ମହାମାରୀ ସାଜିଛି ଓବେସିଟି
By: Ipsita
ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ ବର୍ତ୍ତମାନ ଓବିସିଟି ବା ମେଦବହୁଳତା ମହାମାରୀରେ ପରିଣତ ହୋଇଛି । ଡବ୍ଲìଏଚ୍ଓର ସୂଚନା ଅନୁସାରେ ବିଶ୍ୱରେ ପ୍ରତିବର୍ଷ ୨୮ ଲକ୍ଷ ଲୋକଙ୍କର ମେଦବହୁଳତା କାରଣରୁ ମୃତ୍ୟୁ ହେଉଛି । ଭାରତ ସହିତ ବିଶ୍ୱର ଅନେକ ଦେଶ ବର୍ତ୍ତମାନ ମେଦବହୁଳତା କାରଣରୁ ଚିନ୍ତିତ ଅଛନ୍ତି । ଏହାଯେପରି ଏକ ମହାମାରୀରେ ପରିଣତ ହୋଇଛି । ତେବେ ଏହାକୁ ଠିକ୍ କରିବା ପାଇଁ ପ୍ରଥମେ ଏହାର କାରଣକୁ ବୁଝିବାର ଆବଶ୍ୟକତା ରହିଛି ବୋଲି ଡବ୍ଲìଏଚ୍ଓର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ବିଗତ ୧୫ ବର୍ଷ ହେଲା ଏହି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଏହି ରୋଗକୁ ହରାଇବାକୁ ହେଲେ ପ୍ରଥମେ ଏହାକୁ ବୁଝି ଏଥିପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହାର କାରଣ ଜାଣିଲେ ହିଁ ମେଦବହୁଳତାକୁ ଆୟତ କରିହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
Read More ଚା
Tags:


