କ୍ରେଭିଂର ସକରାତ୍ମକ ଦିଗ
କ୍ରେଭିଂ ସମସ୍ତଙ୍କର ହୋଇଥାଏ । ଛୋଟ ହୁଅନ୍ତୁ କି ବଡ ସମସ୍ତଙ୍କୁ କ୍ରେଭିଂ ପାଇଁ ଭିନ୍ନଭିନ୍ନ ସମସ୍ୟାର ସାମନା କରିବାକୁ ପଡିଥାଏ । ତେବେ କ୍ରେଭିଂର ଯେ କେବଳ ଖରାପ ପ୍ରଭାବ ରହିଛି ତାହା ନୁହେଁ । କ୍ରେଭିଂକୁ ବୁଝି ଆମେ ଏହାର ଫାଇଦା ମଧ୍ୟ ପାଇପାରିବା । ଆସନ୍ତୁ ଜାଣିବା କିଭଳି କ୍ରେଭିଂକୁ ଆମେ ସକରାତ୍ମକ ଉପାୟରେ ଲଗାଇପାରିବା । କ୍ରେଭିଂକୁ ଯେ ସବୁବେଳେ ଆଭୋଏଡ୍ କରିବାକୁ ହୋଇଥାଏ ଏହା ଭାବିବା ଭୁଲ । କ୍ରେଭିଂ […]
କ୍ରେଭିଂ ସମସ୍ତଙ୍କର ହୋଇଥାଏ । ଛୋଟ ହୁଅନ୍ତୁ କି ବଡ ସମସ୍ତଙ୍କୁ କ୍ରେଭିଂ ପାଇଁ ଭିନ୍ନଭିନ୍ନ ସମସ୍ୟାର ସାମନା କରିବାକୁ ପଡିଥାଏ । ତେବେ କ୍ରେଭିଂର ଯେ କେବଳ ଖରାପ ପ୍ରଭାବ ରହିଛି ତାହା ନୁହେଁ । କ୍ରେଭିଂକୁ ବୁଝି ଆମେ ଏହାର ଫାଇଦା ମଧ୍ୟ ପାଇପାରିବା । ଆସନ୍ତୁ ଜାଣିବା କିଭଳି କ୍ରେଭିଂକୁ ଆମେ ସକରାତ୍ମକ ଉପାୟରେ ଲଗାଇପାରିବା । କ୍ରେଭିଂକୁ ଯେ ସବୁବେଳେ ଆଭୋଏଡ୍ କରିବାକୁ ହୋଇଥାଏ ଏହା ଭାବିବା ଭୁଲ । କ୍ରେଭିଂ ସାହାଯ୍ୟରେ ଆମେ ଆମ ଭିତରେ ଲୁଚି ରହିଥିବା ଇଚ୍ଛାକୁ ଜାଣିଥାଉ । ଏହା ଆମର ବଡିର ପଜିଟିଭ ସାଇଡ୍କୁ ଆଗକୁ ଆଣିଥାଏ, ସେହିଭଳି ଫୁଡ କ୍ରେଭିଂ ମାଧ୍ୟମରେ ଆମେ ନିଜ ବ୍ୟକ୍ତିତ୍ୱକୁ ନିଜେ ସମୀକ୍ଷା କରିପାରୁ । ଫୁଡ କ୍ରେଭିଂକୁ ପ୍ରଥମେ ଭଲ ଭାବେ ବୁଝନ୍ତୁ । ଆପଣଙ୍କ ଶରୀର କେଉଁ ଖାଦ୍ୟ ପାଇଁ ଆଗ୍ରହ ପ୍ରକାଶ କରୁଛି ଏହା ଜାଣିବାପରେ ଫୁଡ କ୍ରେଭିଂକୁ ବୁଝିବା ସହଜ ହୋଇଯାଏ । ତେଣୁ ଏହାକୁ ହଠାତ୍ ଆଭଏଡ ନକରି ବୁଝିବାକୁ ଚେଷ୍ଟା କରନ୍ତୁ । ଫୁଡ କ୍ରେଭିଂ ସାହାଯ୍ୟରେ ଆପଣ ନିଜ ଶରୀର ବିଷୟରେ ମଧ୍ୟ କିଛି ଅଜଣା କଥା ଜାଣିପାରିବେ । ସେହିଭଳି କ୍ରେଭିଂ ବିଷୟରେ ବୁଝି ଏହାକୁ ଧ୍ୟାନରେ ରଖି ଖାଦ୍ୟ ଖାଇଲେ ମାନସିକ ଶାନ୍ତି ମଧ୍ୟ ମିଳିଥାଏ । ତେଣୁ ସବୁବେଳେ ଫୁଡ କ୍ରେଭିଂକୁ ନକରାତ୍ମକ ଢଙ୍ଗରେ ନଦେଖି ଏହାର ସକରାତ୍ମକ ଦିଗରେ ମଧ୍ୟ ଧ୍ୟାନ ଦିଅନ୍ତୁ । ହେଲେ ଯଦି ଆପଣ କୌଣସି ରୋଗରେ ପୀଡିତ ଏବଂ ଆପଣଙ୍କୁ କ୍ରେଭିଂର ସମସ୍ୟା ଅଛି, ତେବେ ଡାକ୍ତରଙ୍କ ପରାମର୍ଶ ଖାଦ୍ୟ ଗ୍ରହଣ କରନ୍ତୁ । ଏଭଳି କ୍ଷେତ୍ରରେ କ୍ରେଭିଂ ସମସ୍ୟା ସୃଷ୍ଟି କରିପାରେ ।




