ଭିଟାମିନ ବି ୩ର ନକରାତ୍ମକ ପ୍ରଭାବ  

ଭିଟାମିନ ବି ୩ର ନକରାତ୍ମକ ପ୍ରଭାବ  
Ipsita Picture
By: Ipsita
Published On

 

ଏକ ନୂତନ ଗବେଷଣାରୁ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି ଯେ, ସାଧାରଣତଃ ଶରୀରରେ ଶକ୍ତି ବୃଦ୍ଧି ପାଇଁ ବ୍ୟବହୃତ ହେଉଥିବା ଭିଟାମିନ୍ ବି୩ କ୍ୟାନ୍ସର ଚିକିତ୍ସାର ପ୍ରଭାବକୁ ଯଥେଷ୍ଟ କମାଇ ଦେଇପାରେ। କେସ୍ ୱେଷ୍ଟର୍ଣ୍ଣ ରିଜର୍ଭ ସ୍କୁଲର ଗବେଷକମାନେ ପ୍ରକାଶ କରିଛନ୍ତି ଯେ, ଭିଟାମିନ୍ ବି୩ ଶରୀରରେ NAD+ ନାମକ ଏକ ଗୁରୁତ୍ୱପୂର୍ଣ୍ଣ ଅଣୁର ଉତ୍ପାଦନକୁ ପ୍ରୋତ୍ସାହିତ କରିଥାଏ। ଯାହା ସାଧାରଣତଃ କୋଷଗୁଡ଼ିକର ମରାମତି ଏବଂ ମେଟାବୋଲିଜିମ୍ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଦୁର୍ଭାଗ୍ୟବଶତଃ, କ୍ୟାନ୍ସର କୋଷଗୁଡ଼ିକ ମଧ୍ୟ ଏହି ପ୍ରକ୍ରିୟାର ସୁଯୋଗ ନେଇ କେମୋଥେରାପି ପରି ଚିକିତ୍ସାକୁ ପ୍ରତିହତ କରିବାରେ ସକ୍ଷମ ହେଉଛନ୍ତି। ବିଶେଷ କରି ପାନ୍କ୍ରିଆଟିକ୍ କ୍ୟାନ୍ସର କ୍ଷେତ୍ରରେ ଦେଖାଯାଇଛି ଯେ, ଏହି ଭିଟାମିନ୍ କ୍ୟାନ୍ସର କୋଷର DNA କୁ ସୁରକ୍ଷା ଦେବା ସହ ଚିକିତ୍ସା ଦ୍ୱାରା ସୃଷ୍ଟି ହେଉଥିବା ଅକ୍ସିଡେଟିଭ୍ ଷ୍ଟ୍ରେସ୍କୁ କମ୍ କରିଦିଏ। ଯାହା ଫଳରେ ଯେଉଁ କ୍ୟାନ୍ସର କୋଷଗୁଡ଼ିକ ନଷ୍ଟ ହୋଇଯିବା କଥା, ସେଗୁଡ଼ିକ ବଞ୍ଚି ରହି ଶରୀରରେ ବ୍ୟାପିବାରେ ସାହାଯ୍ୟ ପାଉଛନ୍ତି। ଗବେଷଣାର ମୁଖ୍ୟ ଲେଖକ ଜୋର୍ଡାନ ୱିଣ୍ଟର ସ୍ପଷ୍ଟ କରିଛନ୍ତି ଯେ, ଯଦିଓ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ଏହି ଭିଟାମିନ୍ ଲାଭଦାୟକ ହୋଇଥାଏ, କିନ୍ତୁ ଚିକିତ୍ସାଧୀନ କ୍ୟାନ୍ସର ରୋଗୀଙ୍କ କ୍ଷେତ୍ରରେ ଏହା ଔଷଧର ପ୍ରଭାବକୁ ମାନ୍ଦା କରିଦେଇପାରେ । ତେଣୁ ଚିକିତ୍ସା ସମୟରେ ରୋଗୀମାନେ ନିଜ ଡାକ୍ତରଙ୍କୁ ସେମାନେ ନେଉଥିବା ସମସ୍ତ ସପ୍ଲିମେଣ୍ଟ ବିଷୟରେ ଜଣାଇବା ଉଚିତ୍ ଯଦ୍ଦ୍ୱାରା ଡାକ୍ତରମାନେ ସଠିକ୍ ଏବଂ ପ୍ରଭାବଶାଳୀ ଚିକିତ୍ସା ନିଷ୍ପତ୍ତି ନେଇପାରିବେ ।

Tags: