ ହେବା ଲାଗିଥାଏ । ସାଧାରଣତଃ ମାଂସପେଶୀମାନଙ୍କୁ ପରିଶ୍ରମର ଅଭ୍ୟାସ ନଥାଏ, ତେଣୁ ଓ୍ୱାର୍କଆଉଟ୍‌ ପରେ ଯନ୍ତ୍ରଣା ହୋଇଥାଏ । ହେଲେ ଏହି ଦରଜ ଖୁବ କମ ସମୟ ପାଇଁ ରହିଥାଏ, କିନ୍ତୁ ଯଦି ଏହା ଅଧିକ ସମୟ ରହିଲା ତେବେ ଡାକ୍ତରଙ୍କ ପରାମର୍ଶର ଆବଶ୍ୟକତା ରହିଛି । ଯଦି ଆପଣ ଜିମ୍‌ ଯାଉଛନ୍ତି ତେବେ ଟ୍ରେନରଙ୍କ ସହ ଏହି ସମ୍ବନ୍ଧରେ ପରାମର୍ଶ ନେଇ ପାରିବେ, ଡାକ୍ତରଙ୍କ ପରାମର୍ଶ ମଧ୍ୟ ନିଅନ୍ତୁ । ତେବେ ଘରେ ହାଲୁକା ଗରମ ପାଣିରେ ସ୍ନାନ, ଅଧିକ ନିଦ, ଖାଇବା ପିଇବାର ଧ୍ୟାନ ରଖିବା ଫଳରେ ଏହି ଯନ୍ତ୍ରଣା କମ ହୋଇଥାଏ ।

Tags: