ନିପା ଭାଇରସ

ନିପା ଭାଇରସ
Ipsita Picture
By: Ipsita
Published On

 

ନିପା ଭାଇରସ୍ ଏକ ଗମ୍ଭୀର ସଂକ୍ରାମକ ରୋଗ, ଯାହା ପଶୁମାନଙ୍କଠାରୁ ମଣିଷକୁ ବ୍ୟାପିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ଅନୁଯାୟୀ, ଏହା ମୁଖ୍ୟତଃ ବାଦୁଡ଼ିଙ୍କ ଦ୍ୱାରା ବ୍ୟାପିଥାଏ। ତେବେ ଏହି ରୋଗର ଲକ୍ଷଣ ସମ୍ପର୍କ ଜାଣି ଏହାକୁ ଉଚିତ ସମୟରେ ଚିକିତ୍ସା କରାଇ ପାରିଲେ ଏହାର ନିରାକରଣ ସମ୍ଭବ ।

 କାରଣ

 ମୁଖ୍ୟତଃ  ଫଳ ଖାଉଥିବା ବାଦୁଡ଼ିମାନେ ଏହି ଭାଇରସର ପ୍ରାକୃତିକ ବାହକ ଅଟନ୍ତି । ବାଦୁଡ଼ି କାମୁଡ଼ିଥିବା କିମ୍ବା ସେମାନଙ୍କ ଲାଳ/ପରିସ୍ରା ଲାଗିଥିବା ଫଳ ଖାଇବା ଦ୍ୱାରା ମଣିଷ ସଂକ୍ରମିତ ହୋଇଥାଏ । ଏହାସହ ଘୁଷୁରି କିମ୍ବା ଅନ୍ୟାନ୍ୟ ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିଲେ ମଧ୍ୟ ଏହି ରୋଗ ବ୍ୟାପିବାର ସମ୍ଭାବନା ଥାଏ । ମଣିଷରୁ ମଣିଷଙ୍କୁ ମଧ୍ୟ ସଂକ୍ରମିତ ହୋଇଥାଏ । ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରୁ ନିର୍ଗତ ତରଳ ପଦାର୍ଥ ଯଥା ଛେପ, ପରିସ୍ରା କିମ୍ବା ରକ୍ତ ସଂସ୍ପର୍ଶରେ ଆସିଲେ ଏହା ଅନ୍ୟକୁ ହୋଇଥାଏ ।

 ଲକ୍ଷଣ

ଜ୍ୱର ଓ ମୁଣ୍ଡବିନ୍ଧା ଏହାର ପ୍ରାଥମିକ ଲକ୍ଷଣ । ସଂକ୍ରମିତ ହେବାର ୫ ରୁ ୧୪ ଦିନ ମଧ୍ୟରେ ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା ଏବଂ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହୁଏ । ଏହାସହ ରୋଗୀକୁ କାଶ ହେବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ପ୍ରବଳ କଷ୍ଟ ହୋଇଥାଏ ।  ଏହି ଭାଇରସ୍ ସିଧାସଳଖ ମସ୍ତିଷ୍କ ଉପରେ ପ୍ରଭାବ ପକାଏ, ଯାହାଫଳରେ ରୋଗୀ ମାନସିକ ସନ୍ତୁଳନ ହରାଇଥାଏ।  ଅତ୍ୟଧିକ ବାନ୍ତି ହେବା ଏବଂ ଶରୀରରେ ଦୁର୍ବଳତା ଦେଖାଦେବା ଏହାର ପ୍ରାଥମିକ ଲକ୍ଷଣ । ଏପରିକି ରୋଗୀ କୋମାକୁ ଯିବାର ସମ୍ଭାବନା ରହିଥାଏ । ଲକ୍ଷଣ ଦେଖିବାମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରାନ୍ତୁ ।

11

 

 ସାବଧାନତା

ଗଛରୁ ପଡ଼ିଥିବା କିମ୍ବା ପକ୍ଷୀ/ବାଦୁଡ଼ି ଖାଇଥିବା କ୍ଷତ ଚିହ୍ନ ଥିବା ଫଳ ଆଦୌ ଖାଆନ୍ତୁ ନାହିଁ।  ସାବୁନ କିମ୍ବା ସାନିଟାଇଜର ବ୍ୟବହାର କରି ନିୟମିତ ହାତ ସଫା ରଖନ୍ତୁ, ବିଶେଷ କରି ରୋଗୀଙ୍କ ପାଖରୁ ଆସିବା ପରେ ।ସଂକ୍ରମିତ ବ୍ୟକ୍ତି କିମ୍ବା ପଶୁଙ୍କଠାରୁ ଯଥେଷ୍ଟ ଦୂରତା ବଜାୟ ରଖନ୍ତୁ ଏବଂ ମାସ୍କ ବ୍ୟବହାର କରନ୍ତୁ । ଯେ କୌଣସି ଖାଦ୍ୟ ଖାଇବା ଆଗରୁ ସାବଧାନତା ଅବଲମ୍ବନ କରନ୍ତୁ । କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ପରୀକ୍ଷା କରାନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଆରମ୍ଭ କରନ୍ତୁ ।

Tags: