ରଖନ୍ତୁ ଖାଦ୍ୟ ବ୍ୟାୟାମର ଧ୍ୟାନ

ରଖନ୍ତୁ ଖାଦ୍ୟ ବ୍ୟାୟାମର ଧ୍ୟାନ
Ipsita Picture
By: Ipsita
Published On


ଶୀତଦିନେ ସାଧାରଣତଃ କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହୋଇନଥାଏ । ଏପରିକି କେଉଁଆଡେ ଯିବା କିମ୍ବା ବାହାରକୁ ଯାଇ ବ୍ୟାୟାମ କରିବା ସମ୍ଭବ ହୋଇନଥାଏ । ତେଣୁ ଏହିଦିନେ ଅନେକ ଲୋକ ନିଜର ବ୍ୟାୟାମକୁ ବନ୍ଦ କରିଦେଇଥାଆନ୍ତି । ହେଲେ ଏଭଳି ନକରି ଘରେ ଛୋଟମୋଟ ବ୍ୟାୟାମ କରି ଆପଣ ଏହି ଦିନେ ସୁସ୍ଥ ରହିପାରିବେ । ଏହିଦିନେ ଘରେ ପ୍ଲାଙ୍କ, ପୁସଅପ, ସ୍କ୍ୱାଟ, ସ୍ପଟ ଜଗିଂ, ସୂର୍ଯ୍ୟନମସ୍କାର, ସିଢି ଚଢିବା, ଯୋଗ, ପ୍ରାଣାୟମ ଆଦି କରିପାରିବେ । ଯେଉଁଗୁଡିକ କରିବା ପାଇଁ ଘରୁ ବାହାରକୁ ଯିବାକୁ ପଡିନଥାଏ, ଏସମସ୍ତ ବ୍ୟାୟାମ ଘରେ ବସି ଆରାମରେ କରିହୋଇଥାଏ । ଶୀତରୁ ରକ୍ଷା ମିଳିବା ସହିତ ଶରୀର ସୁସ୍ଥ ରହିଥାଏ । ସେହିଭଳି ବ୍ୟାୟାମ ସହିତ ଏହିଦିନେ ଖାଦ୍ୟର ମଧ୍ୟ ଅଧିକ ଧ୍ୟାନ ରଖନ୍ତୁ । ଏହିଦିନେ ମିଳୁଥିବା ଋତୁକାଳୀନ ଫଳ ଓ ପନିପରିବା ଖାଆନ୍ତୁ ଯାହାଦ୍ୱାରା ଶରୀରକୁ ଆବଶ୍ୟକ ପୋଷଣ ମିଳିବ । ଏହିଦିନେ ନିଜ ଖାଦ୍ୟରେ କମଳା,ପିଜୁଳି, ଗାଜର, ପାଳଙ୍ଗ ଶାଗ, ମେଥି ଶାଗ ଆଦି ସାମିଲ କରନ୍ତୁ ଏଥିରୁ ଶରୀରକୁ ବିଭିନ୍ନ ପୋଷଣ ମିଳିବ । ସେହିଭଳି ଖାଦ୍ୟରେ ହେଲଦି ଫ୍ୟାଟ ପାଇଁ ଘିଅ, ବାଦାମ, ବିଭିନ୍ନ ମଞ୍ଜିଯାତୀୟ ଖାଦ୍ୟ, ପ୍ରୋଟିନରେ ଅଣ୍ଡା, ଡାଲି, ପନିର, ଚିକେନ ଆଦି ସାମିଲ କରନ୍ତୁ । ସେହିଭଳି ଏହିଦିନେ ବିଭିନ୍ନ ଡ୍ରିଙ୍କ ପିଅନ୍ତୁ ଯେପରି ଅଦା ଚା, ହଳଦୀ କ୍ଷୀର, ସୁପ ଆଦି । ଏଗୁଡିକ ଶରୀରକୁ ଗରମ ରଖିବା ସହିତ ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ ।

Tags: