ଧୀରେ ଧୀରେ ସାରା ରାଜ୍ୟକୁ ଘେରୁଛି କରୋନା

ସମୟ ଲାଇଭ,29/4: ରାଜ୍ୟରେ ବାଲେଶ୍ୱର  ଜିଲ୍ଲାରୁ ପୁଣି ୩ ଜଣ ନୂଆ  କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ତିନି ଜଣଙ୍କୁ ମିଶାଇ ବାଲେଶ୍ଵରରେ ଆକ୍ରାନ୍ତ ସଂଖା ୧୯ରେ ପହଞ୍ଚିଥିବା ବେଳେ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଛି। ଆକ୍ରାନ୍ତ ତିନି ଜଣ ବାଲେଶ୍ଵର ଜିଲାର ହୋଇଥିବା ବେଳେ ସେମାନେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି  ସୂଚନା ଦିଆଯାଇଛି | ଅନ୍ୟପଟେ ଆଜି […]

Samaya Live Picture
Published On

ସମୟ ଲାଇଭ,29/4: ରାଜ୍ୟରେ ବାଲେଶ୍ୱର  ଜିଲ୍ଲାରୁ ପୁଣି ୩ ଜଣ ନୂଆ  କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ତିନି ଜଣଙ୍କୁ ମିଶାଇ ବାଲେଶ୍ଵରରେ ଆକ୍ରାନ୍ତ ସଂଖା ୧୯ରେ ପହଞ୍ଚିଥିବା ବେଳେ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଛି। ଆକ୍ରାନ୍ତ ତିନି ଜଣ ବାଲେଶ୍ଵର ଜିଲାର ହୋଇଥିବା ବେଳେ ସେମାନେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି  ସୂଚନା ଦିଆଯାଇଛି |

ଅନ୍ୟପଟେ ଆଜି ଅନ୍ୟ 3 ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି | ଝାରସୁଗୁଡା, ଦେବଗଡ ଓ କେନ୍ଦୁଝରରୁ ଏହି କରୋନା ଆକ୍ରାନ୍ତଙ୍କୁ ଚି଼ହ୍ନଟ କରାଯାଇଛି |

ସେହିପରି ଅନେକ ଦିନର ବ୍ୟବଧାନରେ ଭୁବନେଶ୍ୱର ରୁ ମଧ୍ୟ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଚି଼ହ୍ନଟ ହୋଇଛନ୍ତି |

ଏହିପରିଭାବେ 29 ମାର୍ଚ୍ଚ ସନ୍ଧ୍ୟା ସୁଦ୍ଧା 7 ନୂଆ ରୋଗୀ ଚି଼ହ୍ନଟ ହୋଇଥିବା ସୂଚନା ମିଳିଛି |

Tags: